Search for:
  • Home/
  • ରାଜ୍ୟ/
  • ଦୟାନଦୀ କଳିଙ୍ଗ ଘାଟ “ବୋଇତ ବନ୍ଦାଣ” ମହୋତ୍ସବ ଉଦ୍ଘାଟିତ।

ଦୟାନଦୀ କଳିଙ୍ଗ ଘାଟ “ବୋଇତ ବନ୍ଦାଣ” ମହୋତ୍ସବ ଉଦ୍ଘାଟିତ।

Spread the love

Loading

ଦୟାନଦୀ କଳିଙ୍ଗ ଘାଟ “ବୋଇତ ବନ୍ଦାଣ” ମହୋତ୍ସବ ଉଦ୍ଘାଟିତ।

ଭୁବନେଶ୍ୱର,ତା.୧୫/୧୧: ପବିତ୍ର କାର୍ତିକ ପୂର୍ଣ୍ଣିମା ପାଇଁ ଆଜି ଗାଁରୁ ସହର ସବୁ ଚଳଚଂଚଳ ହୋଇଉଠିଛି । ଏହି କାର୍ତିକ ପୂର୍ଣ୍ଣିମାରେ ଅନୁଷ୍ଠିତ ବୋଇତ ବନ୍ଦାଣ ଉତ୍ସବ ପ୍ରାଚୀନ ଉତ୍କଳ ତଥା କଳିଙ୍ଗର ସାଧବ ପୁଅମାନଙ୍କର ବାଣିଜ୍ୟ ସଫଳତାକୁ ମନେ ପକାଏ । ଏକାମ୍ର ଗ୍ରାମୀଣ ସାଂସ୍କୃତିକ ପରିଷଦ ପକ୍ଷରୁ ଏକାମ୍ର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଧଉଳୀ ଦୟାନଦୀ କଳିଙ୍ଗ ଘାଟ ରେ ଆୟୋଜିତ ସାର୍ବଜନୀନ ବୋଇତ ବନ୍ଦାଣ ଉତ୍ସବ କୁ ଉଦ୍ଘାଟନ କରିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ଏକାମ୍ର ଭୁବନେଶ୍ୱର ବିଧାୟକ ବାବୁ ସିଂ।ଯୋଗଦେଇ ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି ଯେ, ପ୍ରାଚୀନ ଉତ୍କଳର ଓଡିଆ ସାଧବ ପୁଅମାନେ ଏହି ସମୟରେ ସୁଦୂର ବାଲି, ଜାଭା, ବୋର୍ଣ୍ଣିଓ ଆଦି ଦ୍ୱୀପପୁଞ୍ଜକୁ ଯାଇ ବଣିଜ ବେପାର କରୁଥିଲେ । ସେମାନେ ଶିକ୍ଷା, ଦୀକ୍ଷା, ସଂସ୍କୃତି, ପରମ୍ପରା, କାରିଗରୀ, ବୈଜ୍ଞାନିକ ବ୍ୟବସ୍ଥାକୁ ସବୁ ଜାଗାରେ ପଂହଚାଉଥିଲେ । ଫଳରେ ସାରା ବିଶ୍ୱ ଆମ ଦ୍ୱାରା ଆଲୋକିତ ହେଉଥିଲା। ବିଧାୟକ ବାବୁ ସିଂ କହିଛନ୍ତି ଯେ ସେ ସମୟରେ ଉତ୍କଳରେ ଶିକ୍ଷାର ମାନ ଯଥେଷ୍ଟ ଉଚ୍ଚକୋଟିର ଥିଲା । ଓଡ଼ିଶାର ସାଧବ ପୁଅଙ୍କ ଗାଥା ଆଜିର ଯୁବପିଢ଼ୀଙ୍କ ପାଇଁ ପ୍ରେରଣା ପାଲଟିିଛି । ଏହି ସଂସ୍କୃତି ସ୍ୱରୂପ ଲୋକେ କଦଳୀ ପଟୁଆ ତିଆରି ଡଙ୍ଗାରେ ଦୀପ ଜାଳି, ପାନଗୁଆ ଥୋଇ ନଦୀ ବା ପୁଷ୍କରିଣୀରେ ଭସାଇ ଥାଆନ୍ତି ।ଓଡ଼ିଶାର ପୁରାତନ ଅର୍ଥନୈତିକ ତଥା ବାଣିଜ୍ୟକ ବ୍ୟବସ୍ଥାର ଓ ଗରିମାମୟ ଇତିହାସର ମୁକସାକ୍ଷୀ ହେଉଛି ବୋଇତ ବନ୍ଦାଣ ଉତ୍ସବ।
ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଦୟାନଦୀ କଳିଙ୍ଗ ଘାଟ ବୋଇତ ବନ୍ଦାଣ ଉତ୍ସବ ର ସଭାପତି କୃଷ୍ଣଚନ୍ଦ୍ର ନାୟକ, ଯୁବ ନେତା ବିନ୍ଦୁସାଗର ପ୍ରଧାନ,ମଣ୍ଡଳ ସଭାପତି ଅରୁଣ ପୁରୋହିତ, ସୁରେନ୍ଦ୍ର ପ୍ରଧାନ, ବ୍ଲକ୍ ଅଧକ୍ଷ ନିରୁପମା ସାହୁ, ଆଲୋକ ସାହୁ, ବିଭୂତି ଭୂଷଣ ପ୍ରଧାନ, ଅଜୟ ସ୍ବାଇଁ, ମାନସ ପଣ୍ଡା, ପଞ୍ଚାନନ ସ୍ବାଇଁ, ସୁରେନ୍ ବରାଳ,ଅଜୟ ସାମନ୍ତରାୟ, ଚିରଞ୍ଜିବି ଗୋଚ୍ଛାୟତ, ପ୍ରକାଶ ସ୍ବାଇଁ,
ପ୍ରମୁଖ ଉପସ୍ଥିତ ଥିଲେ ।

Leave A Comment

All fields marked with an asterisk (*) are required