ଶ୍ରୀ ଡ୍ୟାନ୍ସ ଏକାଡେମୀର ବାର୍ଷିକ ଉତ୍ସବ “ନୃତ୍ୟ ବିଳାସ
*ଶ୍ରୀ ଡ୍ୟାନ୍ସ ଏକାଡେମୀର ବାର୍ଷିକ ଉତ୍ସବ “ନୃତ୍ୟ ବିଳାସ” ଭୁବନେଶ୍ୱରର ଭଞ୍ଜ କଳା ମଣ୍ଡପରେ ଭବ୍ୟ ସମାରୋହରେ ଆୟୋଜିତ*
ଭୁବନେଶ୍ୱର (୨୬.୦୫.୨୦୨୪): ଓଡିଶୀ ନୃତ୍ୟ ଗୁରୁ ଶ୍ରୀମତୀ ନମିତା ରାୟଙ୍କ ଦ୍ଵାରା ପ୍ରତିଷ୍ଠିତ ଶ୍ରୀ ଡ୍ୟାନ୍ସ ଏକାଡେମୀର ବାର୍ଷିକ ଉତ୍ସବ ନୃତ୍ୟ ବିଳାସ ଭଞ୍ଜ କଳା ମଣ୍ଡପରେ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଉପସ୍ଥିରେ ଆୟୋଜିତ ହୋଇଯାଇଅଛି । ଏହି ଉତ୍ସବ ଆୟୋଜନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଓଡିଶାର ଶାସ୍ତ୍ରୀୟ ନୃତ୍ୟ ଓଡିଶୀ ତଥା ଅନ୍ୟାନ୍ୟ ପାରମ୍ପରିକ ଲୋକନୃତ୍ୟକୁ ଲୋକଲୋଚନକୁ ଆଣିବା ଏବଂ ତାହାର ପ୍ରଚାର ଓ ପ୍ରସାର କରିବା ।
ସନ୍ଧ୍ୟାରେ ପ୍ରଥମେ ଶ୍ରୀ ଡ୍ୟାନ୍ସ ଏକାଡେମୀର ଶିଳ୍ପୀମାନଙ୍କ ଦ୍ୱାରା ଓଡ଼ିଶୀ ନୃତ୍ୟ ମଙ୍ଗଳାଚରଣରେ ବନ୍ଦେ ବିଷ୍ଣୁ ଚତୁର୍ଭୁଜମ ଓ ରାଗେଶ୍ରୀ ପଲ୍ଲବୀ ଏବଂ ପରେ ପରେ ଅଭିନୟ ଜୟ ଭଗବତୀ ପରିବେଷିତ ହୋଇଥିଲା । ପରବର୍ତ୍ତୀ ପ୍ରସ୍ତୁତିଟି ଥିଲା ଦଳଗତ ଓଡିଶୀ ନୃତ୍ୟ ଅଭିନୟ ବାଲ ଗୋପାଳଅଷ୍ଟକମ ପରେ ପରେ ଅଭିନୟ ଦଶାବତାର ପରିବେଷିତ ହୋଇଥିଲା ଯାହାର ନୃତ୍ୟ ସଂରଚନା କରିଥିଲେ ନମିତା ରାୟ । ଶ୍ରୀ ଡ୍ୟାନ୍ସ ଏକାଡେମୀ ପୁରୀର ଶିଳ୍ପୀମାନେ ପ୍ରସ୍ତୁତ କରିଥିଲେ ମହାକାଳୀ ଧ୍ୟାନ ଯାହାର ନୃତ୍ୟ ସଂରଚନା କରିଥିଲେ ଗୁରୁ ଡକ୍ଟର ଦେବପ୍ରସାଦ ଦାସ ଓ ନୃତ୍ୟ ନିର୍ଦ୍ଦେଶନା ଦେଇଥିଲେ ମଧୁସ୍ମିତା ମହାନ୍ତି । ପରେ ପରେ ପରିବେଷିତ ହୋଇଥିଲା ଅଭିନୟ ଆନନ୍ଦମୟୀ । ପରବର୍ତ୍ତୀ ପ୍ରସ୍ତୁତିରେ ଥିଲା ଶ୍ରୀ ଡ୍ୟାନ୍ସ ଏକାଡେମୀର କୁନି କୁନି ଶିଳ୍ପୀମାନଙ୍କ ଦ୍ୱାରା ସମ୍ବଲପୁରୀ ଲୋକନୃତ୍ୟ ରସ ଜାମୁଡାଳି । ପରେ ପରେ ପରିବେଷିତ ହୋଇଥିଲା ଝୁମର । ପରବର୍ତ୍ତୀ ପ୍ରସ୍ତୁତିଟି ଥିଲା ଅଭିନୟ କସ୍ତୁରୀ ତିଳକମ ଯାହାର ନୃତ୍ୟ ସଂରଚନା କରିଥିଲେ ନମିତା ରାୟ । ପରେ ସମ୍ବଲପୁରୀ ଲୋକନୃତ୍ୟ ସୁଲ୍ଲ ଭରନୀ ପରିବେଷିତ ହୋଇଥିଲା । ଶ୍ରୀ ଡ୍ୟାନ୍ସ ଏକାଡେମୀର ବରିଷ୍ଠ ଓ କନିଷ୍ଠ ଶିଳ୍ପୀମାନଙ୍କ ଦ୍ୱାରା ଯଥାକ୍ରମେ ଅଭିନୟ ବାଟ ଚାଲୁ ଚାଲୁ ଓ ତୁହିମା ଜନମ ଭୂମି ପରିବେଷିତ ହୋଇଥିଲା । ଶେଷରେ ଶ୍ରୀ ଡ୍ୟାନ୍ସ ଏକାଡେମୀ ଶିଳ୍ପୀମାନଙ୍କ ଦ୍ଵାରା ସମ୍ବଲପୁରୀ ଲୋକନୃତ୍ୟ ମାଏଲା ଜଡ, ଝୁମର ଏବଂ କିନ୍ଦିରୀ କିନ୍ଦା ପରିବେଷିତ ହୋଇଥିଲା । ଏହି ଦଳଗତ ଓଡିଶୀ ନୃତ୍ୟ ସହିତ ଲୋକନୃତ୍ୟକୁ ଦର୍ଶକ ଆଗ୍ରହ ସହକାରେ ଶେଷ ପର୍ଯ୍ୟନ୍ତ ପ୍ରେକ୍ଷାଳୟରେ ଉପସ୍ଥିତ ରହି ଉପଭୋଗ କରିଥିଲେ ।
ସନ୍ଧ୍ୟାରେ ଅତିଥି ଭାବରେ କିଟ ବିଶ୍ୱବିଦ୍ୟାଳୟର ଓଡିଆ ଭାଷା ଓ ସଂସ୍କୃତି ନିର୍ଦ୍ଦେଶକ ତଥା ବିଶିଷ୍ଟ କବି ରକ୍ଷକ ନାୟକ, ଓଡିଶୀ ନୃତ୍ୟବିଦ ତଥା ନୃତ୍ୟ ବିଦୁଷୀ ଡକ୍ଟର ନିତା ବହିଦାର, ନୃତ୍ୟଗୁରୁ ନିରଞ୍ଜନ ରାଉତ, ବିଶିଷ୍ଟ ବେହେଲା ବାଦକ ଗୁରୁ ରମେଶ ଚନ୍ଦ୍ର ଦାସ, ଶ୍ରୀ ଡ୍ୟାନ୍ସ ଏକାଡେମୀର ସଭାପତି ପ୍ରଫୁଲ୍ଲ କୁମାର ପଟ୍ଟନାୟକ ଓ ଶ୍ରୀ ଡ୍ୟାନ୍ସ ଏକାଡେମୀର ସମ୍ପାଦିକା ନମିତା ରାୟ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ସଂଚାଳନ କରିଥିଲେ ବିଶ୍ଵଜିତ ବଳିୟାରସିଂହ । ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଶ୍ରୀ ଡ୍ୟାନ୍ସ ଏକାଡେମୀର କୋଷାଧ୍ୟକ୍ଷ ରାଜେନ୍ଦ୍ର ନାରାୟଣ ରାୟ ।