Search for:
  • Home/
  • ରାଜ୍ୟ/
  • ପ୍ରାୟତଃ ଅଶି (୪୦) ରୁ ଉର୍ଦ୍ଧ ନୃତ୍ୟଶିଳ୍ପୀ ସେମାନଙ୍କ ର ନୃତ୍ୟ ପ୍ରଦର୍ଶନ କରିଥିଲେ।

ପ୍ରାୟତଃ ଅଶି (୪୦) ରୁ ଉର୍ଦ୍ଧ ନୃତ୍ୟଶିଳ୍ପୀ ସେମାନଙ୍କ ର ନୃତ୍ୟ ପ୍ରଦର୍ଶନ କରିଥିଲେ।

Spread the love

Loading

ଭୁବନେଶ୍ୱର: ଆଜି ପ୍ରତ୍ୟେକ ଶିଳ୍ପୀଟିଏ ସ୍ବପ୍ନ ଦେଖେ ଏବଂ ସାଧନା ଜାରି ରଖେ ଏକକ ଶିଳ୍ପୀଟିଏ ହୋଇ ତାର ପରିଚୟ ସୃଷ୍ଟି କରିବା ପାଈଁ। କିନ୍ତୁ ଦଳଗତ ନୃତ୍ୟ ପ୍ରଦର୍ଶନ ରେ ପ୍ରାବଲ୍ୟତା ପାଈଁ ଆଜିର ସମୟରେ ଏହା ବିରଳ। ନୃତ୍ୟ ଶିଳ୍ପୀ ର ଏହି ସ୍ବପ୍ନ କୁ ସାକାର କରିବା ପାଈଁ ଆନ୍ତର୍ଜାତୀୟ ଖ୍ୟାତି ସମ୍ପର୍ଣ୍ଣ ଓଡ଼ିଶୀ ଅନୁଷ୍ଠାନର ପ୍ରଜ୍ଞା ନୃତ୍ୟାନ ର ଅଭିନବ ପ୍ରୟାସ ର ପରିଣାମ ସ୍ବରୂପ “ପ୍ରଜ୍ଞା ପ୍ରତିଭା ସମ୍ମାନ” ନୃତ୍ୟ ମହୋତ୍ସବ ର ତ୍ରୟୋଦଶ ସଂସ୍କରଣ ଆଜି ସ୍ଥାନୀୟ ଭଞ୍ଜ କଳା ମଣ୍ଡପ ଠାରେ ଆୟୋଜିତ ହୋଇଯାଇଛି। ଏହି ଉତ୍ସବ ରେ “ଚପଳା ମିଶ୍ର”, “ଭରତ ଚରଣ ଗିରି”, “ସ୍ଵୟଂ ପ୍ରଜ୍ଞା ସାହୁ” ପ୍ରମୁଖ ବିଶିଷ୍ଟ ଗୁରୁମାନେ ବିଚାରକ ଭାବେ ଯୋଗ ଦେଇ ପ୍ରଜ୍ଞା ନୃତ୍ୟାୟନ ର ତଥା ଆନ୍ତର୍ଜାତୀୟ ସ୍ତରର ତରୁଣ ଯୁବା ନୃତ୍ୟ ଶିଳ୍ପୀ ମାନ ଙ୍କ ସ୍ବପ୍ନ କୁ ସାକାର କରୁଛି ବୋଲି ମତ ପ୍ରଦାନ କରିଛନ୍ତି। ଏହି ଉତ୍ସବ କୁ “ଗୟାଧର ସାହୁ” ପରିଚାଳନା କରିଥିଲେ। ଏହା ସହ ପ୍ରଜ୍ଞା ନୃତ୍ୟାୟନ ର ସମସ୍ତ ବରିଷ୍ଟ କଳାକାର ଯଥା – ପ୍ରଦୀପ ମହାନ୍ତି ସ୍ଵାତୀଲିପ୍ସା, ସ୍ଵାତିପ୍ରଜ୍ଞା, ମୋନାଲିସା , ବିଦିଶା, ସୁଶ୍ରୀ ପାୟଲ, ବିଜୟାଜ୍ୟୋତି , ଏହି କାର୍ଯ୍ୟକର୍ମ କୁ ପରିଚାଳନା ରେ ସାହାଯ୍ୟ କରିଥିଲେ। ଏହି ଅବସରରେ ମୋଟ ତିନିଗୋଟି ଅଧିବେଶନ ରେ ପ୍ରାୟତଃ ଅଶି (୪୦) ରୁ ଉର୍ଦ୍ଧ ନୃତ୍ୟଶିଳ୍ପୀ ସେମାନଙ୍କ ର ନୃତ୍ୟ ପ୍ରଦର୍ଶନ କରିଥିଲେ। ଭାରତ ର କୋଣ ଅନୁକୋଣ ରୁ ଆସିଥିବା ଏହି ପ୍ରତିଭା ମାନ ଙ୍କୁ ବିଚାରକ ମଣ୍ଡଳୀ ମାନ ଙ୍କ ଦ୍ଵାରା ଚୟନ କରାଯାଇଥିଲା। ପରିଶେଷ ରେ ଆଜି ର ମୁଖ୍ୟ ଅତିଥି ଯଥା – ପଦ୍ମବିଭୂଷଣ ଶ୍ରୀଯୁକ୍ତ ସୁଦର୍ଶନ ସାହୁ, ଗୁରୁ ପଦ୍ମଶ୍ରୀ ଶ୍ରୀମତୀ କୁମକୁମ୍ ମହାନ୍ତି, ଓଡିଶୀ ଗୁରୁ ଦୁର୍ଗା ଚରଣ ରଣବୀର, ଶ୍ରୀଯୁକ୍ତ ଦୁର୍ଗା ଚରଣ ସାହୁ ( ଆଏଏସ୍),ଓଡିଶୀ ଗୁରୁ ସୁହାଙ୍ଗ ନଳିନୀ ଦାସ, ଶ୍ରୀଯୁକ୍ତ ଅଶୋକ କୁମାର ସାମଲ ଙ୍କ କରକମଳ ରୁ ଶିଳ୍ପୀ ମାନ ଙ୍କୁ ସମ୍ମାନିତ କରାଯାଇଥିଲା।ଏହା ସହ ମଞ୍ଚ ପରିଚାଳନା ଶ୍ରୀନିବାସ ଘଟୁଆରି ମିଲନ ଙ୍କ ଦ୍ବାରା ସମ୍ପ‌lଦନ ହେଲା।ଏ ସମସ୍ତ କାର୍ଯ୍ୟକ୍ରମ କୁ ଅନୁଷ୍ଠାନ ର କୋଷାଧକ୍ଷ “ଗୟାଧର ସାହୁ” ଙ୍କ ତତ୍ଵାବଧାନରେ ସଂଯୋଜନକରିଥିଲେ।

Leave A Comment

All fields marked with an asterisk (*) are required