ଚାକିରୀ ବିକିରି ରୋକିବା ଦାବିରେ ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ
ଚାକିରୀ ବିକିରି ରୋକିବା ଦାବିରେ ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ
ଭୁବନେଶ୍ବର, ତା. ୦୫.୦୩ ରଖ: ଆଜି ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ରଞ୍ଜିତ ପାତ୍ରଙ୍କ ନେତୃତ୍ୱରେ ଯୁବ କଂଗ୍ରେସର ଏକ ରାଲି କଂଗ୍ରେସ ଭବନରୁ ବାହାରି ମୁଖ୍ୟମନ୍ତ୍ରୀଙ୍କ ବାସଭବନ ପର୍ଯ୍ୟନ୍ତ ଯାଇଥିଲା। ସେଠାରେ ଯୁବ କଂଗ୍ରେସ କର୍ମୀମାନେ ସରକାରୀ ଚାକିରି ବିକିରି ଉପରେ ରୋକ୍ ଲଗାଇବା ଦାବିରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଘେରାଉ କରିଥିଲେ । ଏହି ପରିପ୍ରେକ୍ଷିରେ ଯୁବ କଂଗ୍ରେସ ପକ୍ଷରୁ ରଞ୍ଜିତ ପାତ୍ର କହିଛନ୍ତି ଯେ ଆଗାମୀ ମାର୍ଚ୍ଚ ୮ ଓ ୯ ତାରିଖରେ ଓଡ଼ିଶା ପୁଲିସ୍ ଏସ୍.ଆଇ. ଏବଂ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ରେ ନିଯୁକ୍ତି ପାଇଁ ଆଇ.ଟି. ଆଇ.ଏ.ଏଲ ମାଧ୍ୟମ ଯେଉଁ ଠକ କମ୍ପାନୀ ରିଜ୍ମାଇଣ୍ଡ ଡିଜିଟାଲ ପ୍ରାଇଭେଟ୍ ଲିମିଟେଡ୍କୁ ପରୀକ୍ଷା ପରିଚାଳନା ପାଇଁ ଦାୟିତ୍ୱ ନ୍ୟସ୍ତ କରାଯାଇଛି ସେଥୁରେ ଅଧୂକାଂଶ ପଦବୀ ଖୋଲାଖୋଲି ବିକ୍ରି ହୋଇଯିବ। କାରଣ ଏହି କମ୍ପାନୀର କଳାକାରନାମା ସଂପର୍କରେ ଦେଶବାସୀ ଜାଣନ୍ତି । ପୂର୍ବରୁ ଭୁବନେଶ୍ୱର ମେଟ୍ରୋ ରେଳବାଇ ନିର୍ମାଣ ଦାୟିତ୍ବ ମଧ୍ଯ ସେହିଭଳି ଏକ ଠକ କମ୍ପାନୀ ରଞ୍ଜିତ ବିଲ୍ଡକନ୍କୁ ଦିଆଯାଇଛି । ଶ୍ରୀ ପାତ୍ର କହିଛନ୍ତି ଯେ ଯୁବ କଂଗ୍ରେସ ସବୁବେଳେ ସରକାରୀ ନିଯୁକ୍ତିରେ ଦୁର୍ନୀତିରେ ଶିକାର ହୋଇଥିବା ପରୀକ୍ଷାର୍ଥୀ ମାନଙ୍କ ପାଇଁ ସଂଗ୍ରାମ କରି ଆସୁଛି । ଏହି ପରୀକ୍ଷା ଆୟୋଜନ ପୂର୍ବରୁ ଅଧୂକାଂଶ ପଦବୀ ବିକ୍ରୀ ହେବାପାଇଁ ଷଡ଼ଯନ୍ତ୍ର ଆରମ୍ଭହୋଇସାରିଛି।
ITI Ltd. ଓଡ଼ିଶା ପୋଲିସର ଏହି ନଯୁକ୍ତି ପାଇଁ ଟେଣ୍ଡର ହାସଲ କରିଥିଲା । ଗତବର୍ଷ କ୍ୟାଣ୍ଡିଡେଟ ପିଛା ୨୬୬ ଟଙ୍କାରେ ଟେଣ୍ଡର ଫାଇନାଲ ହୋଇଥିବା ବେଳେ ଏବର୍ଷ କପରି ୨୪୭ ଟଙ୍କାରେ ITI Ltd. ଓଡ଼ିଶା ସରକାରଙ୍କ ଠାରୁ ଏହି ଟେଣ୍ଡର ପାଇଲା । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଓଡ଼ିଶାରେ ଦରଦାମ ୭ ପ୍ରତିଶତ ବଢ଼ିଥିବା ବେଳେ, ପରୀକ୍ଷାର ବିଭିନ୍ନ ଉପକରଣ କ୍ରୟ କ୍ଷେତ୍ରରେ କିପରି ଏହା ଭରଣା ହୋଇପାରିବ । ଗତବର୍ଷ ଅପେକ୍ଷା ଏବର୍ଷ ୬.୪ ପ୍ରତିଶତ କମ ହାରରେ ଟେଣ୍ଡର ଫାଇନାଲ ହୋଇଛି।
ITI Ltd. ଏକ ପିଏସୟୁ, ଯେଉଁ ସଂସ୍ଥା ଏହି ପରୀକ୍ଷା ପରିଚାଳନା କରିବାପାଇଁ Richmind Digital Pvt. Ltd. ଭଳି ଏକ କମ୍ପାନୀକୁ ସବ କଂଟ୍ରାକ୍ଟ ଦେଇଛି। ଓଡ଼ିଶା ପୋଲିସ ଏସଆଇ ପରୀକ୍ଷା ୨୦୨୧ ଏବଂ ଫାୟାର ଡିପାର୍ଟମେଟ ପରୀକ୍ଷା ୨୦୨୩ ପରିଚାଳନ କରିବାପାଇଁ ITI Ltd., Richmind Digital Pvt. Ltd. କୁ ଦାୟୀତ୍ଵ ହସ୍ତାନ୍ତର କରିଥିଲା । ଏବେ ମଧ୍ୟ ଓଡ଼ିଶା ପୋଲିସ ଏସଆଇ ପରୀକ୍ଷା ପରିଚାଳନ କରିବାକୁ ସେହି Richmind Digital Pvt. Ltd. ଦାୟୀତ୍ବ ଦିଆଯାଇଛି।
ITI Ltd., State Polution Control Board Odisha State Civil Supplies Corporation Ltd. ๑ ดริด କରିଥୁଲା କିନ୍ତୁ ବିଭିନ୍ନ ପରୀକ୍ଷା ପରିଚାଳନରେ ତ୍ରୁଟିବିଚ୍ୟୁତି ଏବଂ ଦୁର୍ନୀତି ପାଇଁ ଏହି ଟେଣ୍ଡରକୁ ବାତିଲ କରାଯାଇଥିଲା । ପରୀକ୍ଷା ପରିଚାଳନା କରୁଥିବା ସଂସ୍ଥା Richmind Digital Pvt. Ltd. ଏକ ଦୁର୍ନୀତିଖୋର ଏବଂ ଅସାଧୁ ସଂସ୍ଥା। ଏହା ଏକ ଗୁଜୁରାଟି ସଂସ୍ଥା। ଏହି ସଂସ୍ଥା ITI Ltd. ଏବଂ Broadcast Engineering Consultants India Ltd. (BECIL) ମାଧ୍ୟମରେ ଓଡ଼ିଶାରେ ବିଭିନ୍ନ ନିଯୁକ୍ତି ପ୍ରୋଜେକ୍ଟ କାର୍ଯ୍ୟ ନିର୍ବାହ କରିବାପାଇଁ ଦାୟୀତ୍ୱ ପୂର୍ବରୁ ପାଇଥୁଲା ।
୧. ଓଡ଼ିଶା ପୋଲିସ ଏସଆଇ ପରୀକ୍ଷା -୨୦୨୨ର ପରିଚାଳନା ପାଇଁ BECIL ଟେଣ୍ଡର ହାସଲ କରିଥିଲା । ସିବିଟି ମୋଡରେ ପରୀକ୍ଷା କରିବାକୁ Richmind Digital Pvt. Ltd. କୁ ଦାୟୀତ୍ଵ ହସ୍ତାନ୍ତର କଲା । କିନ୍ତୁ ସଫୱାୟାରରେ ସମସ୍ୟା ପାଇଁ ଦୁଇଥର ପରୀକ୍ଷା ବାତିଲ ହେଲା ଏବଂ ଶେଷରେ ତୃତୀୟ ଥରରେ ଅଫଲାଇନରେ ଏହି ପରୀକ୍ଷା ହେଲା।
୨. Richmind Digital Pvt. Ltd. ର ମାଲିକ ହେଉଛନ୍ତି । ରିତୁ ନିଶିକାନ୍ତ ସିହ୍ନା ଯାହାଙ୍କର ସ୍ଵାମୀ ହେଉଛନ୍ତି ନିଶିକାନ୍ତ ସିହ୍ନା । ଏହି ସଂସ୍ଥା ପରୀକ୍ଷା ପରିଚାଳନାରେ ବହୁ ଦୁର୍ନୀତି ଅବଲମ୍ବନ କରିଥୁବାର ଦୃଷ୍ଟାନ୍ତ ରହିଛି । ନିଶିକାନ୍ତ ସିହ୍ନା ଏହି ସଂସ୍କାର ପରୀକ୍ଷା ପରିଚାଳନାରେ ବ୍ୟାପକ ଅସାଧୁ କାର୍ଯ୍ୟରେ ସଂପୃକ୍ତ ଥିବାର ଅଭିଯୋଗ ରହିଛି । ପ୍ରଶ୍ନପତ୍ର ପ୍ରଘଟ, ନମ୍ବର ବଢ଼ାଚଢ଼ା ଏବଂ ନିଯୁକ୍ତିରେ ଲଂଚ କାରବାର ପ୍ରଭୃତି କାର୍ଯ୍ୟ ଏହି ସଂସ୍ଥାରେ ହୁଏ । ଏହି ସଂସ୍ଥାରେ ନିଶିକାନ୍ତ ସିହ୍ନା ବ୍ୟବସାୟୀକ ଉପଦେଷ୍ଟା ଭାବେ କାର୍ଯ୍ୟ କରନ୍ତି । କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ଭୁବନେଶ୍ବର କଂଗ୍ରେସ ଲୋକସଭା ପ୍ରାର୍ଥୀ ତଥା ଯୁବ କଂଗ୍ରେସ ନେତା ସୟଦ ୟାସିର ନଓ୍ୱାଜ କହିଲେ ଯେ ଆଗାମୀ ମାର୍ଚ୍ଚ-୮ ଏବଂ ମାର୍ଚ୍ଚ-୯, ୨୦୨୫ ରେ ଓଡ଼ିଶା ପୋଲିସ ଏସଆଇ ପରୀକ୍ଷା ଅନୁଷ୍ଠିତ ହେବ । ଏଥିରେ ପୋଲିସ ଏସଆଇ, ଫାୟାର ସର୍ଭିସର ଷ୍ଟେସନ ଅଫିସର ଏବଂ ଆସିଷ୍ଟାଣ୍ଡ ଜେଲର ନିଯୁକ୍ତି ପାଇଁ ପରୀକ୍ଷା ଅନ୍ତର୍ଭୁକ୍ତ । ଏହି ପରୀକ୍ଷାରେ ବ୍ୟାପକ ଦୁର୍ନୀତିର ସମ୍ଭାବନା ରହିଛି ବୋଲି ଶ୍ରୀ ନଓ୍ୱାଜ ଅଭିଯୋଗ କରିଛନ୍ତି।
ଆଜିର ଏହି କାର୍ଯ୍ୟକ୍ରମରେ ମହମ୍ମଦ ଇନ୍ଦାଦ, ୟାସିର ନୱାଜ, ନିହାର ବେହେରା, ସୁଦୀପ ସାମଲ, ଗୋପନ ମାର୍ଥା, ଉଦିତ ପ୍ରଧାନ, ସ୍ୱାଗତ କର, ମହମ୍ମଦ ପରଭେଜ, ସ୍କନ୍ଦନ ସ୍ବାଇଁ ଓ ବାଦଲ ନାୟକ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।