ପାଚିକାକୁ ବହିଷ୍କାର ଦାବିରେ ସ୍କୁଲରେ ତାଲା
-ଛାତ୍ରଛାତ୍ରୀଙ୍କୁ ପାଚିକାଙ୍କ ଦୁର୍ବ୍ୟବହାର ଅଭିଯୋଗ
ଭୁବନେଶ୍ୱର:ପାଚିକାକୁ ବହିଷ୍କାର ଦାବିରେ ସ୍କୁଲରେ ତାଲା
ଛାତ୍ରଛାତ୍ରୀ ମାନଙ୍କୁ ପାଚିକାଙ୍କ ଦୁର୍ବ୍ୟବହାରକୁ ନେଇ ଅଭିଭାବକ ମାନେ ତାତିଛନ୍ତି। ଯାହାକୁ ନେଇ ଶ୍ୟାମାଖୁଣ୍ଟା ବ୍ଲକ ଅନ୍ତର୍ଗତ ଆମ୍ବଡୁଭି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଫାଟକରେ ତାଲା ପକାଇ ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ଆନ୍ଦୋଳନ କରିଛନ୍ତି। ପାଚିକା ଛାତ୍ରଛାତ୍ରୀଙ୍କୁ ଦ୍ୟୁର୍ବ୍ୟବହାର କରିବା ସହ ମଧ୍ୟାହ୍ନ ଭୋଜନରେ ଅନିୟମିତତା ନେଇ ପୂର୍ବରୁ ଅଭିଯୋଗ ହେଉଥିଲା। ସ୍କୁଲର ପାଚିକା ଛାତ୍ରଛାତ୍ରୀଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହିତ ମଧ୍ୟାହ୍ନ ଭୋଜନ ଠିକ୍ ଭାବରେ ଦେଉନାହାନ୍ତି। ଏଥି ସହିତ ମଧ୍ୟାହ୍ନ ଭୋଜନର ଚାଉଳ, ଡାଲି ଆଦି ଅନ୍ୟାନ୍ୟ ସଉଦା ହେରଫେର ହେଉଥିବାର ଅଭିଯୋଗ କରି ଯଥାଶୀଘ୍ର ପାଚିକାଙ୍କୁ ଚାକିରୀରୁ ବହିଷ୍କାର କରିବା ନେଇ ଦାବି କରିଛନ୍ତି। କିନ୍ତୁ ଦାୟିତ୍ବରେ ଥିବା ପାଚିକା ଦୁଇ ଜଣ ତାଙ୍କ ଉପରେ ଲାଗିଥିବା ଅଭିଯୋଗକୁ ସ୍ୱୀକାର କରିନାହାନ୍ତି। ତାଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର କରି ସେମାନଙ୍କୁ ସ୍କୁଲରୁ ବାହାର କରିବା ଲାଗି ଚକ୍ରାନ୍ତ କରାଯାଇଛି। ଅଭିଭାବକ ଓ ଛାତ୍ରଛାତ୍ରୀ ମାନଙ୍କୁ ଶିଖାଇ ଆନ୍ଦୋଳନ କରାଯାଉଛି ବୋଲି କହିଛନ୍ତି। ଉକ୍ତ ଘଟଣାରେ ସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ମହୁଳିଆ କ୍ଲଷ୍ଟର ସିଆରସିସିଙ୍କୁ ଜଣାଇବା ପରେ ଘଟଣାସ୍ଥଳରେ ପହଞ୍ଚିଥିଲେ। ତେବେ ପୁରା ଘଟଣାର ତଦନ୍ତ ହେବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି। ଏଥି ସହିତ ଶ୍ୟାମାଖୁଣ୍ଟା ବ୍ଲକ ବିଡ଼ିଓ ସ୍କୁଲରେ ପହଁଚି ଆନ୍ଦୋଳନରତ ଅଭିଭାବକ ଓ ଛାତ୍ରଛାତ୍ରୀ ମାନଙ୍କୁ ବୁଝାସୁଝା କରିବା ପରେ ଆନ୍ଦୋଳନ ଥଣ୍ଡା ପଡିଥିଲା। ଅଭିଯୋଗ ନେଇ ତଦନ୍ତ କରି ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ସ୍ଥଗିତ କରି ଛାତ୍ରଛାତ୍ରୀ ମାନେ ସ୍କୁଲକୁ ଯାଇଥିଲେ।
ବାଇଟ: ରତିକାନ୍ତ ଦଳେଇ (ଛାତ୍ର)
ବାଇଟ:ଅନିତା ବେହେରା (ଛାତ୍ରୀ)
ବାଇଟ: ଟୁନି ସିଂ (ଅଭିଭାବକ ଓ ସ୍କୁଲ କମିଟି ସଦସ୍ୟା)
ବାଇଟ:ସୁଚିସ୍ମିତା ବେହେରା(ପ୍ରଧାନ ଶିକ୍ଷୟତ୍ରୀ)
ବାଇଟ:ମଞ୍ଜୁଲତା ବେହେରା (ପାଚିକା)
ବାଇଟ:ସବିତା ବେହେରା(ପାଚିକା)
ବାଇଟ: ରୂପାଲି ରୁପାନ୍ୱିତା ପଣ୍ଡା (ସିଆରସିସି ମହୁଲିଆ କ୍ଲଷ୍ଟର)