Search for:
  • Home/
  • ରାଜ୍ୟ/
  • ସ୍ଵାଭିମାନ ଏବଂ CureBay କ୍ଲିନିକ୍ ପକ୍ଷ ରୁ ବିଶ୍ଵ ବ୍ରେଲ ଦିବସ

ସ୍ଵାଭିମାନ ଏବଂ CureBay କ୍ଲିନିକ୍ ପକ୍ଷ ରୁ ବିଶ୍ଵ ବ୍ରେଲ ଦିବସ

Spread the love

Loading

ଭୁବନେଶ୍ୱର:ସ୍ଵାଭିମାନ ଏବଂ CureBay କ୍ଲିନିକ୍ ପକ୍ଷ ରୁ ବିଶ୍ଵ ବ୍ରେଲ ଦିବସ ଭୁବନେଶ୍ବର ସ୍ଥିତ ଭାରତୀୟ ବିଦ୍ୟା ଭବନ ଠାରେ ପାଳନ କରାଯାଇଅଛି। ଚଳିତ ବର୍ଷ ମହାତ୍ମା ଲୁଇସ୍ ବ୍ରେଲ ଙ୍କର ୨୧୫ ତମ ଜୟନ୍ତୀ ପାଳନ କରିବା ସହିତ ତାଙ୍କର ଜୀବନୀ ସମ୍ପର୍କ ରେ ଆଲୋକପାତ କରାଯାଇଅଛି। ଏହି ଅବସର ରେ ଓଡ଼ିଶା ରୁ ଆସିଥିବା ବିଭିନ୍ନ ଜିଲ୍ଲା ର ୩୦ ଜଣ ଦୃଷ୍ଟିହୀନ ମେଧାବୀ ଛାତ୍ର ଛାତ୍ରୀ ମାନଙ୍କୁ ୟୁନିଭସାର୍ଲ ବ୍ରେଲ କିଟ୍ ବଣ୍ଟନ କରାଯାଇଅଛି। ଉକ୍ତ କିଟ୍ ରେ ଜର୍ମାନ୍ ର ବ୍ରେଲ ସ୍ଲେଟ୍, ଷ୍ଟାଇଲସ୍, ଆବାକସ୍, ଟେଲର ଫ୍ରେମ୍, ମୋବିଲିଟୀ କେନ, ହିନ୍ଦୀ ଓ ଇଂରାଜୀ ବ୍ରେଲ ବର୍ଣ୍ଣମାଳା ବୋର୍ଡ଼, ଟେକଟାଇଲ ଜାମିତିକ ସାମଗ୍ରୀ, ଷ୍ଟୋରୀ ବୁକ୍ ଏବଂ ବ୍ରେଲ ଲିପି ରେ ମୁଦ୍ରିତ ହୋଇଥିବା ନୂତନ ବର୍ଷ ର କ୍ୟାଲେଣ୍ଡର ଭଳି ଉପକରଣ ରହିଅଛି ଯାହା ପିଲା ମାନଙ୍କୁ ପାଠପଢ଼ା ରେ ସାହାଯ୍ୟ କରିବ। ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଅନ୍ତର୍ନିବେଶୀ ଶିକ୍ଷା ର ସଂଯୋଜକ ଶ୍ରୀ ଅଶୋକ କୁମାର ମହାପାତ୍ର, ଓଡ଼ିଶା ସରକାର ଙ୍କ ର ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ର ଉପ ଶାସନ ସଚିବ ଶ୍ରୀ ସନ୍ନ୍ୟାସୀ ବେହେରା (ଓଏଏସ୍) ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ବ୍ରେଲ କିଟ୍ ପ୍ରଦାନ କରିବା ସହିତ ଦୃଷ୍ଟିହୀନ ଛାତ୍ରଛାତ୍ରୀ ମାନଙ୍କ ନିମନ୍ତେ ବ୍ରେଲି ଅକ୍ଷର ର ଆବଶ୍ୟକ ଏବଂ ସେମାନଙ୍କ ପାଇଁ ସରକାର ଙ୍କ ନିୟମ ଏବଂ ସୁବିଧା ବିଷୟ ରେ ଜଣେଇବା ସହିତ ପିଲା ମାନେ କିପରି ଭଲ ପାଠ ପଢି ଭଲ ମଣିଷ ଟିଏ ହୋଇ ପାରିବେ ସେ ସଂପର୍କ ରେ ମଧ୍ଯ କହିଥିଲେ। ନିମନ୍ତ୍ରିତ ଅତିଥି ଏବଂ ବିଭିନ୍ନ ଜିଲ୍ଲା ରୁ ଆସିଥିବା ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ନୂତନ ବର୍ଷ ର କ୍ୟାଲେଣ୍ଡର ଏବଂ ଭିନ୍ନକ୍ଷମ ବ୍ୟକ୍ତି ମାନଙ୍କର ଅଧିକାର ଅଧିନିୟମ ୨୦୧୬ ର ବ୍ରେଲ ଲିପି ରେ ମୁଦ୍ରିତ ହୋଇଥିବା ପୁସ୍ତକ ପ୍ରଦାନ କରାଯାଇଅଛି। ଭାବଗ୍ରାହୀ ଆଦର୍ଶ ଦୃଷ୍ଟିହୀନ ବିଦ୍ୟାଳୟ ର ଛାତ୍ରୀ ମାନଙ୍କ ଦ୍ଵାରା ପରିବେଷିତ ସଙ୍ଗୀତ, ପିଲା ମାନଙ୍କ ପାଇଁ ଆୟୋଜିତ କୁଇଜ୍ ପ୍ରତିଯୋଗିତା ଏହି ଦିବସ ର ମୁଖ୍ୟ ଆକର୍ଷଣ ଥିଲା।

Leave a reply

  • Default Comments (0)
  • Facebook Comments

Leave A Comment

All fields marked with an asterisk (*) are required