Search for:
  • Home/
  • ରାଜ୍ୟ/
  • କଟକ ବଡ଼ ଡାକ୍ତରଖାନା ICUରେ ବାଜିବ ଭଜନ !

କଟକ ବଡ଼ ଡାକ୍ତରଖାନା ICUରେ ବାଜିବ ଭଜନ !

Spread the love

Loading

କଟକ ବଡ଼ ଡାକ୍ତରଖାନା ICUରେ ବାଜିବ ଭଜନ !

‘ଭୁବନେଶ୍ୱର:ଇନ୍‌ଷ୍ଟ୍ରୋମେଣ୍ଟାଲ୍‌ ମ୍ୟୁଜିକ୍‌ ରୋଗୀ ସୁସ୍ଥ ହେବାରେ ସହାୟକ ହୋଇଥାଏ ବୋଲି ମତପ୍ରକାଶ ପାଇଥିଲା। ଏହା ଉପରେ ତର୍ଜମା କରାଯିବା ପରେ ପ୍ରତ୍ୟକ ବିଭାଗରେ ଥିବା ଆଇସିୟୁରେ ଇନ୍‌ଷ୍ଟ୍ରୋମେଣ୍ଟାଲ୍‌ ମ୍ୟୁଜିକ୍‌ ବଜାଇବା ପାଇଁ ନିଷ୍ପତ୍ତି ହୋଇଛି।’

କଟକ ବଡ଼ ମେଡ଼ିକାଲ୍‌ରେ ରୋଗୀଙ୍କୁ ଦିଆଯିବ ମ୍ୟୁଜିକ୍‌ ଥେରାପି। ତାହା ପୁଣି ଆଇସିୟୁରେ। ମେଡିକାଲ୍‌ର ବିଭିନ୍ନ ବିଭାଗର ଆଇସିୟୁ ଓ ଆଇସିୟୁ ୱାର୍ଡରେ ଚିକିତ୍ସିତ ହେଉଥିବା ରୋଗୀଙ୍କୁ ୨୪ ଘଣ୍ଟା ଦିଆଯିବ ମ୍ୟୁଜିକ୍‌ ଥେରାପି। ବାଜିବ ଭଜନ! ଏଥିରେ କୌଣସି ନିର୍ଦ୍ଦିଷ୍ଟ ଭଜନ ବାଜିବ ନାହିଁ। କେବଳ ଇନ୍‌ଷ୍ଟ୍ରୋମେଣ୍ଟାଲ୍‌ ମ୍ୟୁଜିକ(ବାଦ୍ୟଯନ୍ତ୍ର ଧ୍ୱନୀ) ବାଜିବ। ବୁଧବାର ବସିଥିବା ସ୍ୱାସ୍ଥ୍ୟ ବିକାଶ ସମିତି ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଦୁଇ ମାସ ଭିତରେ ଏହି ସେବା କାର୍ଯ୍ୟକାରୀ କରିବା ପାଇଁ ଯୋଜନା ରଖାଯାଇଛି।

Leave A Comment

All fields marked with an asterisk (*) are required