Search for:
  • Home/
  • ରାଜ୍ୟ/
  • ଜଳବାୟୁ ପରିର୍ବନ ଦୃଶ୍ୟପଟରେ ଓଡ଼ିଶାର କୃଷି ଓ କୃଷକ ସଚେତନତା କର୍ମଶାଳା

ଜଳବାୟୁ ପରିର୍ବନ ଦୃଶ୍ୟପଟରେ ଓଡ଼ିଶାର କୃଷି ଓ କୃଷକ ସଚେତନତା କର୍ମଶାଳା

Spread the love

Loading

ଜଳବାୟୁ ପରିର୍ବନ ଦୃଶ୍ୟପଟରେ ଓଡ଼ିଶାର କୃଷି ଓ କୃଷକ ସଚେତନତା କର୍ମଶାଳା
ଖାଦ୍ୟ ନିରାପା ଓ ଜଳ ପରିଚାଳନା ନେଇ ସବୁସ୍ତରରେ ଉଦ୍ୟମ କରାଯିବା ଏକାନ୍ତ ଜରୁରୀ
ଭୁବନେଶ୍ୱର, ତା ୩/୮- ଓଡ଼ିଶା ରାଜ୍ୟ କୃଷକ ବିକାଶ ସମବାୟ ସମିତି ଲିଃ ଆନୁକୂଲ୍ୟରେ ଓଡ଼ିଶା ସରକାରଙ୍କ ଉଦ୍ୟାନ କୃଷି
ନିର୍ଦ୍ଦେଶାଳୟ ଏବଂ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ ଓ ଇଫ୍‌କୋ ସଂସ୍ଥାର ସହଯୋଗ କ୍ରମେ ଗତ ଜୁଲାଇ ୩୦ ତାରିଖ ଦିନ ଭୁବନେଶ୍ୱରସ୍ଥିତ
ମଧୁସୂଦନ ସମବାୟ ପରିଚାଳନା ପ୍ରତିଷ୍ଠାନ ସଭାଗୃହରେ ଜଳବାୟୁ ପରିର୍ବନ ଦୃଶ୍ୟପଟରେ ଓଡ଼ିଶାର କୃଷି ଓ କୃଷକ ଶୀର୍ଷକ ଏକ
ରାଜ୍ୟସ୍ତରୀୟ କୃଷକ ସଚେତନତା କର୍ମଶାଳା ଓଡ଼ିଶା ରାଜ୍ୟ କୃଷକ ବିକାଶ ସମବାୟ ସମିତି ସମିତିର ଅଧ୍ୟକ୍ଷ ଅମିୟ କୁମାର ପ…ନାୟକଙ୍କ
ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ସମଗ୍ର ରାଜ୍ୟରୁ ୧୩୦ଜଣରୁ ଉଦ୍ଧ୍ୱର୍ ଅଗ୍ରଣୀ ଚାଷୀ ଏହି କର୍ମଶାଳାରେ ଅଂଶ ଗ୍ରହଣ କରି ଜଳବାୟୁ
ପରିର୍ବନ ଦ୍ୱାରା ଚାଷ କାର୍ଯ୍ୟରେ ଉପୁଜୁଥିବା ବିଭିନ୍ନ ସମସ୍ୟା ଓ ଏହାର ନିରାକରଣ ପାଇଁ ପାଣିପାଗ ଓ କୃଷି ବିଶେଷଜ୍ଞମାନଙ୍କ ବୈଷୟିକ
ପରାମର୍ଶ ଗ୍ରହଣ କରିଥିଲେ । ଉକ୍ତ କର୍ମଶାଳାରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ତଥା ପାଣିପାଗ ବିଶେଷଜ୍ଞ
ପ୍ରଫେସର ସୁରେନ୍ଦ୍ର ନାଥ ପଶୁପାଳକ, ଭାରତ ସରକାରଙ୍କ ଜଳ ପରିଚାଳନା ପ୍ରତିଷ୍ଠାନର ପ୍ରଧାନ ବୈଜ୍ଞାନିକ ଡ. ପ୍ରମୋଦ କୁମାର ପଣ୍ଡା,
ଆଇଏମଡିର ପାଣିପାଗ ବିଶେଷଜ୍ଞ ଉମାଶଙ୍କର ଦାସ, ଓୟୁଏଟିର ପାଣିପାଗ ବିଶେଷଜ୍ଞ ଡ. ତୁଷାର ରଞ୍ଜନ ମହାନ୍ତି, ଓଡ଼ିଶା ସରକାରଙ୍କ
ଉଦ୍ୟାନକୃଷି ନିର୍ଦ୍ଦେଶାଳୟର ଯୁଗ୍ମ ନିର୍ଦ୍ଦେଶକ ଗୌରାଙ୍ଗ ଚନ୍ଦ୍ର ସ୍ୱାଇଁ, ଓୟୁଏଟିର ଅବସରପ୍ରାପ୍ତ ପ୍ରଫେସର ତଥା ଛତୁ ବିଶେଷଜ୍ଞ ଡ. ଅଦ୍ୱୈତ
କୁମାର ପାତ୍ର, ରାଜ୍ୟ ମହିଳା ନିଗମ ଅଧ୍ୟକ୍ଷା ସ୍ୱାଧୀନବାଳା ଦାସ ପ୍ରମୁଖ ସ୧ାନିତ ଅତିଥି ରୂପେ ଯୋଗଦେଇ ଅନିୟମିତ ଜଳବାୟୁ
ପରିର୍ବନରେ କୃଷିକ୍ଷେତ୍ରରେ ଯେପରି ପ୍ରଭାବ ପଡ଼ୁଛି ଏହା ଏକ ଚିନ୍ତାର ବିଷୟ । ରାଜ୍ୟ ଜନସଂଖ୍ୟାର ୬୫ ପ୍ରତିଶତ ଲୋକ କୃଷିଜୀବି ।
ସେମାନଙ୍କ ଜୀବନଧାରଣ ସହିତ ଅନ୍ୟ ସମସ୍ତଙ୍କ ପାଇଁ ଖାଦ୍ୟ ନିରାପା ଦୃଷ୍ଟିରୁ କୃଷି ଏକମାତ୍ର ସମ୍ବଳ, କ୍ରମାଗତ ଭାବେ ଭୂତଳ ଜଳର
ଯେପରି ହ୍ରାସ ପାଉଛି ଏହାର ନିରାକରଣ ବ୍ୟବସ୍ଥା ଅତ୍ୟନ୍ତ ଜରୁରୀ । ଅନୁରୂପ ଭାବେ ଜଳସମ୍ପଦର ଯେତିକି ସୁବିଧା ରହିଛି ତାହାର
ସୁପରିଚାଳନା କରାଯିବା ବାଞ୍ଛନୀୟ । ପରିବେଶ ଓ ଜଳବାୟୁ ପରିର୍ବନର ସ୍ଥିତିକୁ ଦେଖି କ୍ଷେତରେ ଆବଶ୍ୟକ ଚାଷ କରିବାକୁ ପଡ଼ିବ ।
ଫସଲର ମଧ୍ୟ କିସମ ପରିର୍ବନ କରାଯାଇ ମରୁଡ଼ି ସହଣୀକ ବା ଅନ୍ୟାନ୍ୟ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ଚାଷ ପଦ୍ଧତିକୁ
ଚାଷୀଭାଇମାନେ ଆପଣାଇବା ଦରକାର । ଉଦ୍ୟାନ କୃଷି ବିକାଶ କ୍ଷେତ୍ରରେ ସରକାର ଅନେକ ଗୁଡ଼ିଏ ଯୋଜନା କାର୍ଯ୍ୟକାରୀ କରୁଛନ୍ତି ।
ଋତୁ ପର୍ଯ୍ୟାୟରେ ଜଳବାୟୁ ପରିର୍ବନକୁ ଦେଖି ପନିପରିବା ଫୁଲ, ଫଳ ଚାଷ କରାଯାଇ ପାରିବ । ବିଶେଷକରି ଅନୁକୂଳ ପାଣିପାଗ
ସମ୍ପର୍କରେ ଅଧିକ ଜ୍ଞାନକୌଶଳ ସଂଗ୍ରହକରି ଅଗ୍ରଗତି କରିବାକୁ ପଡ଼ିବ ବୋଲି ଉପସ୍ଥିତ ଚାଷୀବନ୍ଧୁମାନଙ୍କୁ ବୈଜ୍ଞାନିକମାନେ ପରାମର୍ଶ
ପ୍ରଦାନ କରିଥିଲେ । ସରକାରଙ୍କ ସହଯୋଗ କ୍ରମେ ଆଗାମୀ ୨ ବର୍ଷ ମଧ୍ୟରେ ଓଡ଼ିଶା ରାଜ୍ୟ କୃଷକ ବିକାଶ ସମବାୟ ସମିତି ଜରିଆରେ
ରାଜ୍ୟର ୩୦ ଜିଲ୍ଲା ଓ ୩୧୪ବ୍ଳକସ୍ତରରେ ଜଳବାୟୁ ପରିର୍ବନ ଦୃଶ୍ୟପଟରେ ଓଡ଼ିଶାର କୃଷି ଓ କୃଷକ ସଚେତନତା କର୍ମଶାଳା
ଆୟୋଜନ କରାଯାଇ ଚାଷୀମାନଙ୍କୁ ବ୍ୟାପକ ସଚେତନ କରାଯିବା ଅତ୍ୟନ୍ତ ଜରୁରୀ ବୋଲି ସର୍ବ ସ୧ିକ୍ରମେ ସ୍ଥିର କରାଯାଇଥିଲା ।
ପ୍ରାରମ୍ଭରେ ସମିତିର ଭାରପ୍ରାପ୍ତ ପରିଚାଳନା ନିର୍ଦ୍ଦେଶକ ବିକ୍ରମ ଚନ୍ଦ୍ର ଗଜେନ୍ଦ୍ର ସିଂହ ସ୍ୱାଗତ ଭାଷଣ ଦେଇଥିବା ବେଳେ ସମିତିର
ପରିଚାଳନା ପରିଷଦର ବରିଷ୍ଠ ନିର୍ଦ୍ଦେଶକ ବୃନ୍ଦାବନ ଖଟେଇ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସୁବାଷ ରାଉତ,
ବଂଶିଧର ନାୟକ, ଶ୍ୟାମସୁନ୍ଦର ଦୋରା, ବ୍ରଜରାଜ ରାଉତ, ଜତି ପ୍ରଧାନ, ରାଜେଶ ଦାସ, ଗୋବିନ୍ଦ ପଟେଲ, ଦେବେନ୍ଦ୍ର କୁମାର ରାଓ,
ଦାଶରଥି ସାହୁ, ଅରବିନ୍ଦ ସାମଲ, ବେଣୁଧର ନାୟକ, ସନ୍ତୋଷ ସାହୁ, ପଦ୍ମଚରଣ ସାହୁ, ଧ୍ରୁବ ଚରଣ ପରିଡ଼ା ପ୍ରମୁଖ ବହୁ ଚାଷୀବନ୍ଧୁମାନେ
ଅଂଶ ଗ୍ରହଣ କରିଥିଲେ ।
ସମିତି ପକ୍ଷରୁ ସମବାୟ, କୃଷି ଓ କୃଷକଙ୍କ ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସମିତି ପକ୍ଷରୁ ଓୟୁଏଟିର
ଅବସରପ୍ରାପ୍ତ ପ୍ରଫେସର ଛତୁ ବିଶେଷଜ୍ଞ ଡ. ଅଦ୍ୱୈତ କୁମାର ପାତ୍ର, ସମବାୟବିତ୍‌ ସ୍ୱାଧୀନବାଳା ଦାସ, ଉନ୍ନତ ପନିପରିବା ବିହନ
ବିକ୍ରେତା ସତ୍ୟପ୍ରିୟ ସ୍ୱାଇଁ, ଗଞ୍ଜାମ ଜିଲ୍ଲାର ସଫଳ ଫୁଲ ଚାଷୀ ଶ୍ୟାମ ସୁନ୍ଦର ଦୋରାଙ୍କୁ କୃଷକ ବନ୍ଧୁ ସ୧ାନରେ ସ୧ାନୀତ କରାଯାଇଥିଲା ।

Leave A Comment

All fields marked with an asterisk (*) are required