ପୁଣି ଅଶାନ୍ତ ଉଦଳା ଅଞ୍ଚଳ , ବୁଲିଲା ତେଲେଙ୍ଗା କଟୁରୀ ,
ପୁଣି ଅଶାନ୍ତ ଉଦଳା ଅଞ୍ଚଳ , ବୁଲିଲା ତେଲେଙ୍ଗା କଟୁରୀ , କଟୁରୀ ଚୋଟ ରେ ଅଧ୍ୟାପକ ଗୁରୁତର
ଭୁବନେଶ୍ୱର:ଉଦଳା,ଆଜି ପୂର୍ବାହ୍ନରେ ପୁଣି ଉଦଳା ଅଞ୍ଚଳ ଅଶାନ୍ତ ହୋଇପଡିଛି । କିଛିଦିନ ର ନୀରବତା ପରେ ପୁଣି ସକ୍ରିୟ ହୋଇ ଉଠିଛନ୍ତି ରାହାଜାନୀ ଗ୍ରୁପ । ବାଇକରେ ଆସି କଟୁରୀରେ ହାଣି ଗୁରୁତର କରି ପକାଇଛନ୍ତି ଅଧ୍ୟାପକ ଙ୍କୁ । ଆଜି ଉଦଳା-ପୋଡାଡିହା ରାସ୍ତା ର କୁକୁରଡିମା ସ୍କୁଲ ନିକଟରେ ଦୁଇଜଣ ଯୁବକ ପିଛା କରି ହଠାତ ତେଲେଙ୍ଗା କଟୁରୀ ରେ ଆକ୍ରମଣ କରିଥିଲେ । ନୁଦଡ଼ିହା ସ୍ଥିତ ମେଘାସନ ମହାବିଦ୍ୟାଳୟର ଗଣିତ ବିଭାଗର ଅଧ୍ୟାପକ ରୁପେଶ ମହାପାତ୍ର(୫୦) ଙ୍କୁ ଆଜି ଉଦଳାରୁ କଲେଜ ଯାଉଥିବା ବାଟରେ ଦୁଇଜଣ ଯୁବକ ପିଛା କରି ଅଚାନକ ତେଲେଙ୍ଗା କଟୁରୀ ରେ ମୁଣ୍ଡ କୁ ଆକ୍ରମଣ କରିଥିଲେ । ତେବେ ସୌଭାଗ୍ୟ ବଶତଃ ହେଲମେଟ ପିନ୍ଧିଥିବା କାରଣରୁ ଚୋଟଟି ବାମ କାନ୍ଧ ରେ ବାଜି ଥିଲା । ଯାହାକି ୫ଇଞ୍ଚ ର ଗଭୀର କ୍ଷତ ହେବାସହ ଗୁରୁତର ହୋଇପାଇଥିଲେ । ତେବେ ନିଜ ବୁଦ୍ଧି ବଳ ରେ ବର୍ତିଯାଇ ଥିବା ଉଦଳା ଡାକ୍ତରଖାନା ରେ ଭର୍ତ୍ତି କରାଯାଇଛି । ଆକ୍ରମଣ ର କାରଣ ଜଣାପଡି ନ ଥିବା ବେଳେ ରାହାଜାନୀ ଉଦ୍ଧେଶ୍ୟରେ ବୋଲି ସନ୍ଦେହ କରାଯାଉଛି । ତେବେ ଉଦଳା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।