ସ୍ୱର ଓ ସାମ୍ବିଧାନିକ ଅଧିକାର ଉପରେ ଆକ୍ରମଣ ଏବଂ ଗିରଫଦାରି ବିରୋଧ ରେ ଭୁବନେଶ୍ୱର ରେ ଗଣ ପ୍ରତିବାଦ
ଗଣତନ୍ତ୍ର, ଗଣ ମାଧ୍ୟମ, ଗଣ ସାମ୍ବାଦିକ ମାନଙ୍କର ଅଭିବ୍ୟକ୍ତି ର ସ୍ୱାଧୀନତା ଏବଂ ବିରୋଧୀ ରାଜନେତା ମାନଙ୍କର ଗଣତାନ୍ତ୍ରିକ ସ୍ୱର ଓ ସାମ୍ବିଧାନିକ ଅଧିକାର ଉପରେ ଆକ୍ରମଣ ଏବଂ ଗିରଫଦାରି ବିରୋଧ ରେ
ଭୁବନେଶ୍ୱର ରେ ଗଣ ପ୍ରତିବାଦ
ଭୁବନେଶ୍ୱର:ନରେନ୍ଦ୍ର ମୋଦି ସରକାର ଦେଶର ଗଣତନ୍ତ୍ର, ଗଣ ମାଧ୍ୟମ, ଗଣ ସାମ୍ବାଦିକ ଏବଂ ଭିନ୍ନମତ ପୋଷଣ କରୁଥିବା ବିରୋଧୀ ରାଜନେତା ମାନଙ୍କ ଉପରେ ନଗ୍ନ ଆକ୍ରମଣ ଆରମ୍ଭ କରିଛନ୍ତି l ଅକ୍ଟୋବର 3 ତାରିଖ ରେ ଦିଲ୍ଲୀସ୍ଥିତ “ନ୍ୟୁଜ କ୍ଲିକ” ଅନ ଲାଇନ ସମ୍ବାଦ ପତ୍ର ର ପ୍ରତିଷ୍ଠାତା ଏବଂ ମୁଖ୍ୟ ସମ୍ପାଦକ ଶ୍ରୀ ପ୍ରବୀର ପୂରକାୟସ୍ଥଙ୍କ ବାସଗୃହ ଉପରେ ଇ ଡ଼ି ତରଫରୁ ଚଢ଼ାଉ କରିବା ସହିତ ତାଙ୍କର ଲାପଟପ, ମୋବାଇଲ ଫୋନ ଇତ୍ୟାଦି ଜବତ କରା ଯାଇଛି l ଏହା ସହିତ ବହୁ ବରିଷ୍ଠ ସାମ୍ବାଦିକ,ପ୍ରଖ୍ୟାତ ଇତିହାସବିଦ,ବ୍ୟଙ୍ଗ ଚିତ୍ରକାର,ସମେତ ‘ନ୍ୟୁଜ କ୍ଲିକ’ ପ୍ରତିଷ୍ଠାନ ର ସାମ୍ବାଦିକ ଏବଂ କର୍ମଚାରୀ ମିଶି ମୋଟ 46 ରୁ ଉର୍ଦ୍ଧ୍ୱ କର୍ମଚାରୀଙ୍କର ଲାପଟପ, ମୋବାଇଲ ଫୋନ ଏବଂ ନାନାଦି ଡକ୍ୟୁମେଣ୍ଟ, ଆଦି ଜବତ କରିବା ସହିତ ସେମାନଙ୍କୁ ଘଣ୍ଟା ଘଣ୍ଟା ଜେରା କରାଯାଇ ଅଟକ ରଖାଯିବା ଭଳି ଅଗଣତାନ୍ତ୍ରିକ ପଦକ୍ଷେପ ନିଆଯାଇଛି l ‘ନ୍ୟୁଜ କ୍ଲିକ’ ର ମୁଖ୍ୟ ସମ୍ପାଦକ ପ୍ରବୀର ପୁରକାୟସ୍ଥ ଏବଂ ମାନବ ସମ୍ବଳ ମୁଖ୍ୟ ଅମିତ ଚକ୍ରବର୍ତ୍ତୀଙ୍କୁ ଅତି ସଙ୍ଗୀନ ଆଇନ ୟୁ ଏ ପି ଏ(ଵେଆଇନ କାର୍ଯ୍ୟ କଳାପ ପ୍ରତିରୋଧ ଆଇନ) ରେ ଗିରଫ କରାଯାଇଛି l
ଦେଶର ଐତିହାସିକ ଚାଷୀ ଆନ୍ଦୋଳନ, ସାହିନବାଗ ର ନାଗରିକ ଅଧିକାର ଆନ୍ଦୋଳନ, ଜବହାରଲାଲ ବିଶ୍ୱ ବିଦ୍ୟାଳୟ ଛାତ୍ର ଆନ୍ଦୋଳନ, ଶ୍ରମିକ ଆନ୍ଦୋଳନ ଆଦି ଜନ ଆନ୍ଦୋଳନ ର ପ୍ରକାଶନ ଏବଂ ପ୍ରସାରଣ କରିଥିବା ସାମ୍ବାଦିକ ଏବଂ ସମ୍ବାଦପତ୍ର ମାନେ ସରକାରଙ୍କ ଆକ୍ରୋଶ ର ଶିକାର ହୋଇଛନ୍ତି l ଏହି ପ୍ରକ୍ରିୟା ରେ ଅନେକ ସାମ୍ବାଦିକ ମାନଙ୍କ ବିରୋଧ ରେ ମଧ୍ୟ ଅଭିଯୋଗ ପତ୍ର ଏବଂ ଏଫ ଆଇ ଆର ଦରଜ ହୋଇଛି l
ତଥ୍ୟ ଏବଂ ସତ୍ୟ ଉପରେ ଆଧାରିତ ଜନସାଧାରଣ ଙ୍କ ସ୍ୱାର୍ଥ ପାଇଁ ଅନବରତ କାମ କରି ସମ୍ବାଦ ପରିବେଷଣ କରୁଥିବା ଗଣ ସାମ୍ବାଦିକ ଏବଂ ଗଣ ସମ୍ବାଦପତ୍ର ଉପରେ ଏହିଭଳି ଆକ୍ରମଣ ଅଗଣତାନ୍ତ୍ରିକ ଏବଂ ଅସାମ୍ବିଧାନିକ ଅଟେ l
ଏହା ପୂର୍ବରୁ ମୋଦି ସରକାର ବି ବି ସି, ନ୍ୟୁଜ ଲଣ୍ଡ୍ରି, ୱାୟାର, ଦୈନିକ ଭାସ୍କର, ଭାରତ ସମାଚାର ଆଦି ସମ୍ବାଦ ସରବରାହ ସଂସ୍ଥା ବିରୋଧ ରେ ଅନୁରୂପ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସେମାନଙ୍କ କଣ୍ଠରୋଧ କରିବାକୁ ଅପଚେଷ୍ଟା କରିଛନ୍ତି l ସେହିଭଳି ଆମ ଆଦମୀ ପାର୍ଟି ର ସାଂସଦ ଶ୍ରୀ ସଞ୍ଜୟ ସିଂହଙ୍କ ବିରୋଧ ରେ ପ୍ରତିଶୋଧ ପରାୟଣ ହୋଇ ଗିରଫ କରାଯାଇଛି l ଏହା ପୂର୍ବରୁ ସରକାରଙ୍କ ଜନ ବିରୋଧୀ ନିତୀ କୁ ବିରୋଧ କରୁଥିବା ପ୍ରମୁଖ ବିରୋଧୀ ଦଳ ର ଅନେକ ନେତାଙ୍କୁ ଇ ଡ଼ି ଦ୍ୱାରା ଜେରା କରାଯାଇଛି ଏବଂ ଏବେ ମଧ୍ୟ ଅନେକ ବିରୋଧୀ ରାଜନେତା, ସାମାଜିକ କର୍ମୀ ଏବଂ ବୁଦ୍ଧିଜୀବୀ ଜେଲ ରେ ବନ୍ଦୀ ଜୀବନ ବିତାଉଛନ୍ତି l
ସାମଗ୍ରିକ ଭାଵେ ଏହା ସମ୍ବିଧାନ ପ୍ରଦତ୍ତ ଗଣତାନ୍ତ୍ରିକ, ନାଗରିକ ଅଧିକାର, ଅଭିବ୍ୟକ୍ତି ର ସ୍ୱାଧୀନତା ଏବଂ ମତବ୍ୟକ୍ତ କରିବାର ଅଧିକାର ଉପରେ ନଗ୍ନ ଆକ୍ରମଣ l ଏହା ଅଘୋଷିତ ଜରୁରୀ ପରିସ୍ଥିତି ସହିତ ସମାନ l
ଏହି ଆକ୍ରମଣ ଏବଂ ଗିରଫଦାରି କୁ ଇଣ୍ଡିଆ ମେଣ୍ଟଭୁକ୍ତ ଓଡିଶା ର ବିରୋଧୀ ରାଜନୈତିକ ଦଳ ମାନେ ତୀବ୍ର ପ୍ରତିବାଦ କରି ଆଜି ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ଛକ ଠାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି l
ଏହି ପ୍ରତିବାଦ ଆନ୍ଦୋଳନ ରେ ସି ପି ଆଇ ରାଜ୍ୟ ସମ୍ପାଦକ ଅଭୟ ସାହୁ, ଜାତୀୟ ସମ୍ପାଦକ
ରାମକୃଷ୍ଣ ପଣ୍ଡା,ରାଜ୍ୟ ସମ୍ପାଦକମଣ୍ଡଳୀ ସଦସ୍ୟ ଆଶୀଷ କାନୁନଗୋ,ସି ପି ଆଇ(ଏମ) ରାଜ୍ୟ ସମ୍ପାଦକ ଅଳି କିଶୋର ପଟ୍ଟନାୟକ,ରାଜ୍ୟ ସମ୍ପାଦକ ମଣ୍ଡଳୀ ସଦସ୍ୟ ସୁରେଶ ପାଣିଗ୍ରାହୀ, ଆଞ୍ଚଳିକ କମିଟି ସମ୍ପାଦକ ପ୍ରଦୀପ୍ତ ନାୟକ,ସି ପି ଆଇ-ଏମ ଏଲ(ଲିବେରେସନ) ରାଜ୍ୟ ନେତା ମହେନ୍ଦ୍ର ପରିଡା,ବଂଶୀଧର ପରିଡା,ସର୍ବେଶ୍ୱର ଭାରତୀ,ଅଲ ଇଣ୍ଡିଆ ଫରୱାର୍ଡ଼ ବ୍ଲକ ରାଜ୍ୟ ସାଧାରଣ ସମ୍ପାଦକ ଜ୍ୟୋତି ରଞ୍ଜନ ମହାପାତ୍ର,ରାଜ୍ୟ ନେତା ଲକ୍ଷ୍ମୀ ଦୋରା, ଲକ୍ଷ୍ମୀ ବାରିକ, ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ରବି ବେହେରା,ସାଧାରଣ ସମ୍ପାଦକ ସଞ୍ଜୟ ନାୟକ,ବିଜୟ ବେହେରା,ଆମ ଆଦମୀ ପାର୍ଟି ରାଜ୍ୟ ଆବାହକ ନିଶିକାନ୍ତ ମହାପାତ୍ର, ରାଜ୍ୟ ମୁଖପାତ୍ର ସୌମ୍ୟ ରଞ୍ଜନ ସ୍ୱାଇଁ, ସଂଜୀବ ମହାନ୍ତି, ସମତା କ୍ରାନ୍ତି ଦଳରାଜ୍ୟ ସାଧାରଣ ସମ୍ପାଦକ ପ୍ରଭାସ ସାମନ୍ତରାୟ,ରାଜ୍ୟ ନେତା ତୁଷାରକାନ୍ତି ପଣ୍ଡା, ହରିହର ସ୍ୱାଇଁ,ସି ପି ଆଇ-ଏମ ଏଲ(ରେଡ ଷ୍ଟାର) ରାଜ୍ୟ ନେତା ଗୋପୀନାଥ ବାରିକ,ଯୋଗିନ୍ଦ୍ର ବେହେରା, ପ୍ରମୁଖ ବହୁ ରାଜ୍ୟ ନେତୃବୃନ୍ଦ ଏହି ପ୍ରତିବାଦ ଆନ୍ଦୋଳନ ରେ ନେତୃତ୍ୱ ନେଇଥିଲେ l
ଦେଶର ଏହି ସଂକଟ ସମୟରେ ଗଣତନ୍ତ୍ର, ଗଣତାନ୍ତ୍ରିକ ଅଧିକାର ଏବଂ ସମ୍ବାଦପତ୍ର ର ସ୍ୱାଧୀନତା କୁ ରକ୍ଷା କରିବା ପାଇଁ ଓଡିଶାବାସୀ ଆଗେଇ ଆସିବା ନିମନ୍ତେ ମିଳିତ ବିରୋଧୀ ରାଜନୈତିକ ଦଳ ମାନଙ୍କର ରାଜ୍ୟ ନେତୃବୃନ୍ଦ ଆହ୍ୱାନ କରିଛନ୍ତି