Search for:
  • Home/
  • Bda/
  • ଅମିତ ଶାହଙ୍କୁ ଗିରଫ ଦାବିରେ ସିପିଆଇର ରାସ୍ତାରୋକୋ ଓ ବିକ୍ଷୋଭ

ଅମିତ ଶାହଙ୍କୁ ଗିରଫ ଦାବିରେ ସିପିଆଇର ରାସ୍ତାରୋକୋ ଓ ବିକ୍ଷୋଭ

Spread the love

Loading

ଅମିତ ଶାହଙ୍କୁ ଗିରଫ ଦାବିରେ ସିପିଆଇର ରାସ୍ତାରୋକୋ ଓ ବିକ୍ଷୋଭ
ଆମ୍ବେଦକରଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟର ପ୍ରତିବାଦ
ଭୁବନେଶ୍ୱର, ୨୦/୧୨-ସଂସଦରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ସମ୍ବିଧାନ ପ୍ରଣେତା ବାବାସାହେବ ଆମ୍ବେଦକରଙ୍କ ସମ୍ପର୍କରେ ଦେଇଥିବା ଅସମ୍ମାନଜନକ ମନ୍ତବ୍ୟର ପ୍ରତିବାଦରେ ଆଜି ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଓ ଭାରତୀୟ କ୍ଷେତ ମଜଦୁର ୟୁନିୟନ ପକ୍ଷରୁ ରାଜମହଲ ଛକଠାରେ ରାସ୍ତାରୋକୋ ଓ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି । ବିକ୍ଷୋଭକାରୀଙ୍କୁ ଭୁବନେଶ୍ୱର ସିପିଆଇ ଜୋନ ସମ୍ପାଦକ ସୁର ଜେନା ଓ ବିକେଏମ୍‌ୟୁର ରାଜ୍ୟ ସହ ସମ୍ପାଦକ ଶଙ୍କର୍ଷଣ ବାରିକ ପ୍ରମୁଖ ଉଦ୍‌ବୋଧନ ଦେଇ କହିଥିଲେ ବିଜେପି ଓ ଆର୍‌ଏସ୍‌ଏସ ସର୍ବଦା ମନୁସ୍ମୃତିର ଧାରକ ତଥା ବାହକ ଏବଂ ସେମାନେ ପ୍ରଥମରୁ ସମ୍ବିଧାନକୁ ବିରୋଧ କରିଥିଲେ ଓ ଡକ୍ଟର ଆମ୍ବେଦକରଙ୍କୁ ସମାଲୋଚନା କରିଥିଲେ । ଡ. ଆମ୍ବେଦକରଙ୍କୁ ଅପମାନ ଦିଆଯାଇଥିବା କଥାକୁ ଏଡ଼େଇ ଦେବା ପାଇଁ ସେମାନେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ପ୍ରସଙ୍ଗକୁ ଅଯଥାରେ ଟାଣିଆଣି ଓ ସଂସଦରେ ହୋହଲ୍ଲା କରୁଛନ୍ତି ଏବଂ ଏପରିକି ବିଜେପି ସାଂସଦମାନେ ସଂସଦର ଦ୍ୱାରଦେଶକୁ ଅବରୋଧ କରି ରହି ବିରୋଧୀ ସାଂସଦମାନଙ୍କୁ ଭିତରକୁ ଯିବା ପାଇଁ ନ ଦେଇ ଗଣ୍ଡଗୋଳ ଭିଆଇଛନ୍ତି । ବିକ୍ଷୋଭକାରୀମାନେ ଏକ ଶୋଭାଯାତ୍ରାରେ ଯାଇ ରାଜମହଲଠାରେ ସମବେତ ହୋଇଥିଲେ ଏବଂ ଅମିତ ଶାହଙ୍କ ବିରୋଧରେ ଓ ଡ. ଆମ୍ବେଦକରଙ୍କ ସପକ୍ଷରେ ଲେଖାଥିବା ବିଭିନ୍ନ ପ୍ଲାକାର୍ଡ ଧରି ଅମିତ ଶାହଙ୍କ ଗିରଫ ଦାବି କରିଥିଲେ ।
ଏହି ବିକ୍ଷୋଭରେ ଶ୍ରମିକ ନେତା ପଞ୍ଚାନନ ସାହୁ, କୈଳାସ ପୁହାଣ, ରାଧାକାନ୍ତ ଶତପଥୀ, ବିଶ୍ୱଜିତ୍ ନାୟକ, ଉଗ୍ରସେନ ଦାସ, ପ୍ରମୋଦ ମଲ୍ଲ୍‌ିକ, ବ୍ରହ୍ମାନନ୍ଦ ବେହେରା, ବେଣୁଧର ସାହୁ ପ୍ରମୁଖ ବହୁ କର୍ମୀ ଯୋଗଦେଇଥିଲେ ।

Leave A Comment

All fields marked with an asterisk (*) are required