Search for:
  • Home/
  • ରାଜ୍ୟ/
  • ସିପିଆଇର ୨ଦିନିଆ ରାଜ୍ଯ ସାଂଗଠନିକ ସମ୍ମେଳନ ଭୁଵନେଶ୍ଵରରେ ଉଦଘାଟିତ।

ସିପିଆଇର ୨ଦିନିଆ ରାଜ୍ଯ ସାଂଗଠନିକ ସମ୍ମେଳନ ଭୁଵନେଶ୍ଵରରେ ଉଦଘାଟିତ।

Spread the love

Loading

ସିପିଆଇର ୨ଦିନିଆ ରାଜ୍ଯ ସାଂଗଠନିକ ସମ୍ମେଳନ ଭୁଵନେଶ୍ଵରରେ ଉଦଘାଟିତ।

ଭୁଵନେଶ୍ଵର: ୧୬/୧୧/୨୦୨୪ରିଖ: ଭାରତୀୟ କମ୍ଯୁନିଷ୍ଟ ପାର୍ଟିର ୨ଦିନିଆ ରାଜ୍ଯ ସାଂଗଠନିକ ସମ୍ମେଳନ ୟୁନିଟ -୧ ସ୍ଥିତ କସ୍ତୁରଵା ନାରୀ ସେଵା ସଦନଠାରେ ପୁର୍ଵାହ୍ନରେ ଆରମ୍ଭ ହୋଇଅଛି।ଏହି ସମ୍ମେଳନକୁ ସିପିଆଇ ର ସର୍ଵଭାରତୀୟ ସାଧାରଣ ସମ୍ପାଦକ କମ୍ରେଡ୍ ଡି ରାଜା ଉଦଘାଟନ କରିଛନ୍ତି। ଆଗାମୀ ଡିସେମ୍ଵର ୨୬ ତାରିଖ ରେ ଶତଵାର୍ଶିକୀରେ ପଦାର୍ପଣ କରୁଥିଵା ସିପିଆଇ ଵ୍ରିଟିଶ ଉପନିଵେଶଵାଦୀ ଶାସନ କଵଳରୁ ଭାରତର ପୂର୍ଣ୍ଣ ସ୍ଵାଧୀନତା ପାଇଁ ସର୍ଵ ପ୍ରଥମେ ଦାଵି କରି ସ୍ଵାଧୀନତା ସଂଗ୍ରାମରେ ଦେଶପ୍ରେମୀ ନିଷ୍ଠା, ସଂଘର୍ଷ ଓ ଆତ୍ମ ଵଳିଦାନର ଗୈ।ରଵୋଜ୍ଵଳ ଇତିହାସ ସୃଷ୍ଟି କରିଛି। ସ୍ଵାଧୀନୋତ୍ତର ଭାରତ ଏକ ଧର୍ମନୀରପେକ୍ଷ ଗଣତାନ୍ତ୍ରୀକ ସଂସଦୀୟ ଵ୍ଯଵସ୍ଥା ସମ୍ଵଳିତ ସମ୍ଵିଧାନ ପ୍ରଣୟନ, ସାଵାଳକ ଭୋଟ ଵ୍ଯଵସ୍ଥା ପ୍ରଚଳନ, ଭାଷା ଭିତ୍ତିକ ରାଜ୍ଯ ଗଠନ, ଵ୍ଯାଙ୍କ, ଵୀମା, କୋଇଲା ଖଣିର ଜାତୀୟ କରଣ ସାଂଗକୁ ଦେଶରେ ଏକ ଆତ୍ମନିର୍ଭରଶୀଳ ଅର୍ଥନୀତି ପ୍ରଚଳନ ପାଇଁ ସିପିଆଇ ଶକ୍ତିଶାଳୀ ଓ ସଫଳ ଲଢେଇ କରିଛି। ଶ୍ରମିକ ଓ କୃଷକ ଶ୍ରେଣୀର ଅଧିକାର ହାସଲ ପାଇଁ ସର୍ଵଦା ସର୍ଵାଗ୍ରେ ରହି ସଂଘର୍ଷ କରିଛି।ପାର୍ଟିର ଶତଵାର୍ଷିକୀ ପାଳନ ପାଇଁ ସମଗ୍ର ଦେଶରେ ଵ୍ଯାପକ କାର୍ଯ୍ଯକ୍ରମ ଗ୍ରହଣ କରାଯାଇଛି। ଓଡିଶାରେ କଟକ ସହରରେ ଆସନ୍ତା ୨୬ ଡିସେମ୍ଵର ଦିନ ପ୍ରସ୍ତାଵିତ ଶତଵାର୍ଷିକୀ ସମାରୋହରେ ଶତଵାର୍ଷିକୀ ଉଦଘାଟିତ ହେଵ।ପାର୍ଟିର ସମସ୍ତ ଵ୍ରାଞ୍ଚରେ ପାର୍ଟିର ଲାଲ ପତାକା ଉତ୍ତୋଳନ ସହ ପାର୍ଟିର ଗୈ।ରଵମୟ ଇତିହାସକୁ ଜନସାଧାରଣଙ୍କ ନିକଟରେ ଉପସ୍ଥାପିତ କରିଵାକୁ କମ୍ରେଡ୍ ଡି ରାଜା ଆହ୍ଵାନ ଦେଇଛନ୍ତି।ଏହି ସମ୍ମିଳନୀ କମ୍ରେଡ୍ କ୍ଷୀରୋଦ ସିଂହଦେଓ, କମ୍ରେଡ୍ ରମଣୀ ରଞ୍ଜନ ରାଉତରାୟ, କମ୍ରେଡ୍ ଜୀନ୍ମୟୀ ସାହାଣୀଙ୍କୁ ନେଇ ଗଠିତ ସଭାପତିମଣ୍ଡଳୀ ପରିଚାଳନା କରିଥିଵା ଵେଳେ ରାଜ୍ଯ ସମ୍ପାଦକ କମ୍ରେଡ୍ ଆଶିଷ କାନୁନଗୋ ସାଂଗଠନିକ ସମ୍ମେଳନର ଵିଵରଣୀ ଉପସ୍ଥାପନ କରିଥିଲେ। ସମ୍ପାଦକମଣ୍ଡଳୀ ସଦସ୍ଯ କମ୍ରେଡ୍ ଅଶୋକ ଦାଶ, କମ୍ରେଡ୍ ଜୟନ୍ତ ଦାସ, ପରକାଶ ପାତ୍ର, ପୁର୍ଵତନ ଵିଧାୟକ ଏନ୍ ନାରାୟଣ ରେଡୀ ମଞ୍ଚ ପରିଚାଳନା କରିଥିଲେ। ରାଜ୍ଯ ସମ୍ପାଦକ ଉପସ୍ଥାପନ କରିଥିଵା ରିପୋର୍ଟ ଉପରେ ଅନ୍ଯୁନ ୧୯ଜଣ ଜିଲ୍ଲା ଓ ଅଞ୍ଚଳ ନେତୃତ୍ଵ ତାଙ୍କ ସୁଚିନ୍ତିତ ମତ ଦେଇଛନ୍ତି। ଏହି ଵୈଠକରେ ଅନ୍ଯତମ ଜାତୀୟ ସମ୍ପାଦକ କମ୍ରେଡ୍ ରାମ କୃଷ୍ଣ ପଣ୍ଡା, କମ୍ରେଡ୍ ସିଏଚ୍ ଭେଙ୍କଟଚଳମ ଉଦଵୋଧନ ଦେଇ ଏହି ସାଂଗଠନିକ ସମ୍ମେଳନକୁ ଶୁଭେଛା ଜଣାଇଵା ସହ ଦେଶରେ ସମ୍ଵିଧାନ ସମ୍ମତ ଧର୍ମନୀରପେକ୍ଷ ଗଣତାନ୍ତ୍ରୀକ ସଂସଦୀୟ ଵ୍ଯଵସ୍ଥାକୁ ସୁଦୃଢ କରିଵା ପାଇଁ କମ୍ଯୁନିଷ୍ଟମାନେ ଶକ୍ତିଶାଳୀ ଗଣ ଆନ୍ଦୋଳନ କୁ ଜୋରଦାର କରିକରିଵାକୁ ଆହ୍ଵାନ ଦେଇଥିଲେ।

Leave A Comment

All fields marked with an asterisk (*) are required