ରାଜ୍ଯପାଳଙ୍କ ପୁଅ ଓ ସହଯୋଗୀଙ୍କ ଆକ୍ରମଣ ବିରୋଧରେ ଵିକ୍ଷୋଭ ପ୍ରଦର୍ଶନ ସହ ଗିରଫ ଦାଵି କଲା ସିପିଆଇ।
ପୁରୀ ରାଜ ଭଵନ କର୍ମଚାରୀଙ୍କୁ ରାଜ୍ଯପାଳଙ୍କ ପୁଅ ଓ ସହଯୋଗୀଙ୍କ ଆକ୍ରମଣ ବିରୋଧରେ ଵିକ୍ଷୋଭ ପ୍ରଦର୍ଶନ ସହ ଗିରଫ ଦାଵି କଲା ସିପିଆଇ।
ଭୁଵନେଶ୍ଵର: ତା୧୯/୭: ଆଜି ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଭୁବନେଶ୍ଵର ଅଞ୍ଚଳ କମିଟି ଏଵଂ ଵିକେଏମୟୁ ପକ୍ଷରୁ ପୁରୀ ରାଜଭବନ କର୍ମଚାରୀଙ୍କ ଉପରେ ଅମାନୁଷିକ ଆକ୍ରମଣ କରିଥିବା ଓଡ଼ିଶା ରାଜ୍ୟପାଳଙ୍କ ପୁଅ ଓ ତାଙ୍କ ସହଯୋଗୀ ମାନଙ୍କୁ ଗିରଫ କରି ନୀରପେକ୍ଷ ତଦନ୍ତ ଦାବିରେ ରାଜମହଲ ଛକଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସୂଚନା ଯୋଗ୍ୟ ଯେ: ଗତ ରଥ ଯାତ୍ରା ସମୟରେ ପୁରୀ ସ୍ଥିତ ରାଜ ଭଵନରେ ତା୭/୭/୨୦୨୪ ରିଖରେ ଓଡିଶା ରାଜ୍ଯପାଳଙ୍କ ପୁଅ ଓ ତାଙ୍କ ୫ଜଣ ସହଯୋଗୀ ମିଶି ଉକ୍ତ ରାଜ ଭଵନ କର୍ମଚାରୀ ଵୈକୁଣ୍ଠ ପ୍ରଧାନଙ୍କୁ ଅମାନୁଷିକ ଆକ୍ରମଣ କରିଥିଲେ। ରାଜ ଭଵନରେ ଏଭଳି ଘଟଣା ରାଜ ଭଵନର ଗାରିମା ନଷ୍ଟ କରିଛି। ଏହି ଘଟଣା ସମ୍ପର୍କରେ ପିଡିତ ରାଜ ଭଵନ କର୍ମଚାରୀଙ୍କ ପରିଵାର ପକ୍ଷରୁ ଓଡିଶା ରାଜ୍ଯପାଳ, ଓଡିଶା ମୁଖ୍ଯମନ୍ତ୍ରୀ ଏଵଂ ରାଜ୍ଯପାଳଙ୍କ ସଚୀଵଙ୍କୁ ନ୍ଯାୟ ପ୍ରଦାନ ପାଇଁ ଅନୁରୋଧ କରିଥିଲେ ମଧ୍ଯ ରାଜଭଵନର ଗାରୀମା ରକ୍ଷା ଦୃଷ୍ଟିରୁ ରାଜ୍ଯପାଳ ନିଜ ପକ୍ଷରୁ ଏହି ଅପରାଧର ତଦନ୍ତ ନିର୍ଦ୍ଦେଶ ଦେଵା ପରିଵର୍ତ୍ତେ ଏଘଟଣାକୁ ଚପାଇ ଦେଵାକୁ ଯାଇ ପିଡିତ କର୍ମଚାରୀ ଵୈକୁଣ୍ଠ ପ୍ରଧାନଙ୍କୁ ଵଦଳୀ କରି ନିଜ ପୁଅର ଅପରାଧ ପ୍ରଵଣତାକୁ ସୁରକ୍ଷା ଦେଵା ରାଜ୍ଯପାଳ ପଦର ମହନୀୟତାକୁ କ୍ଷୁର୍ଣ୍ଣ କରିଛି। ଅପର ପକ୍ଷରେ ଓଡିଆ ଅଶ୍ମିତା ଓ ଅପରାଧ ମୁକ୍ତ ଶାସନର ଦ୍ଵାହୀ ଦେଇ କ୍ଷମତା ହାତେଇ ଥିଵା ମୁଖ୍ଯମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିଜ ଗୃହ ଵୀଭାଗ ଅଧୀନର ପୁରୀ ସି ଵିଚ୍ ଥାନା ଓ ଜିଲ୍ଲା ପୋଲିସ ଅପରାଧ ଘଟଣାରେ ମକଦ୍ଦମା ପଞ୍ଜିକରଣ ନକରି ନିରଵ ଦ୍ରଷ୍ଟା ହେଵା ଆଇନ ଶୃଙ୍ଖଳାକୁ ଵିପର୍ଯ୍ଯସ୍ତ କରିଛନ୍ତି। ଵିଜେପିର ଅପରାଧ ପ୍ରଵଣତା ନୂଆ ନୁହେଁ। କ୍ଷମତାର ଅପଵ୍ଯଵହାର କରି ଅପରାଧ କରିଵା ଏହି ଦଳର ରାଷ୍ଟ୍ରଵ୍ଯାପୀ ଅଭ୍ଯାସ ଅଟେ। ୨୦୦୦ ମସିହାରୁ ୨୦୦୯ ମଧ୍ଯରେ ଵିଜେପି ଦଳ ଵିଜେଡି ସହ ମିଳିତ ସରକାରରେ ଥିଵା ଵେଳେ କନ୍ଧମାଳ ଘଟଣାରେ ଓଡିଶାର ୧୯ଟି ଜିଲ୍ଲାରେ ସାମ୍ପ୍ରଦାୟିକ ଦଙ୍ଗା ଓ ଆତଙ୍କ ରାଜରେ ହଜାର ହଜାର ଘର ପୋଡିଜାଳି ଛାରଖାର କରିଵା ଓଡିଶାଵାସୀ ଭୁଲି ନାହାନ୍ତି। ଅଷ୍ଟ୍ରେଲିଆ ପାଦ୍ରୀ ଗ୍ରାହାମ ଷ୍ଟିଓ୍ଵାଟ୍ ଷ୍ଟେନସ୍ ଓ ତାଙ୍କ ଶିଶୁ ପୁତ୍ରଙ୍କୁ ଜିଅନ୍ତା ଜାଳି ଦେଇ ନୃଶଂସ ହତ୍ଯା କରିଥିଵା ରଵୀନ୍ଦର ପାଲ ସିଂ ଓରଫ ଦାରା ସିଂଙ୍କୁ ରାଜ କ୍ଷମା ପାଇଁ ସୁପାରିଶ କରିଵାରେ ତତ୍ପର ଥିଵା ମୋହନ ଚରଣ ମାଝୀଙ୍କ ସରକାର ଏହି ଘଟଣାରେ ନୀରଵ ରହିଵା ନିନ୍ଦନୀୟ ଘଟଣା ଅଟେ। ରାଜ୍ଯପାଳଙ୍କ ଅପରାଧୀ ପୁଅ ଓ ତାଙ୍କ ସହଯୋଗୀଙ୍କ ଵିରୋଧରେ ମକଦ୍ଦମା ପଞ୍ଜିକରଣ ସହ ଅଭିଯୁକ୍ତଙ୍କୁ ଗତ ୧୩ଦିନ ବିତିଯାଇଥିଲେ ଵି ଗିରଫ କରାଯାଇନଥିଵାରୁ ଆଜି ସିପିଆଇ ପକ୍ଷରୁ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।ଏହି ଵିକ୍ଷୋଭରେ ସିପିଆଇର ରାଜ୍ଯ ସମ୍ପାଦକ ମଣ୍ଡଳୀ ସଦସ୍ଯ ଜୟନ୍ତ ଦାସ, ରାଜ୍ଯ କାର୍ଯ୍ୟକାରୀ କମିଟିର ସଦସ୍ଯ ତଥା ଭୁବନେଶ୍ଵର ମହାନଗର ସମ୍ପାଦକ ସୁର ଜେନା, ଵିକେଏମୟୁ ରାଜ୍ଯ ସହ ସମ୍ପାଦକ ଶଙ୍କର ସେନ ବାରିକ, ଛେତମ୍ଵର ଭୋଇ, ପ୍ରମୋଦ ମଲ୍ଲିକ, କାର୍ତ୍ତିକ ଭୁଜଵଳ, ଉଗ୍ରସେନ ଦାସ, ସୁକାନ୍ତ ରାଉତ, ଵିପୀନ ନାୟକ, ପାଣିଆ ବେହେରା, ଗିରିଧାରୀ ନାୟକ, ବ୍ରହ୍ମାନନ୍ଦ ବେହେରା ପ୍ରମୁଖ ଏହି ବିକ୍ଷୋଭର ନେତୃତ୍ଵ ନେବା ସହ ତୁରନ୍ତ ଗିରଫ ନକଲେ ରାଜ୍ଯଵ୍ଯାପୀ ଆନ୍ଦୋଳନର ଚେତାବନୀ ଦେଇଛନ୍ତି।