ପୂର୍ବତଟ ରେଳପଥକୁ ଦୁର୍ବଳ, ଶ୍ରୀହୀନ ଓ ବିକଳାଙ୍ଗ କରିବା ଷଡ଼ଯନ୍ତ୍ର ବିରୋଧରେ ଜୋରଦାର ଲଢେଇ ହେବ ଅଯୋଗ୍ୟ ଅଶ୍ବିନୀ ବୈଷ୍ଣବଙ୍କ ଏ କୁକର୍ମ ପାଇଁ ବିଜେଡ଼ି ବି ଦାୟୀ !
ପୂର୍ବତଟ ରେଳପଥକୁ ଦୁର୍ବଳ, ଶ୍ରୀହୀନ ଓ ବିକଳାଙ୍ଗ କରିବା ଷଡ଼ଯନ୍ତ୍ର ବିରୋଧରେ ଜୋରଦାର ଲଢେଇ ହେବ ଅଯୋଗ୍ୟ ଅଶ୍ବିନୀ ବୈଷ୍ଣବଙ୍କ ଏ କୁକର୍ମ ପାଇଁ ବିଜେଡ଼ି ବି ଦାୟୀ !
ଭୁବନେଶ୍ଵର, ୯.୧୨ : ଆପଣମାନେ ଜାଣନ୍ତି ଯେ, ଓଡ଼ିଆ ସ୍ଵାଭିମାନ ଓ ଅସ୍ମିତାର ସ୍ଲୋଗାନ ଦେଇ କ୍ଷମତାକୁ ଆସିଥିବା ରାଜ୍ୟର ବିଜେପି ସରକାର ଅମଳରେ ହିଁ ଓଡ଼ିଆ ଅସ୍ମିତା ଉପରେ ଦୁର୍ବାର ଆକ୍ରମଣ ଆରମ୍ଭ ହୋଇଯାଇଛି । ଓଡ଼ିଶାରୁ ରାଜ୍ୟସଭା ସାଂସଦ ଭାବେ ନିର୍ବାଚିତ ହୋଇଥିବା ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ହାତରେ ହିଁ ଓଡ଼ିଆ ଅସ୍ମିତାର ମୁଣ୍ଡ ଉପରେ ପାହାର ଦିଆଯାଇଛି । ବହୁ ବିରୋଧ ସତ୍ତ୍ୱେ ପୂର୍ବତଟ ରେଳପଥ ଯାହାର ମୁଖ୍ୟ କାର୍ଯ୍ୟାଳୟ ଭୁବନେଶ୍ବରରେ ଅବସ୍ଥାପିତ, ତାକୁ ଖଣ୍ଡ ବିଖଣ୍ଡ କରିଦିଆଯାଇଛି । ଓଡ଼ିଆ ଅସ୍ମିତାର ପ୍ରତୀକ ଭାବେ ଛିଡ଼ା ହୋଇଥିବା ପୂର୍ବତଟ ରେଳପଥର ସବୁଠୁ ଲାଭଜନକ ଅଙ୍ଗ ୱାଲଟିୟର ଡିଭିଜନକୁ କାଢି ନିଆଯିବା ସହ ନବଗଠିତ ଦକ୍ଷିଣତଟ ରେଳପଥ (South Coast Railway)ରେ ମିଶାଇ ଦିଆଯାଇଛି । ଏହାଦ୍ଵାରା ଆମ ରାଜ୍ୟ ଭୀଷଣ କ୍ଷତିଗ୍ରସ୍ତ ହେବ । କାରଣ ଏହି ରେଳପଥର ସବୁଠୁ ଲାଭଜନକ ଡିଭିଜନ ଥିଲା । କ୍ରମାଗତ ଭାବେ ୩ ବର୍ଷ ଧରି ରାଜସ୍ୱ ଉପାର୍ଜନକାରୀ ଡ଼ିଭିଜନ ଭାବେ ଏହା ସାରା ଦେଶର ନମ୍ବର ୱାନ ହୋଇ ରହିଥିଲା । କେବେ ନମ୍ବର ୱାନ, ନମ୍ବର-ଟୁ ହୋଇ ଆଜି ପର୍ଯ୍ୟନ୍ତ ରେକର୍ଡ଼ କରିଥିବା ଏହି ଡିଭିଜନ ମାଲ୍ ପରିବହନ (Loading) କ୍ଷେତ୍ରରେ ଗୋଟିଏ ଉଦାହରଣ ସୃଷ୍ଟି କରିଛି । ମାତ୍ର ଦୁଃଖ ଓ ପରିତାପର ବିଷୟ ଭେଙ୍କୟା ନାଇଡୁଙ୍କ ଦାବି ଓ ଆନ୍ଧ୍ର ବିଜେପିର ଋପ ଆଗରେ ଓଡ଼ିଶାରୁ ଯାଇ ମନ୍ତ୍ରୀ ବନିଥିବା ଅଶ୍ୱିନୀ ବୈଷ୍ଣବ ସମ୍ପୂର୍ଣ ସମର୍ପଣ (Surrender) କରି ଓଡ଼ିଶାର ଅମାପ କ୍ଷତି କରିଛନ୍ତି । ଓଡ଼ିଶା ଲୋକଙ୍କୁ ଓଲା ବନାଇବା ପାଇଁ ରାୟଗଡ଼ା ଡିଭିଜନ ପରି ଏକ ଶୁଷ୍କ (Dry) ଡିଭିଜନ ସୃଷ୍ଟି କରି ଲଲିପପ୍ ଧରାଇ ଦେବାର ଉଦ୍ୟମ କରୁଛନ୍ତି । ୱାଲଟିୟର ଡିଭିଜନ ଅଧୀନରେ ଥିବା ବିଶାଖପାଟଣାର ବିଶାଳ ଇସ୍ପାତ କାରଖାନା ଓ ବୃହତ୍ ବନ୍ଦର ଏବେ ଆମ ହାତରୁ ଋଲି ଯାଉଥିବାରୁ ପୂର୍ବତଟ ରେଳପଥ ଭୀଷଣ କ୍ଷତିଗ୍ରସ୍ତ ହେବ । ମନ୍ତ୍ରୀ ଏବେ ଯେଉଁ ଗପ ଶୁଣାଉଛନ୍ତି ଯେ, ଓଡ଼ିଶାରୁ କୌଣସି ଅଞ୍ଚଳ ଯାଉନାହିଁ ତାହା କେବଳ ମାତ୍ର ଭୁଆଁ ବୁଲାଇବାକୁ ଅଭିପ୍ରେତ ।
ମନ୍ତ୍ରୀ ମହୋଦୟ କହିବେ କି କୌଣସି ରାଜ୍ୟର ସୀମାକୁ ନେଇ କଣ କେବେ ରେଳପଥ ଜୋନ୍ ସୃଷ୍ଟି ହୋଇଥାଏ କି ? ସାରା ଦେଶରେ ସବୁ ରାଜ୍ୟରେ କ’ଣ ରେଳବାଇ ଜୋନ ରହିଛି କି ? ଆନ୍ଧ୍ର ପ୍ରଦେଶରେ ପୂର୍ବରୁ ବିଜୟୱାଡ଼ା-ଗୁଣ୍ଡୁରୁ-ଗଣ୍ଟୁକାର ନାମରେ ୩-ଟି ଡିଭିଜନ ରହିଛି ଯାହାକି ଦକ୍ଷିଣ କେନ୍ଦ୍ର ରେଳପଥ (South Central Railway) ଅଧାନରେ ସିକନ୍ଦରାବାଦସ୍ଥିତ ହେଡ଼କ୍ୱାର୍ଟରୁ କାର୍ଯ୍ୟ କରୁଛି । ସେହି ତିନୋଟି ଡିଭିଜନକୁ ନେଇ ନୂତନ ଜୋନ୍ ନିର୍ମାଣରେ ସମସ୍ୟା କ’ଣ ଥିଲା ? ଓଡ଼ିଶାରେ ମଧ୍ୟ ସମ୍ବଲପୁର, ଖୋର୍ଦ୍ଧାରୋଡ଼ ଏବଂ ୱାଲଟିୟର ଆଦି ୩-ଟି ଡିଭିଜନକୁ ନେଇ ପୂର୍ବତଟ ରେଳପଥ ସୃଷ୍ଟି ହୋଇଥିଲା । ଆନ୍ଧ୍ର ପ୍ରଦେଶରେ ମଧ୍ୟ ସେମିତି ହୋଇପାରିଥାନ୍ତା ! ଯଦି ରାଜ୍ୟର ସୀମାକୁ ଏକ ମାପକ ଭାବେ ନିଆଗଲା, ତେବେ ଓଡ଼ିଶାର ରାଉରକେଲା ଆଦି ଅଞ୍ଚଳକୁ ଦକ୍ଷିଣ-ପୂର୍ବ (South Eastern) ରେଳପଥର ଚକ୍ରଧରପୁର ଡିଭିଜନରୁ ମୁକ୍ତ କରି ପୂର୍ବତଟ ରେଳପଥରେ ସାମିଲ୍ କରାଯାଉ । ସେହିପରି ଝାରସୁଗୁଡ଼ା ଜିଲ୍ଲାର କୋଇଲା ଖଣି ଅଞ୍ଚଳ IB Valleyକୁ South-East- Central ରେଳପଥର ବିଳାସପୁର ଡିଭିଜନରୁ ମୁକ୍ତ କରି ପୂର୍ବତଟ ରେଳପଥରେ ମିଶ୍ରଣ କରାଯାଉ । ଯଦ୍ୱାରା ରାଉରକେଲା ଇସ୍ପାତ ଖାରଖାନା ଓ IB Valleyର କୋଇଲା ଖଣି ଅଞ୍ଚଳ ଆମ ଅଧକୁ ଆସିଲେ ରାଜସ୍ୱ ଉପାର୍ଜନ ଓ ମାଲ୍ ପରିବହନ କ୍ଷେତ୍ରରେ ଆମେ ବିଶାଖାପାଟଣାକୁ ହରାଇବାର କ୍ଷତି ଭରଣା କରିପାରିବୁ । ଖାଲି ସେତିକି ନୁହେଁ, ବାଲେଶ୍ଵରକୁ ଏକ ନୂଆ ଡିଭିଜନ ରେ ପରିଣତ କରି ମୟୁରଭଞ୍ଜ ଆଦି ଅଞ୍ଚଳକୁ ମଧ୍ୟ ଦକ୍ଷିଣ ପୂର୍ବ ରେଳପଥ କବଳରୁ ମୁକ୍ତ କରି ପୂର୍ବତଟ ରେଳପଥରେ ମିଶ୍ରଣ କରାଯାଉ । ଯଦ୍ୱାରା ଆମେ ଆମ ରାଜ୍ୟର ସୀମାକୁ ଏକତ୍ର କରିବା ସହ ଏକ ସମୃଦ୍ଧ ରେଳବାଇ ଜୋନ ନିର୍ମାଣ କରିପାରିବୁ । ଏହା ନକରି ପୂର୍ବତଟ ରେଳପଥକୁ ଭାଗ ଭାଗ କରିବା ଏକ ଅକ୍ଷମଣୀୟ ଅପରାଧ ହୋଇଥିବାରୁ ସରକାର ସ୍ପଷ୍ଟ ମତ ନ ରଖୁବା ପର୍ଯ୍ୟନ୍ତ କୋରଦାର ଆନ୍ଦୋଳନ ହେବ ବୋଲି ଆଇଏନଟିୟୁସିର ରାଷ୍ଟ୍ରୀୟ ସମ୍ପାଦକ ମାନସ ଚୌଧୁରୀ ଏବଂ ଯୁବନେତା ଅମିୟ ପାଣ୍ଡବ ଚେତାବନୀ ଦେଇଛନ୍ତି ।