ପ୍ରଧାନମନ୍ତ୍ରୀ ମୋଦି କେବଳ ରାହୁଲ ଗାନ୍ଧୀଙ୍କୁ ଡରୁଛନ୍ତି :କଂଗ୍ରେସ
ପ୍ରଧାନମନ୍ତ୍ରୀ ମୋଦି କେବଳ ରାହୁଲ ଗାନ୍ଧୀଙ୍କୁ ଡରୁଛନ୍ତି :କଂଗ୍ରେସ
ଭୁବନେଶ୍ୱର ତା. ୧୨.୭- ଆଜି ଭୁବନେଶ୍ୱର କଂଗ୍ରେସ ଭବନ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଉଦ୍ବୋଧନ ଦେଇ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକ
ଉଲ୍ଲେଖ କରିଛନ୍ତି ଯେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗଣତନ୍ତ୍ର ତଥା ସମ୍ବିଧାନର ସୂରକ୍ଷା ପାଇଁ ସାଲିସ୍ବିହୀନ ସଂଗ୍ରାମ ଜାରି ରଖିଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ମୋଦି ଓ କେନ୍ଦ୍ର ବିଜେପି
ସରକାର ସମସ୍ତ କ୍ଷମତାର ଦୁରୁପଯୋଗ କରି ମଧ୍ୟ ତାଙ୍କୁ ନୀରବ କରିବାରେ ବିଫଳ ହୋଇଛନ୍ତି ।ସଂସଦରୁ ବହିଷ୍କୃତ ହୋଇ ମଧ୍ୟ ଦେଶର ପ୍ରମୁଖ ପ୍ରସଙ୍ଗ ଗୁଡ଼ିକୁ ସେ ସାହସର ସହ ଉତ୍ଥାପନ କରିବା ସହ ମୋଦି ସରକାରର ଅପକର୍ମ ଓ ଜନବିରୋଧି ନିଷ୍ପତିର ପର୍ଦ୍ଦାଫାଶ କରୁଛନ୍ତି ଓ ଆଗକୁ ମଧ୍ୟ କରିଚାଲିବେ । ଆଜି ପ୍ରଦେଶ କଂଗ୍ରେସ ତରଫରୁ ଭୁବନେଶ୍ୱରରେ ଆୟୋଜିତ ମୌନ ସତ୍ୟାଗ୍ରହ କାର୍ଯ୍ୟକ୍ରମ ସଂପୂର୍ଣ୍ଣ ସଫଳ ହୋଇଛି ଓ ଏହା ଏହି ସଂଦେଶ ଦେଉଛି ଯେ ରାଜ୍ୟର ସମସ୍ତ କଂଗ୍ରେସ ନେତା ଓ କର୍ମୀ ରାହୁଲ ଗାନ୍ଧୀଙ୍କ ସହ ଏକ ହୋଇ ଅଛନ୍ତି ।ଆଜି ଏହି ମୌନ ସତ୍ୟାଗ୍ରହର ସଫଳତା ପାଇଁ ସଭାପତି ଶ୍ରୀ ପଟ୍ଟନାୟକ ରାଜ୍ୟର ସମସ୍ତ କଂଗ୍ରେସ ନେତା, ବିଧାୟକ, ପୂର୍ବତନ ମନ୍ତ୍ରୀ, ପୂର୍ବତନ ବିଧାୟକ, ଜିଲ୍ଲା ସଭାପତି ତଥା ସେବାଦଳ, ଯୁବ କଂଗ୍ରେସ, ଛାତ୍ର କଂଗ୍ରେସ, ମହିଳା କଂଗ୍ରେସ ଓ ସମସ୍ତ ଛାମୁଆ ସଂଗଠନ ନେତୃବର୍ଗ ତଥା ପଦାଧିକାରୀ ବର୍ଗଙ୍କୁ ଏହି କାର୍ଯ୍ୟକ୍ରମକୁ ସଫଳ କରିଥିବା ହେତୁ ଧନ୍ୟବାଦ ଜଣାଇଛନ୍ତି । ଆସନ୍ତା ଦିନରେ କଂଗ୍ରେସ ଦଳ ସାରା ରାଜ୍ୟରେ ସତ୍ୟ ଓ ଅହିଂସାକୁ ପାଥେୟ କରି ତାର କାର୍ଯ୍ୟକ୍ରମ ଜାରି ରଖିବ ।
ଓଡ଼ିଶା ପ୍ରଭାରୀ, ସାଂସଦ ଡ. ଏ ଚେଲ୍ଲା କୁମାର ସାମ୍ବାଦିକ ମାନଙ୍କୁ ସମ୍ବୋର୍ଦ୍ଧିତ କରି କହିଥିଲେ ଯେ ରାହୁଲ ଗାନ୍ଧୀ ସଂସଦରେ ନରେନ୍ଦ୍ର ମୋଦି ଏବଂ ଆଦାନୀଗ୍ରୁପର ସଂପର୍କ,
ଆଦାନୀ ଗ୍ରୁପର ପରିବାର ଦ୍ୱାରା ପରିଚାଳିତ ସେଲ କମ୍ପାନୀ ମାଧ୍ୟମରେ ହଜାର ହଜାର କୋଟି ଟଙ୍କାର କାରବାର, ପ୍ରଧାନମନ୍ତ୍ରୀଙ୍କର ବିଭିନ୍ନ ଦେଶର ସରକାରଙ୍କ ଉପରେ ଚାପ ପକାଇ ଆଦାନୀକୁ ବ୍ୟବସାୟୀ ସହାୟତା ପ୍ରଦାନ କରିବା, ଏଲଆଇସିି, ଏସ୍ବିଆଇର ଆଦାନୀ ଗ୍ରୁପ ଅଫ କମ୍ପାନୀରେ ପୁଞ୍ଜି ବିନିଯୋଗ ତଥା ଯେଉଁ ୨୦ ହଜାର କୋଟି ଟଙ୍କା ସେଲ
କମ୍ପାନୀମାନଙ୍କ ମାଧ୍ୟମରେ ଆଦାନୀ ଗ୍ରୁପ ଅଫ କମ୍ପାନୀରେ ଖଟା ଯାଇଛି ଏ ଟଙ୍କା କାହାର? ଏ କଥା ନରେନ୍ଦ୍ର ମୋଦି ଏବଂ ତାଙ୍କ ସରକାରକୁ ବହୁ ବିଚଳିତ କରିଛି । ସେଥିପାଇଁ ପ୍ରଧାନମନ୍ତ୍ରୀ
ନିଜେ ବ୍ୟକ୍ତିଗତ ସ୍ତରରେ ଏବଂ ତାଙ୍କ ସରକାର ଆଜି ରାହୁଲ ଗାନ୍ଧୀଙ୍କ ପାର୍ଲ୍ୟାମେଂଟର ସଭ୍ୟ ପଦକୁ ରୁଦ୍ଧ କରାଇଲେ ତାଙ୍କୁ ତାଙ୍କ ସରକାରୀ ବାସଗୃହରୁ ବାହାର କରିଦେଲେ । ଏପରିକି ଯେଉଁ ମାନହାନୀ ମୋକଦ୍ଦମା କଥା କୁହାଯାଉଛି ତାହା ମଧ୍ୟ ଏକ ବଡ଼ ଷଡଯନ୍ତ୍ର । ଆଇନର ସଂପୂର୍ଣ୍ଣ ତର୍ଜ୍ଜମା ସରିନାହିଁ କି ଆଇନର ବାଟ ମଧ୍ୟ ସରିନାହିଁ । କଂଗ୍ରେସ ଦଳ ଗୁଜୁରାଟ
ହାଇକୋର୍ଟର ନିଷ୍ପତିକୁ ଚ୍ୟାଲେଞ୍ଜକରି ସୁପ୍ରିମକୋର୍ଟ ଯିବ ଏବଂ ଆମର ପୂର୍ଣ୍ଣ ବିଶ୍ୱାସ ଅଛି ମାନ୍ୟବର ସୁପ୍ରିମକୋର୍ଟ ନିଶ୍ଚିତ ନ୍ୟାୟ ପ୍ରଦାନ କରିବେ । ରାହୁଲ ଗାନ୍ଧୀ ଜଣେ ଭୟଶୂନ୍ୟ ବ୍ୟକ୍ତି । ସତ୍ୟ, ଅହିଂସା, ପ୍ରେମ, ଭାତୃତ୍ୱ ଓ ସଦ୍ଭାବନା କୁ ପାଥେୟ କରି ସେ ତାଙ୍କର ଭବିଷ୍ୟତ ରଣନୀତି ଲଢ଼ିବା ପାଇଁ ସ୍ଥିର କରିସାରିଛନ୍ତି । କଂଗ୍ରେସ ଦଳ ନରେନ୍ଦ୍ର ମୋଦିଙ୍କକ ସରକାରର ନାଲି ଆଖିକୁ ଭୟ କରେ ନାହିଁ । ଇଡି, ସିବିଆଇ, ଇନକମଟ୍ୟାକ୍ସର ଭୟ ଦେଖାଇ ଭାରତ ବର୍ଷର ଗଣତନ୍ତ୍ରକୁ ସୁଦୃଢ଼ କରାଯାଇ ପାରିବ ନାହିଁ ।ଯେଉଁ ସ୍ୱେଚ୍ଛାଚାରୀମାନେ ଗଣତାନ୍ତ୍ରିକ ପ୍ରକ୍ରିୟାକୁ ଭଲ ପାଆନ୍ତି ନାହିଁ । ଗାନ୍ଧୀପରିବାର ଭାରତ ବର୍ଷର ଐକ୍ୟ ସଂହତୀ ରକ୍ଷା କରିବାପାଇଁ ଜଣେ ପରେ ଜଣେ ନିଜ ଜୀବନ ବଳଦ ଦେଇଛନ୍ତି । ଯେଉଁ ମାନହାନୀ ମୋକଦ୍ଦମା କଥା କୁହାଯାଉଛି ସେଥିରେ ଯେଉଁ ବ୍ୟକ୍ତି କେସ
ଦାୟର କରିଛନ୍ତି ତାଙ୍କ ବିରୋଧରେ ରାହୁଲ ଗାନ୍ଧୀ ବ୍ୟକ୍ତିଗତ ଭାବରେ କୌଣସି ଅରୁଚିକରବା ଆପତିଜନକ ମନ୍ତବ୍ୟ ଦେଇନାହାନ୍ତି । ତେଣୁ ସମ୍ମାନହାନୀର ପ୍ରଶ୍ନ ଉଠିଲା କେଉଁଠି ।ଭାରତ ବର୍ଷର ଜନସାଧାରଣ ଏ ଘଟଣାକୁ ସଂପୂର୍ଣ୍ଣ ବୁଝି ସାରିଛନ୍ତି । ନିଶ୍ଚିତରୂପେ ଏହାର ଉତର ଭାରତ ବର୍ଷର ଜନସାଧାରଣ ଠିକଣା ସମୟରେ ଦେବେ । ରାହୁଲ ଗାନ୍ଧୀ ସଂସଦରେ ନରହିଲେ ମଧ୍ୟ ସଂସଦ ବାହାରେ ଭାରତ ବର୍ଷର ଗରିବ, ଶ୍ରମିକ, ଯୁବକ, ମହିଳା, କୃଷକ ମାନଙ୍କ ସ୍ୱାର୍ଥ ପାଇଁ
ନିରନ୍ତର ଲଢେ଼ଇ ଜାରି ରଖିଛନ୍ତି ଓ ରଖିବେ । ଏହି ମୌନ ସତ୍ୟାଗ୍ରହ ଓଡ଼ିଶା ପ୍ରଦେଶ କଂଗ୍ରେସ ଅତି ସଫଳତାର ସହିତ ସମାପନ କରିଥିବା ହେତୁ ସାରା ଓଡ଼ିଶାର ସମସ୍ତ ନେତୃବର୍ଗ
ଜିଲ୍ଲା ସଭାପତି ଏବଂ ସମସ୍ତ ଛାମୁଆ ସଂଗଠନକୁ ଧନ୍ୟବାଦ ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ,
ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ବରିଷ୍ଠ ବିଧାୟକ ତାରା ବାହିନୀପତି, ସନ୍ତୋଷ ସିଂ ସାଲୁଜା,ଗଣମାଧ୍ୟମ ବିଭାଗର ଅଧ୍ୟକ୍ଷ ଗଣେଶ୍ୱର ବେହରା, ପିସିସି ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ
ପଟ୍ଟନାୟକ, ଯଜେ୍ଞଶ୍ୱର ବାବୁ, ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ ଉପସ୍ଥିତ ଥିଲେ ।