ଛାତ୍ର ନେତା ଓ କର୍ମୀଙ୍କୁ ଝାରପଡ଼ା ଜେଲରେ ଭେଟିଲେ ଓଡ଼ିଶା ପ୍ରଭାରୀ ଓ ବରିଷ୍ଠ କଂଗ୍ରେସ ନେତୃବୃନ୍ଦ
ଛାତ୍ର ନେତା ଓ କର୍ମୀଙ୍କୁ ଝାରପଡ଼ା ଜେଲରେ ଭେଟିଲେ ଓଡ଼ିଶା ପ୍ରଭାରୀ ଓ ବରିଷ୍ଠ କଂଗ୍ରେସ ନେତୃବୃନ୍ଦ
ଭୁବନେଶ୍ବର ତା. ୨୨.୪ – ଗତ ୨୭ ତାରିଖ ଦିନ ବିଧାନସଭା ଘେରାଉ କାର୍ଯ୍ୟକ୍ରମ ଘଟଣାରେ ଅଗଣତାନ୍ତ୍ରିକ ଭାବେ ପୋଲିସ ଦ୍ୱାରା ଗିରଫ ହୋଇ ଝାରପଡ଼ା ସ୍ବତନ୍ତ୍ର କାରାଗାରରେ ଥିବା କଂଗ୍ରେସ କର୍ମୀ ଓ ଛାତ୍ର ନେତା ମିର୍ଜା ଇସଲାମ ବେଗ, ଚନ୍ଦନ ସାହୁ, ଆସିଫ ଖାନ, ବିଜୟ ସାହୁ ଓ ପ୍ରତୀକ ଦାସଙ୍କୁ ଆଜି ଭେଟିଛନ୍ତି ଓଡ଼ିଶା କଂଗ୍ରେସ ପ୍ରଭାରୀ ଶ୍ରୀ ଅଜୟ କୁମାର ଲଢ଼ୁ । ଶ୍ରୀଯୁକ୍ତ ଲଲ୍ଲୁଙ୍କ ସହ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ, ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ପୂର୍ବତନ ବିଧାୟକ ସନ୍ତୋଷ ସିଂ ସାଲୁଜା, ସୁରେଶ କୁମାର ରାଉତରାୟ, ପୂର୍ବତନ ସାଂସଦ ଯଶୋବନ୍ତ ସିଂ ଲାଗୁରି, ଭୁବନେଶ୍ଵର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ବଜିତ ଦାଶ, ଯୁବ କଂଗ୍ରେସ ସଭାପତି ରଣଜିତ ପାତ୍ର, ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ ସଭାପତି ରାଜୀବ ପଟ୍ଟନାୟକ ପ୍ରମୁଖ ବହୁ କଂଗ୍ରେସ ନେତୃବୃନ୍ଦ ସେମାନଙ୍କୁ ଜେଲ ଭିତରେ ଭେଟି ସେମାନଙ୍କ ସହ ଆଲୋଚନା କରିଥିଲେ।
ସେମାନଙ୍କୁ ଭେଟିବା ପରେ ଗଣମାଧ୍ୟମକୁ ସୂଚନା ପ୍ରଦାନ କରି ଓଡ଼ିଶା ପ୍ରଭାରୀ ଶ୍ରୀ ଲଲ୍କୁ କହିଥିଲେ ଯେ ଜେଲରେ ଥିବା ଛାତ୍ର ନେତା ଓ କର୍ମୀଙ୍କ ମନୋବଳ ବୃଦ୍ଧି କରିବା ସହ ସେମାନଙ୍କୁ ସାତ୍ତ୍ବନା ଦେଇଥୁଲୁ । ରାଜ୍ୟରେ ୬୪ ହଜାରରୁ ଅଧୂକ ମହିଳା ଓ ଶିଶୁ ନିଖୋଜ, ଛାତ୍ରାବାସରେ ରହୁଥିବା ଷଷ୍ଠ, ସପ୍ତମ ଶ୍ରେଣୀ ପଢୁଥିବା ଛାତ୍ରୀ ଗର୍ଭବତୀ ହେବା ବହୁ ମହିଳା ନିର୍ଯ୍ୟାତିତ ଓ ଧର୍ଷଣର ଶିକାର ହେବା ଘଟଣା ଘଟିଛି । ମହିଳା ଓ ଶିଶୁମାନଙ୍କ ଉପରେ ହେଉଥିବା ଅତ୍ୟାଚାର ବିରୁଧାରେ ଏବଂ ସୁରକ୍ଷା ନେଇ ମାର୍ଚ୍ଚ ୨୭ ତାରିଖ ଦିନ ପ୍ରଦେଶ କଂଗ୍ରେସ ପକ୍ଷରୁ ବିଧାନସଭା ଘେରାଉ କାର୍ଯ୍ୟକ୍ରମ ଶାନ୍ତି ଶୃଙ୍ଖଳା ସହିତ ଚାଲିଥିବା ବେଳେ ଅମାନୁଷିକ ଭାବେ ଆମକୁ ପୋଲିସ ଲାଠି ପ୍ରହାର, ପାଣିମାଡ ଓ ଲୁହବୁହା ଗ୍ୟାସ ପ୍ରୟୋଗ କରିଥୁଲା। ଯାହାଦ୍ୱାରା କି ଆମର ଅନେକ ନେତୃବୃନ୍ଦ ଓ କର୍ମୀ ଗୁରୁତ୍ବର ଆହତ ହୋଇ ହସପିଟାଲରେ ଚିକିତ୍ସିତ ହେଉଛନ୍ତି। ଏପରିକି ଅନେକଙ୍କ ହାତ ଭାଙ୍ଗିଲା, ଗୋଡ଼ ଭାଙ୍ଗିଲା ଏବଂ ମୁଣ୍ଡ ବି ଫାଟିଲା କିନ୍ତୁ ପୋଲିସ ୫ ହଜାର କଂଗ୍ରେସ କର୍ମୀଙ୍କ ନାମରେ କେସ କରି ଅଗଣତାନ୍ତ୍ରିକ ଭାବେ ୫ ଜଣଙ୍କୁ ଗିରଫ କରି ଜେଲରେ ପୁରାଇଛି। ଏହାକୁ ଆମେ ଦୃଢ଼ ନିନ୍ଦା କରୁଛୁ। ଆମେ ଏବଂ ଆମର କଂଗ୍ରେସ କର୍ମୀ ଓ ନେତୃବୃନ୍ଦ ଡରିଯିବା ଲୋକ ନୁହନ୍ତି। ମହିଳାଙ୍କୁ ନ୍ୟାୟ , ସୁରକ୍ଷା ଦାବିରେ ଏବଂ ସରକାରଙ୍କ ଅନ୍ୟାୟ ,ଅତ୍ୟାଚାର ଓ ଦୁର୍ନୀତି ବିରୁଦ୍ଧରେ ଆମ ଆନ୍ଦୋଳନ ଜାରି ରହିବ ବୋଲି ଶ୍ରୀ ଲଲୁ ପ୍ରକାଶ କରିଥିଲେ ।
ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତା ସୁଧାଂଶୁ ଦେଓ,ମନୋଜ ସିଂ, ହିମାଂଶୁ ଲେଙ୍କା, ପ୍ରକାଶ ଜେନା, ପ୍ରଦୀପ ମହାପାତ୍ର, ମନୋଜ ବିଶ୍ଵାଳ, ପ୍ରଶାନ୍ତ ଶତପଥୀ, ବିଜୟାନନ୍ଦ ଚାଉଳିଆ, ନିରଞ୍ଜନ ନାୟକ, ଅମରେଶ ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ ।