ଅନୁସୂଚିତ ଜାତି, ଜନଜାତି, ପଛୁଆବର୍ଗ ଏବଂ ସଂଖ୍ୟାଲଘୁ ସଂପ୍ରଦାୟର ନେତୃତ୍ୱ ବିକାଶ ରାଜ୍ୟ ପ୍ରଗତୀ ପାଇଁ ଏକାନ୍ତ ଆବଶ୍ୟକ – କଂଗ୍ରେସ
ଅନୁସୂଚିତ ଜାତି, ଜନଜାତି, ପଛୁଆବର୍ଗ ଏବଂ ସଂଖ୍ୟାଲଘୁ ସଂପ୍ରଦାୟର ନେତୃତ୍ୱ ବିକାଶ ରାଜ୍ୟ ପ୍ରଗତୀ ପାଇଁ ଏକାନ୍ତ ଆବଶ୍ୟକ – କଂଗ୍ରେସ
ଭୁବନେଶ୍ୱର ତା. ୨୨.୮- ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଆହୁତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକ ସାମ୍ବାଦିକ ମାନଙ୍କୁ କହିଲେ ଯେ ରାଜ୍ୟର ଅନୁସୂଚିତ ଜାତି, ଜନଜାତି, ପଛୁଆବ ବର୍ଗ ଓ ସଂଖ୍ୟାଲଘୁ ସଂପ୍ରଦାୟଙ୍କ ଜନସଂଖ୍ୟା ଆନୁପାତିକ ଭାବରେ ସର୍ବାଧିକ ରହିଛନ୍ତି । ଯେପର୍ଯ୍ୟନ୍ତ ରାଜ୍ୟର ଏହି ବର୍ଗର ଜନସାଧାରଣଙ୍କ ମଧ୍ୟରେ ନେତୃତ୍ୱର ବିକାଶ ହୋଇନାହିଁ ସେ ପର୍ଯ୍ୟନ୍ତ ରାଜ୍ୟର ବିକାଶ ଅସମ୍ଭବ । ଦୀର୍ଘ ୨୩ ବର୍ଷର ବିଜୁଜନତା ଦଳର ସରକାର ଓଡ଼ିଶାକୁ ସବୁକ୍ଷେତ୍ରରେ ପଛକୁ ଠେଲି ଦେଇଛି । ଆଜି ଓଡ଼ିଶା ସବୁଠାରୁ ଏକ ଦରିଦ୍ରତମ ରାଜ୍ୟରୂପେ ପରିଗଣିତ ହେଉଛି । ଲକ୍ଷ ଲକ୍ଷ ଲୋକ ଦାଦନ ଖଟିବାକୁ ଯାଉଛନ୍ତି । ଆଦିବାସୀ ଓ ଦଳିତଙ୍କ ଉପରେ ଅତ୍ୟାଚାର ବହୁମାତ୍ରାରେ ବଢ଼ି ବଢ଼ି ଚାଲିଛି । ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ଜନସାଧାରଣଙ୍କୁ ଲଲିପପ ଧରାଇବାରେ ବ୍ୟସ୍ତ । ନରେନ୍ଦ୍ର ମୋଦି ସରକାର ଜନସାଧାରଣଙ୍କୁ ଯେତେଗୁଡ଼ିଏ ପ୍ରତିଶ୍ରୁତି ଦେଇଥିଲେ କେଉଁ ଗୋଟିଏ ବି ଆଜିପର୍ଯ୍ୟନ୍ତ ପାଳନ ହୋଇପାରିଲା ନାହିଁ । ୨ କୋଟି ନିଯୁକ୍ତି ଦରଦାମକୁ ନିୟନ୍ତ୍ରଣରେ ରଖିବା, ୧୫ ଲକ୍ଷ ଟଙ୍କା ବ୍ୟାଙ୍କ ଆକାଂଉଟରେ ଦେବା, କଳାଧନ ଦେଶକୁ ଫେରାଇ ଆଣିବା ଏସବୁ କେବଳ ଆଜି ଧୂଆଁବାଣ ସାଜିଛି । ଓଡ଼ିଶା ସରକାର ୨ଲକ୍ଷ ୨୬ ପଦବୀ ଖାଲି ପଡ଼ିଛି, ମହିଳା ନିର୍ଯ୍ୟାତନା ବଢ଼ିଚାଲିଛି । ଓଡ଼ିଶା ପ୍ରତି ପଣ୍ଡିତ ନେହେରୁଙ୍କର ଅବଦାନ ଅତୁଳନୀୟ । ଜାନକୀ ପଟ୍ଟନାୟକ ସରକାର ବିଭିନ୍ନ କ୍ଷେତ୍ରରେ ଓଡ଼ିଶାର ପ୍ରଗତି ଆଣିବା ସହ ବିକାଶ କ୍ଷେତ୍ରରେ ବୈପ୍ଳବିକ ପରିବର୍ତନ ଆଣିପାରିଥିଲେ । କଂଗ୍ରେସ ଆଗାମି ଦିନରେ ଓଡ଼ିଶାର ବିକାଶର ସୂତ୍ରଧର ହେବ ଏବଂ ହୃତ ଗୌରବ ଫେରାଇ ଆଣିବ ।
ଏ ଆଇସିସିର ଏସସି,ଏସଟି,ଓବିସି ଓ ସଂଖ୍ୟାଲଘୁ ବିଭାଗର ଜାତୀୟ ସଂଯୋଜକ ଶ୍ରୀଯୁକ୍ତ କେ ରାଜୁ ସାମ୍ବାଦିକ ମାନଙ୍କୁ ସମ୍ବୋର୍ଦ୍ଧିତ କରି କହିଲେ ଗତ ଦୁଇ ଦିନ ଧରି ରାଜ୍ୟର ଏସସି,ଏସଟି,ଓବିସି ଓ ସଂଖ୍ୟାଲଘୁ ନେତୃବୃନ୍ଦମାନଙ୍କୁ ନେଇ ବୈଠକ ବସିଥିଲା । କିଭଳି ଭାବରେ ଜିଲ୍ଲାସ୍ତର ଠାରୁ ଆରମ୍ଭକରି ବ୍ଲକସ୍ତର ଏବଂ ପଂଚାୟତ ଓ ବୁଥସ୍ତରରେ ନେତୃତ୍ୱ ବିକାଶ ମିଶନକୁ ଅତ୍ୟନ୍ତ ଦକ୍ଷତା ଓ ନିଷ୍ଠାର ସହିତ କାର୍ଯ୍ୟକାରୀ କରାଯିବ ତାର ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଛି । ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାରେ ଏହି ବର୍ଗର ନେତୃବର୍ଗଙ୍କୁ ଚିହ୍ନଟ କରିବା ସହିତ ନେତୃତ୍ୱ ନେବାର ସେମାନଙ୍କର ଦକ୍ଷତାକୁ ବିକାଶ କରାଯିବ । ସେଥିପାଇଁ ବ୍ଲକ, ବିଧାନସଭା, ଜିଲ୍ଲା ଓ ରାଜ୍ୟସ୍ତର ପର୍ଯ୍ୟନ୍ତ ଟ୍ରେନିଂ କାର୍ଯ୍ୟକ୍ରମ ଜାରି ରହିବ । ରାଜ୍ୟରେ ୫୭ଟି ବିଧାନସଭା କ୍ଷେତ୍ରରେ କିଭଳି ଭାବରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ନେତୃବର୍ଗମାନେ ଆସନ୍ତା ବିଧାନସଭା ନିର୍ବାଚନ ଏବଂ ସଂସଦୀୟ ନିର୍ବାଚନରେ କିଭଳି ଆଶାତୀତ ସଫଳତା ପାଇବେ ସେଥିପାଇଁ ସମସ୍ତ ଖସଡ଼ା ପ୍ରସ୍ତୁତ କରାଯାଇଛି । ଜିଲ୍ଲାସ୍ତରରେ ନେତୃତ୍ୱ ବିକାଶ ଟିମ ଗଠନ କରାଯାଇଛି । ଏହି କମିଟିରେ ଜିଲ୍ଲା ସଭାପତି ଅଧ୍ୟକ୍ଷ ରହିବେ ଏବଂ ଜିଲ୍ଲାସ୍ତରର ନେତୃତ୍ୱ ବିକାଶ ମିଶନର ସଂଯୋଜକ ଆବାହକ ରହିବେ । ଏହି କମିଟିରେ ଜିଲ୍ଲାର ସମସ୍ତ ବିଭାଗ ଓ ପ୍ରକୋଷ୍ଠର ନେତୃବର୍ଗ, ପଂଚାୟତରାଜ ବିଭାଗର ନେତୃବର୍ଗ, ରାଜୀବଗାନ୍ଧୀ ପଂଚାୟତରାଜର ନେତୃବର୍ଗ, ବିଧାୟକ, ସାଂସଦ, ପୂର୍ବତନ ବିଧାୟକ, ପୂର୍ବତନ ସାଂସଦ, ଛାତ୍ର, ଯୁବ, ମହିଳା କଂଗ୍ରେସ, ସେବାଦଳ, କିଷାନ କଂଗ୍ରେସର ନେତୃବୃନ୍ଦ ସଦସ୍ୟ ରହିବେ । ସେହିଭଳି ଭାବରେ ନିମନ୍ତ୍ରିତ ସଦସ୍ୟ ମଧ୍ୟ ରହିବେ । ଜିଲ୍ଲା ସ୍ତରର ନେତୃତ୍ୱ ବିକାଶ ଦ୍ୱାରା ଏସସି,ଏସଟି,ଓବିସି ଓ ସଂଖ୍ୟାଲଘୁ ସଂପ୍ରଦାୟର ଅଭାବ ଅସୁବିଧା ଓ ମୌଳିକ ସମସ୍ୟାକୁ ନେଇ ଜନଆନ୍ଦୋଳନ ସୃଷ୍ଟି କରାଯିବ । ଅନ୍ୟପକ୍ଷରେ ବ୍ଲକ ଠାରୁ ରାଜ୍ୟସ୍ତର ପର୍ଯ୍ୟନ୍ତ ସବୁଠାରେ ସ୍ଥାନୀୟ ସମସ୍ୟା ବିଶେଷକରି ରାସ୍ତା ସମସ୍ୟା, ବିଭିନ୍ନ ଯୋଜନା ରୂପାୟନରେ ଦୁର୍ନୀତି ଏବଂ ଉଦାସୀନତା, ଆବାସ ଯୋଜନାରେ ପ୍ରୀୟାପ୍ରିତ ପୋଷଣ, ମହଙ୍ଗାମାଡ, ଆଇନଶୃଙ୍ଖଳାର ବିପର୍ଯ୍ୟସ୍ତତାକୁ ନେଇ ମଧ୍ୟ ଏହି କମିଟି ତାର ଜନସେଚତନତା ବା ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ କରିବ । ଏପରିକି ଭୋଟର ଲିଷ୍ଟ ସଂଶୋଧନ ଏବଂ ନୂଆ ଭୋଟର ତାଲିକା ପ୍ରସ୍ତୁତିରେ ମଧ୍ୟ କାର୍ଯ୍ୟକରିବା ଏହି ସଂଗଠନର କାର୍ଯ୍ୟକ୍ରମର ଅଂଶବିଶେଷ । ଆସନ୍ତା ଦିନରେ ନେତୃତ୍ୱ ବିକାଶ ମିଶନ ଦ୍ୱାରା ଉପରୋକ୍ତ ବର୍ଗର ଲୋକଙ୍କର ନିିକଟତର ଏବଂ ବିଶ୍ୱାସଭାଜନ ହେବାପାଇଁ ସମସ୍ତ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ।
ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ପୂର୍ବାହ୍ନ ୧୦ ଘଂଟା ସମୟରେ ନେତୃତ୍ୱ ବିକାଶ ମିଶନ ଏବଂ ଜିଲ୍ଲା ସଭାପତିମାନଙ୍କର ଏକ ଓରିଏନଟେସନ ପୋଗ୍ରାମ ଆୟୋଜିତ ହୋଇଥିଲା । ଏଠାରେ ବ୍ଲକ, ବିଧାନସଭା, ଜିଲ୍ଲା ଏବଂ ଜୋନ ସ୍ତରୀୟ କମିଟି ଗଠନ ଓ କମିଟିର ନିର୍ଦ୍ଦିଷ୍ଟ କାର୍ଯ୍ୟକ୍ରମ ଓ ସମୟସୀମା ସମ୍ପର୍କରେ ଆଲୋଚନା ହୋଇଥିଲା । ଶ୍ରୀ ରାଜୁ ଏହି କମିଟିର କାର୍ଯ୍ୟକ୍ରମ ସମ୍ପର୍କରେ ସ୍ପଷ୍ଟଭାବେ ବୁଝାଇବା ସହ ଭିନ୍ନ ଭିନ୍ନ ସ୍ତରରେ ଏହି କମିଟିରେ ଯେଉଁମାନେ କାର୍ଯ୍ୟ କରିବେ ସେମାନଙ୍କର ଦାୟୀତ୍ୱବୋଧ ସମ୍ପର୍କରେ ସୂଚନା ଦେଇଥିଲେ ।
ଆସନ୍ତା ସେପ୍ଟେମ୍ବର ୧୫ ତାରିଖରୁ ନେତୃତ୍ୱ ବିକାଶ ମିଶନ ତୃଣମୂଳସ୍ତରରେ ତାର କାର୍ଯ୍ୟକ୍ରମ ଆରମ୍ଭ କରି ଓଡ଼ିଶାରେ ଘରେ ଘରେ ପଂହଚିବ ବୋଲି ଏଠାରେ ଶ୍ରୀ ପଟ୍ଟନାୟକ ଘୋଷଣା କରିଥିଲେ ।
ଆଜିର ଉଭୟ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ବିଧାୟକ ଦଳ ନେତା ନରସିଂହ ମିଶ୍ର, ବିଧାୟକ ସୁରେଶ କୁମାର ରାଉତରାୟ, ଶିବାନନ୍ଦ ରାୟ, ସନ୍ତୋଷ ସିଂ ସାଲୁଜା, ତାରାପ୍ରସାଦ ବାହିନୀପତି, ରମେଶ ଜେନା, ଦାଶରଥି ଗମାଙ୍ଗୋ, ରାଜନ ଏକ୍କା, ପ୍ରଦେଶ କଂଗ୍ରେସର ପ୍ରଚାର କମିଟି ଅଧ୍ୟକ୍ଷ ଶ୍ରୀ ବିଜୟ ପଟ୍ଟନାୟକ, ଗଣମାଧ୍ୟମ ବିଭାର ଅଧ୍ୟକ୍ଷ ଶ୍ରୀ ଗଣେଶ୍ୱର ବେହେରା, ଅଖିଳ ଭାରତ କଂଗ୍ରେସ କମିଟି ଅନୁସୂଚୀତ ଜାତି ବିଭାଗ ଅଧ୍ୟକ୍ଷ ଶ୍ରୀ ରାଜେଶ ଲିଲୋଠିଆ, ଅଖିଳ ଭାରତ କଂଗ୍ରେସ ଆଦିବାସୀ ବିଭାଗ ଅଧ୍ୟକ୍ଷ ଶ୍ରୀ ଶିବାଜୀ ରାଓ ମୋଘେ, ରାମଚନ୍ଦ୍ର ଖୁଂଟିଆ, ସରସ୍ୱତୀ ହେମ୍ବ୍ରମ,ସସ୍ମିତା ବେହେରା, ଭୂଜବଳ ମାଝୀ, ପଂଚାନନ କାନୁନଗୋ, ବିଶ୍ୱ ମହାନ୍ତି, ବାଙ୍କନିଧି ବେହେରା, ହଳଧର ସେଠୀ, ମାନସ ଚୌଧୁରୀ, ବିଶ୍ୱଜିତ ଦାଶ, ମନୋର ରାଉତ, ସଂଜୀବ ଗିରି, ସୁରେଶ ମହାପାତ୍ର, ସରୋଜ ପଟ୍ଟନାୟକ, ହେମନ୍ତ ଦାସ, ଜୟୀରାମ ପଟ୍ଟନାୟକ, ସୁଦର୍ଶନ ଦାସ, ରଜନୀ ମହାନ୍ତି, ଦୀପକ କୁମାର ମହାପାତ୍ର, ଅନାମ ନାୟକ, ଜିଆଉଲ ହକ, ଦୁର୍ଗା ସାହୁ, ଜିଆଉଲ ହକ, ସେମ ହେମ୍ବ୍ରମ, ମହମ୍ମଦ ଶାହାନୱାଜ, ଦୁର୍ଯ୍ୟୋଧନ ଗଡ଼ତିଆ, ମାନସ ମଲ୍ଲିକ, ଅଶୋକ ଦାସ,ନଟବର ବାରିକ, ଗୌରି ଶଙ୍କର ପଣ୍ଡା, ଭାରତ ଚନ୍ଦ୍ର ବେମାଲ, ନିହାର ମହାନନ୍ଦ, ନବ ମିଶ୍ର, ରାଜକିଶୋର ବାରିକ, ପ୍ରଦୀପ ମହାପାତ୍ର, ଗୋବିନ୍ଦ ପାତ୍ର, ମିହିର ଆଚାର୍ଯ୍ୟ, ମାନସ ଆଚାର୍ଯ୍ୟ, ଚିନ୍ମୟ ସୁନ୍ଦର ଦାସ, ଶ୍ରୀନିବାସ ରାଉତରାୟ, ପ୍ରଭାତ ପ୍ରତାପ ସିଂ, ନରୋତମ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।