Search for:
  • Home/
  • ରାଜ୍ୟ/
  • ଓଡ଼ିଶା ଗସ୍ତରେ ଥିବା ଗୃହମନ୍ତ୍ରୀ ଅମୀତ ଶାହାଙ୍କୁ ଛାତ୍ର କଂଗ୍ରେସର ବିରୋଧ

ଓଡ଼ିଶା ଗସ୍ତରେ ଥିବା ଗୃହମନ୍ତ୍ରୀ ଅମୀତ ଶାହାଙ୍କୁ ଛାତ୍ର କଂଗ୍ରେସର ବିରୋଧ

Spread the love

Loading

ଓଡ଼ିଶା ଗସ୍ତରେ ଥିବା ଗୃହମନ୍ତ୍ରୀ ଅମୀତ ଶାହାଙ୍କୁ ଛାତ୍ର

କଂଗ୍ରେସର ବିରୋଧ

ଭୁବନେଶ୍ୱର, ତା. ୦୬/୦୮ ରିଖ: ଆଜି ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ
ଓଡ଼ିଶା ସଭାପତି ୟାସିର ନୱାଜଙ୍କ ନେତୃତ୍ୱରେ ଓଡ଼ିଶା ଗ୍ରସ୍ତରେ
ଆସିଥିବା ଗୃହମନ୍ତ୍ରୀ ଅମୀତ ଶାହାଙ୍କୁ ବିରୋଧ କରାଯାଇଥିଲା । ଶ୍ରୀ
ନୱାଜଙ୍କ ନେତୃତ୍ୱରେ ମେ ଫେୟାର ଛକ ଠାରେ ପ୍ଲା କାଡର଼୍, କଳା
ପତାକା ପ୍ରଦର୍ଶନ ଓ କଳା ବେଲୁନ୍‌ ଉଡ଼ାଇ ପ୍ରତିବାଦ କରାଯାଇଥିଲା ।
ସେଠାରେ ୨୫ ଜଣ ଛାତ୍ର କଂଗ୍ରେସ କର୍ମକର୍ତାଙ୍କୁ ପୁଲିସ୍‌ ହେପାଜତକୁ
ନେଇ ଅଟକ କରାଯାଇଥିଲା । ରାମ ମନ୍ଦିର ଛକ ସ୍ଥିତ ରାଜ୍ୟ ବିଜେପି
କାର୍ଯ୍ୟାଳୟରେ ଅମୀତ ଶାହାଙ୍କର କାର୍ଯ୍ୟକ୍ରମ ଚାଲିଥିବାବେଳେ ବିକ୍ଷୋଭ
ପ୍ରଦର୍ଶନ ପାଇଁ ଶ୍ରୀ ନୱାଜଙ୍କ ନେତୃତ୍ୱରେ ଛାତ୍ର କଂଗ୍ରେସ
କର୍ମକର୍ତାମାନେ ମାଷ୍ଟର କ୍ୟାଂଟିନ୍‌ ଛକରୁ ରାମ ମନ୍ଦିର ଅଭିମୁଖେ
ନାରାବାଜି, ପ୍ଲା କାଡର଼୍ ଓ କଳା ପତାକା ପ୍ରଦର୍ଶନ କରି ଚାଲିଥିଲେ ।
ପୁଲିସ୍‌ ସମସ୍ତ ଛାତ୍ର କଂଗ୍ରେସ କର୍ମକର୍ତାଙ୍କୁ ରାସ୍ତାରେ ଗିରଫ କରି
ନେଇଥିଲା । ଏହି ପରିପ୍ରେକ୍ଷିରେ ପ୍ରଦେଶ ଛାତ୍ର କଂଗ୍ରେସ ଶ୍ରୀ ନୱାଜ
କହିଛନ୍ତି ଯେ, ଗୃହମନ୍ତ୍ରୀ ଅମୀତ ଶାହା ଯେଉଁ ଆଡ଼କୁ ଗ୍ରସ୍ତ କରୁଛନ୍ତି
ସେଠାରେ ଘୃଣାର ମଞ୍ଜି ବୁଣୁଛନ୍ତି । ମଣିପୁର ଆଜି ଜଳୁଛି,
ମଣିପୁରର ମହିଳା ଗଣଦୁଷ୍କମର ଶିକାର ହେଉଛନ୍ତି, ମଣିପୁରରେ ଗଣହତ୍ୟା
ହେଉଛି, ହେଲେ ଗୃହମନ୍ତ୍ରୀ ଏହାକୁ ନିୟନ୍ତ୍ରଣ କରିବାରେ ବିଫଳ । ଅପରପକ୍ଷରେ
ମଣିପୁର ହିଂସାରେ ବିଜେପି, ଆର.ଏସ୍‌.ଏସ୍‌. ଓ ଏ.ଭି.ବି.ପିର ସଂପୃକ୍ତି
ରହିଥିବାବେଳେ ଗୃହମନ୍ତ୍ରୀ ନୀରବ ବସିଛନ୍ତି । ସାରା ଦେଶର ବିଭିନ୍ନ ସ୍ଥାନରେ
ଦଙ୍ଗା ପରିସ୍ଥିତି ଉପୁଜିଛି । ହେଲେ ଗୃହମନ୍ତ୍ରୀ କରୁଛନ୍ତି କ’ଣ? ପ୍ରତ୍ୟେକ
ହିଂସାକାଣ୍ଡ ଘଟଣାରେ ବିଜେପି. ଆରଏସ୍‌.ଏସ୍‌ ଓ ଏ.ଭି.ବି.ପିର
ସଂକ୍ତୃକ୍ତି ରହିଥିବାବେଳେ ସେମାନଙ୍କୁ ଗୃହମନ୍ତ୍ରୀ ଘଂଟ ଘୋଡାଇ
ଚାଲିଛନ୍ତି । କେବଳ ମଣିପୁର ନୁହେଁ, ମହିଳା ମଲ୍ଲଯୋଦ୍ଧାଙ୍କୁ ବିଜେପି
ସାଂସଦ ବ୍ରିଜଭୂଷଣ ଶରଣ ସିଂଙ୍କ ଅତ୍ୟାଚାର, କାଠୁଆ, ଉନ୍ନାଓ, ହତ୍‌ରସ
ପ୍ରଭୂତି ନାରୀ ଦୃର୍ଷ୍କମ ଓ ହତ୍ୟାଘଟଣା ଓ ଜୋଦ୍ଧୁପୁର ଦୁର୍ଷ୍କମ ଘଟଣାରେ
ବିଜେପି ନେତାଙ୍କର ସିଧାସଳଖ ରହୁଥିବାବେଳେ ସେମାନଙ୍କ ଉପରେ
କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ । ସୁତରାଂ ଅମୀତ ଶାହା ଗୃହମନ୍ତ୍ରୀ
ଭାବରେ ତାଙ୍କର ଦାୟିତ୍ୱ ନିଭାଇବାରେ ବିଫଳ ରହିବା ସହ ତାଙ୍କର ଦଳୀୟ

କର୍ମୀଙ୍କ ଅପରାଧକୁ ଘଂଟ ଘୋଡାଉଛନ୍ତି । ତୁରନ୍ତ ଅମୀତ ଶାହା ଇସ୍ତଫା
ଦିଅନ୍ତୁ ବୋଲି ଛାତ୍ର କଂଗ୍ରେସ ପକ୍ଷରୁ କୁହାଯାଇଛି ।
ଏହି କାର୍ଯ୍ୟକ୍ରମରେ ରଣଜିତ୍‌ ପାତ୍ର, ସୁନିଲ୍‌ ମାଟିଆ, ଶିଳ୍ପା
ଏକ୍କା, ଶୀଳ୍ପୀଶ୍ରୀ ହରିଚନ୍ଦନ, ନିହାର ବେହେରା, ଶ୍ରୀ ମହାନ୍ତି, ରଣଜିତ
ସେନାପତି, ସାଗର ପଟ୍ଟନାୟକ, କାର୍ତିକ କାଣ୍ଡି, ଜଗଦିଶ୍‌ ଗଜେନ୍ଦ୍ର,
ନିଆଜୁଲି ଇସ୍‌ଲାମ୍‌, ବୁବୁନ୍‌ ରାଉତ, ଉଦ୍ଦିତ୍‌ ପ୍ରଧାନ, ସାହାରୁ
ଖାନ,ସ୍ପନ୍ଦନ କୁମାର ସ୍ୱାଇଁ ଓ ସମୀର ରାଉତ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

Leave a reply

  • Default Comments (0)
  • Facebook Comments

Leave A Comment

All fields marked with an asterisk (*) are required