ପ୍ରଦେଶ କଂଗ୍ରେସ କାର୍ଯ୍ୟକାରିଣୀ ବୈଠକରେ ୬ଟି ମୁଖ୍ୟ-ପ୍ରସ୍ତାବ
ପ୍ରଦେଶ କଂଗ୍ରେସ କାର୍ଯ୍ୟକାରିଣୀ ବୈଠକରେ ୬ଟି ମୁଖ୍ୟ-ପ୍ରସ୍ତାବକୁ ପାରିତ
ଭୁବନେଶ୍ୱର ତା. ୨୩.୭- ଆଜି ମେ ଫେୟାର କନ୍ଭେନସନ ହଲରେ ଆୟୋଜିତ ପ୍ରଦେଶ କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ ଦିନ ୯.୪୫ ମିନିଟରେ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ
ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ରାଜ୍ୟ କଂଗ୍ରେସ ପ୍ରଭାରୀ ଡା. ଏ ଚେଲ୍ଲା କୁମାର, ପୂର୍ବତନ ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ, ଶ୍ରୀ ଜୟଦେବ ଜେନା, ଶ୍ରୀ ପ୍ରସାଦ ହରିଚନ୍ଦନ, ବିରୋଧି ଦଳ ନେତା ଶ୍ରୀ ନରସିଂହ ମିଶ୍ର, ସାଂସଦ ସପ୍ତଗିରି ଉଲ୍ଲାକା, ସୁଶିଳା
ତିରିଆ, ଶରତ ରାଉତ, ରାମଚନ୍ଦ୍ର ଖୁଂଟିଆ, ବିଜୟ ପଟ୍ଟନାୟକ ମଞ୍ଚାସିନ ଥିଲେ ।ରାଜ୍ୟ କଂଗ୍ରେସର ସମସ୍ତ କାର୍ଯ୍ୟକାରିଣୀ ସଦସ୍ୟ ଓ ସଦସ୍ୟା ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଆଜିର କାର୍ଯ୍ୟକାରିଣୀର ୬ଟି ପ୍ରସ୍ତାବ ଗୃହୀତ ହୋଇଥିଲା ।
ସର୍ବପ୍ରଥମେ ଦିବଂଗତ କଂଗ୍ରେସ ନେତୃବୃନ୍ଦ ତଥା ଓଡ଼ିଶାର ବିଶିଷ୍ଠ ବ୍ୟକ୍ତିଙ୍କ ବିୟୋଗରେ ଏକ ଶୋକପ୍ରସ୍ତାବ ଆଗତ କରାଯାଇ ତାଙ୍କ ଆତ୍ମାର ସଦଗତି ନିମନ୍ତେ ୨ ମିନିଟ ନିରବ ପ୍ରାର୍ଥନା/କରାଯାଇଥିଲା । ଦ୍ୱିତୀୟରେ ଆମର ପ୍ରିୟ ନେତା ଶ୍ରୀଯୁକ୍ତ ରାହୁଲ ଗାନ୍ଧୀଙ୍କର ଭାରତ ଯୋଡ଼ ଯାତ୍ରାର ଅପୂର୍ବ ସଫଳତା ଏବଂ ବିଶେଷକରି ହିଂସା, ଘୃଣା, ଦ୍ୱେଷ ବିରୁଦ୍ଧରେ ତାଙ୍କର ଲଢେ଼ଇର ଭୂୟସୀ ପ୍ରଶଂସା କରିବା ହସିତ ସତ୍ୟ ଓ ଅହିଂସା, ପ୍ରେମ ଓ ଭାତୃତଭାବ ଭାରତବର୍ଷର ସାରା ପ୍ରାନ୍ତରେ
ପହଞ୍ଚାଇବା ପାଇଁ ତାଙ୍କର କଷ୍ଟସାଧ୍ୟ ଉଦ୍ୟମକୁ ସମସ୍ତ ନେତୃବର୍ଗ ଏକ ସ୍ୱରରେ ପ୍ରଶଂସା କରିଥିଲେ ।ତୃତୀୟରେ ରାଜନୈତିକ ଚିଠ ପ୍ରସ୍ତାବ ପାରିତ କରାଯାଇଥିଲା । ଏହି ପ୍ରସ୍ତାବରେ ଦରଦାମ ବୃଦ୍ଧି,ମହଙ୍ଗା ମାଢ଼, ବେକାରୀ ସମସ୍ୟା, ବିପର୍ଯ୍ୟସ୍ତ ଶିକ୍ଷାବ୍ୟବସ୍ଥା, ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ବ୍ୟବସ୍ଥା, ରାଜ୍ୟର ଅବକ୍ଷୟ ମରକ୍ଷୟମୁଖି ଆଇନ ଶୃଙ୍ଖଳା ପରିସ୍ଥିତି ଏବଂ ବିଶେଷ କରି ରାଜ୍ୟର ପଛୁଆବର୍ଗ ଆଦିବାସୀ ହରିଜନ ଓ ସଂଖ୍ୟାଲଘୁ ବର୍ଗଙ୍କର ସାମାଜିକ ଆର୍ଥିକ ଅନଗ୍ରସରତା ଇତ୍ୟାଦିକୁ ନେଇ
ଆଲୋଚନା ହୋଇଥିଲା । ରାଜ୍ୟର ଖଣିଜ ସମ୍ପଦକୁ ରାଜ୍ୟ ସରକାର ନିଜ ଅଧିନକୁ ନିଅନ୍ତୁ,କୌଣସି ଖଣିକୁ ଲିଜ ଦିଆନଯାଉ, ମହିଳା ମାନଙ୍କ ପାଇଁ ୩୩% ସଂରକ୍ଷଣ ନିମନ୍ତେ କେନ୍ଦ୍ର ସରକାରଙ୍କ ପାଖେ ଦାବି ଉପସ୍ଥାପନ କରାଯିବ, ଶ୍ରୀ ଜଗନ୍ନାଥଙ୍କ ମନ୍ଦିର ରତ୍ନଭଣ୍ଡାର ଅବିଳମ୍ବେ ଖୋଲାଯାଉ ।
ରାଜ୍ୟରେ ପ୍ରତି ଇଞ୍ଚ ଜମି ସୁରକ୍ଷିତ କରାଯିବ । ବେଦାନ୍ତ ବିଶ୍ୱବିଦ୍ୟାଳୟ ସଂକ୍ରାନ୍ତ ସର୍ବୋଚ ନ୍ୟାୟଳର ରାୟ ପରିପ୍ରେକ୍ଷୀର ଦୁର୍ନୀତିଗ୍ରସ୍ତ ବିଜେଡ଼ି ସରକାର ବିରୁଦ୍ଧରେ ଆନ୍ଦୋଳନ
କରାଯିବ । ପେସା ଆଇନକୁ ତୁରନ୍ତ ପ୍ରଣୟନ କରାଯାଉ ।
ମଣିପୁର ହିଂସା ଓ ଲଜ୍ଜ୍ୟା ଘଟଣା ନବୀବନ
ବାବୁଙ୍କ ନିରବତାକୁ ଦୃଢ଼ ନିନ୍ଦା କରାଗଲା । ଚତୁର୍ଥରେ ଅର୍ଥନୈତିକ ପ୍ରସ୍ତାବ ପାରିତ କରାଗଲା । ପଞ୍ଚମରେ ରାଜ୍ୟର କୃଷକର ଆୟକୁ ଦ୍ୱିଗୁଣିତ କରିବାକୁ ନିଷ୍ପତି ନିଆଗଲା ।
କୃଷି କ୍ଷେତ୍ରପାଇ ୭୦% ଜଳସେଚନ ସୁବିଧା, ଶୀତଳ ଭଣ୍ଡାର ପଣ୍ୟାଗାର ଏବଂ କୃଷିଜାତ ଦ୍ରବ୍ୟକୁ ଉପଯୁକ୍ତ ମୂଲ୍ୟ ପ୍ରଦାନ କରିବା, ଧାନର ସର୍ବନିମ୍ନ ସହାୟକ ମୂଲ୍ୟକୁ ଟ ୨୫୦୦ ଟଙ୍କା ଧାର୍ଯ୍ୟ କରିବା ରାଜ୍ୟର ଜଳବାୟୁ ପରିବର୍ତନକୁ ଲକ୍ଷ୍ୟରଖି ଫଳ, ଫୁଲ ଓ ଅନ୍ୟାନ୍ୟ କୃଷିକାର୍ଯ୍ୟ ଉପରେ ଗୁରୁତ୍ୱ ପ୍ରଦାନ କରିବା । ଶେଷରେ ସାମାଜିକ ନ୍ୟାୟ ପ୍ରସ୍ତାବ ଗୃହିତ ହୋଇଥିଲା, ରାଜ୍ୟର ଜନଜାତି,ଅନୁସୂଚୀତ ଜାତି, ପଛୁଆବର୍ଗ ଓ ସଂଖ୍ୟାଲଗୁ ସଂପ୍ରଦାୟ କ୍ଷେତ୍ରର ଶିକ୍ଷା, ନିଯୁକ୍ତି କ୍ଷେତ୍ରରେ
ସଂରକ୍ଷଣ ପ୍ରଦାନ କରାଯିବା ପାଇଁ ନିଷ୍ପତି ନିଆଗଲା ।
ଏହି କାର୍ଯ୍ୟକ୍ରମକୁ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ବିଶ୍ୱଜିତ ଦାଶ ଏବଂକଟକ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ମାନସ ରଞ୍ଜନ ଚୌଧୁରୀଙ୍କ ତତ୍ୱାବଧାନରେ ପରିଚାଳିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସୁରେଶ କୁମାର ରାଉତରାୟ, ତାରାପ୍ରସାଦ ବାହିନୀପତି,ସନ୍ତୋଷ ସିଂ ସାଲୁଜା, ରାଜନ ଏକ୍କା, ଦାଶରଥି ଗମାଙ୍ଗୋ, ଅଧିରାଜ ପାଣିଗ୍ରାହୀ, ଶିବାନନ୍ଦରାୟ, ଅନନ୍ତ ପ୍ରସାଦ ସେଠୀ, ବନ୍ଦିତା ପରିଡ଼ା, ୟାସିର ନୱାଜ, ଅମିୟ ପଟ୍ଟନାୟକ, ବାଙ୍କନିଧିବେହେରା, କିଶୋର ଜେନା, ଗଣେଶ୍ୱର ବେହେରା, ଦେବାଶିଷ ପଟ୍ଟନାୟକ, ଲଲାଟେନ୍ଦୁ ମହାପାତ୍ର,ସୁରେନ୍ଦ୍ର ସିଂ ଭୋଇ, ସୁରେଶ ମହାପାତ୍ର, ଜଗନ୍ନାଥ ପଟ୍ଟନାୟକ, ନବଜ୍ୟୋତି ପଟ୍ଟନାୟକ,ବିଜୟଲକ୍ଷ୍ମୀ ସାହୁ, ସୁବତ୍ର ମହାପାତ୍ର, ମାନସ ଆଚାର୍ଯ୍ୟ, ଚିନ୍ମୟ ସୁନ୍ଦର ଦାସ, ଶ୍ରୀନିବାସ ରାଉତରାୟ, ରାସବିହାରୀ ବେହେରା, ଯଜେ୍ଞଶ୍ୱର ବାବୁ, ତରୁଣ ମିଶ୍ର, ଜିଆଉଲ ହକ, ଭୂଜବଳମାଝୀ, ରତ୍ନମଣୀ ଉଲ୍ଲାକା, ପ୍ରକାଶ ମିଶ୍ର, ରଜନୀ ମହାନ୍ତି, ସସ୍ମିତା ବେହେରା, ବିଶ୍ୱ ମହାନ୍ତି,
ସ୍ମୃତିରଞ୍ଜନ ଲେଙ୍କା, ରଣଜିତ ପାତ୍ର ଉପସ୍ଥିତ ଥିଲେ ।