Search for:
  • Home/
  • ରାଜ୍ୟ/
  • କଂଗ୍ରେସ ଭବନ ଆଗରେ ଗୁଣ୍ଡାଗର୍ଦ୍ଦି କରିଥିବା ବିଜେପି ଯୁବ ମୋର୍ଚ୍ଚା କର୍ମୀଙ୍କ ଗିରଫଦାରୀ ଓ ତାଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ

କଂଗ୍ରେସ ଭବନ ଆଗରେ ଗୁଣ୍ଡାଗର୍ଦ୍ଦି କରିଥିବା ବିଜେପି ଯୁବ ମୋର୍ଚ୍ଚା କର୍ମୀଙ୍କ ଗିରଫଦାରୀ ଓ ତାଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ

Spread the love

Loading

କଂଗ୍ରେସ ଭବନ ଆଗରେ ଗୁଣ୍ଡାଗର୍ଦ୍ଦି କରିଥିବା ବିଜେପି ଯୁବ ମୋର୍ଚ୍ଚା କର୍ମୀଙ୍କ ଗିରଫଦାରୀ ଓ ତାଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ
ପ୍ରଦେଶ ଯୁବ, ଛାତ୍ର କଂଗ୍ରେସ ଓ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ପକ୍ଷରୁ ଭୁବନେଶ୍ୱର କମିଶନରେଟ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ
ଭୁବନେଶ୍ୱର ତା. ୫.୭- ଗତ ଜୁଲାଇ ୨ ତାରିଖରେ ବିଜେପି ଯୁବ ମୋର୍ଚ୍ଚାର କର୍ମୀମାନେ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ସମ୍ମୁଖରେ ସ୍ଥାନୀତ ରାହୁଲ ଗାନ୍ଧୀଙ୍କର ପୋଷ୍ଟରକୁ ଗୋବର ଫିଙ୍ଗି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ସମ୍ମୁଖରେ ଯେଉଁଭଳି ଭାବରେ ଗୁଣ୍ଡାଗର୍ଦ୍ଦି କଲେ ତାର ପ୍ରତିବାଦରେ ପ୍ରଦେଶ ଛାତ୍ର କଂଗ୍ରେସ, ପ୍ରଦେଶ ଯୁବ କଂଗ୍ରେସ ଏବଂ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ପକ୍ଷରୁ ଏକ ମିଳିତ ଧାରଣା ଭୁବନେଶ୍ୱର ପୋଲିସ କମିଶନରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦିଆଯାଇଥିଲା । ଏକ ବିଶାଳ ରାଲିରେ ଏଡିଏମଙ୍କ କାର୍ଯ୍ୟାଳୟ ଠାରୁ କଂଗ୍ରେସ, ଛାତ୍ର କଂଗ୍ରେସ, ଯୁବ କଂଗ୍ରେସ, ମହିଳା କଂଗ୍ରେସର କର୍ମୀମାନେ ପୋଲିସ କମିଶନରଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲେ ।

ସେଠାରେ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ କହିଥିଲେ ଯେ ଧର୍ମନାମରେ ଭାରତୀୟ ଜନତାପାର୍ଟି ନିରୀହ ଜନତାଙ୍କୁ ଭୁଆଁ ବୁଲାଉଛନ୍ତି । ଲୋକସଭାରେ ଜନନାୟକ ରାହୁଲ ଗାନ୍ଧୀ ହିନ୍ଦୁ ଧର୍ମ ସମ୍ପର୍କରେ ଯେଉଁ ବକ୍ତବ୍ୟ ରଖିଲେ ତାହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଭାରତୀୟ ଜନତାପାର୍ଟି କଦର୍ଥ କରୁଛି । ରାହୁଲ ଗାନ୍ଧୀଙ୍କର ହିନ୍ଦୁ ଧର୍ମ ପ୍ରତି ଅସୀମ ସମ୍ମାନ, ଭକ୍ତି ଓ ଶ୍ରଦ୍ଧା ରହିଛି । ସେ ନିଜେ ଜଣେ ଶିବ ଭକ୍ତ । ମାତ୍ର ବିଜେପିର କଥାକଥିତ ନେତାମାନେ ଯେଉଁମାନେ ହିନ୍ଦୁ ଧର୍ମର ଠିକାଦାର ବୋଲି ନିଜକୁ ଦାବି କରୁଛନ୍ତି ସେମାନେ ହିନ୍ଦୁ ଧର୍ମର ଅମାପ କ୍ଷତି କରୁଛନ୍ତି । ଶାନ୍ତି, ପ୍ରୀତି, ମୌତ୍ରୀ, ଭାତୃଭାବ, ନ୍ୟାୟ ହେଉଛି ହିନ୍ଦୁ ଧର୍ମର ମୂଳମନ୍ତ୍ର । “ବସୁଧୈବ କୁଟମ୍ବକମ” ହେଉଛି ଏ ସମାଜ ପ୍ରତି ହିନ୍ଦୁ ଧର୍ମ ଶାସ୍ତ୍ରର ମହାନ ବାର୍ତା । ମାତ୍ର ହିନ୍ଦୁ ଧର୍ମକୁ ବିଜେପି ନିଜର ସମ୍ପତି ବୋଲି ମନେ କରୁଛି ।
ପ୍ରଦେଶ କଂଗ୍ରେସ ଯୁବ କଂଗ୍ରେସ ସଭାପତି ରଞ୍ଜିତ ପାତ୍ର କହିଥିଲେ ଯେ ଜୁଲାଇ ଦୁଇ ତାରିଖରେ ପୋଲିସ ଉପସ୍ଥିତିରେ ବିଜେପି ଯୁବ ମୋର୍ଚ୍ଚାର କର୍ମୀମାନେ ରାହୁଲ ଗାନ୍ଧୀଙ୍କର ପୋଷ୍ଟରକୁ ଗୋବର ଫିଙ୍ଗିବା ସହ କଂଗ୍ରେସ କର୍ମୀଙ୍କ ଉପରକୁ ଢ଼େଲା ପଠର ମାଡ କରିଥିଲେ । ଏପରିକି ସେମାନେ ସାଙ୍ଗରେ ବାଡ଼ି ଧରି ଆସିଥିଲେ ଏବଂ କଂଗ୍ରେସ କର୍ମୀଙ୍କୁ ଅମାନୁଷିକ ଭାବେ ଆକ୍ରମଣ କରିଥିଲେ । ଏହି ଆକ୍ରମଣ ଯୋଜନା ପୂର୍ବ ପ୍ରସ୍ତୁତ ଥିଲା ବୋଲି ଶ୍ରୀ ପାତ୍ର କହିଛନ୍ତି । ଭାରତୀୟ ଜନତାପାର୍ଟି ରାହୁଲ ଗାନ୍ଧୀଙ୍କର ଉତୁଙ୍ଗ ନେତୃତ୍ୱ, ଦେଶଭକ୍ତି, ଦୁର୍ନୀତି ବିରୋଧି ସଂଗ୍ରାମ ଏବଂ ଦେଶର ଅଖଣ୍ଡତା ରକ୍ଷାପାଇଁ ଯେଉଁ ଆବେଗ ତାହାକୁ ବିଜେପି ଦଳ ସହ୍ୟ କରୁପାରୁ ନାହିଁ । ବିଜେପି ଓଡ଼ିଶାରେ କ୍ଷମାତାକୁ ଆସିବାର ମାସେ ହୋଇନାହିଁ, ହେଲେ ନିଜ ଦଳର ଅସଲ ଚରିତ୍ରର ପରିଚୟ ଦେଉଛନ୍ତି । ବିଜେପି ଦଳ ସମାଜରେ ଶାନ୍ତି ଚାହେଁ ନାହିଁ । ହିନ୍ଦୁ ଧର୍ମକୁ ନିର୍ବାଚନ ଜିତିବା ପାଇଁ ବ୍ୟବହାର କରେ । ଏହି କାର୍ଯ୍ୟକ୍ରମରେ ଯୋଗଦେଇ ପୂର୍ବତନ ପିସିସି ସଭାପତି ଶ୍ରୀ ଜୟଦେବ ଜେନା କହିଲେ ଯେ ବିଜେପି ଏକ ସ୍ୱତନ୍ତ୍ର ହିନ୍ଦୁ ଧର୍ମ ସୃଷ୍ଟି କରିବାପାଇଁ ଚେଷ୍ଟା କରୁଛି, ଯେଉଁଥିରେ ସନାତନ ଧର୍ମର ମୂଳମନ୍ତ୍ରକୁ ବିକୃତ କରାଯାଉଛି । ପୂର୍ବତନ ପିସିସି ସଭାପତି ଶ୍ରୀ ପ୍ରସାଦ ହରିଚନ୍ଦନ ଭାରତୀୟ ଜନତାପାର୍ଟିର ହିଟଲରୀ ବାଦକୁ ଦୃଢ଼ ନିନ୍ଦା କରିଥିଲେ ।
ପରିଶେଷରେ ଏକ ପ୍ରତିନିଧି ଦଳ ପୋଲିସ କମିଶନରଙ୍କୁ ସାକ୍ଷାତ କରି ସ୍ମାରକପତ୍ର ପ୍ରଦାନ କରିଥିଲେ । ଦୋଷୀଙ୍କୁ ତୁରନ୍ତ ଗିରଫ କରି ଦଣ୍ଡବିଧାନ କରିବାପାଇଁ କଂଗ୍ରେସ ପକ୍ଷରୁ ଯେଉଁ ଦାବି କରାଯାଇଥିଲା ତାହାକୁ କାର୍ଯ୍ୟକାରି କରିବାପାଇଁ କମିଶନର ପ୍ରତିଶ୍ରୁତି ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବିଧାକୟ ରମେଶ ଚନ୍ଦ୍ର ଜେନା, ଶିବାନନ୍ଦ ରାୟ, ଜଗନ୍ନାଥ ପଟ୍ଟନାୟକ, ବିଜୟ ପଟ୍ଟନାୟକ, ଛାତ୍ର କଂଗ୍ରେସର ଓଡ଼ିଶା ପ୍ରଭାରୀ ଚୁନୁ ସିଂ, ମିନାକ୍ଷୀ ବାହିନୀପତି, ବିଶ୍ୱଜିତ ଦାଶ, କିଶୋର ଜେନା, ଜାନକୀ ବଲ୍ଲଭ ପଟ୍ଟନାୟକ, ଲଲାଟେନ୍ଦୁ ମହାପାତ୍ର, ସୁବ୍ରତ ମହାପାତ୍ର, ଅଖିଳେଷ ଯାଦବ, ପ୍ରକାଶ ଜେନା, ପ୍ରଶାନ୍ତ ଚମ୍ପତି, ଅଶୋକ ଦାସ, ଶ୍ରୀନିବାସ ରାଉତରାୟ, ସନ୍ତୋଷ ଜେନା, ମାନସ ଆଚାର୍ଯ୍ୟ, ମନୋଜ ବିଶ୍ୱାଳ, ଅଜୟ ସାହୁ, ଗଣେଶ ଦାସ, ବଟକୃଷ୍ଣ ରାଉତରାୟ, ପ୍ରଣତି ମିଶ୍ର, ଗିତାଞ୍ଜଳି ମହାନ୍ତି, ରଜନୀ ମହାନ୍ତି, କୃଷ୍ଣଚନ୍ଦ୍ର ଶଗରିଆ, ଅମିୟ ପାଣ୍ଡବ, ମହମ୍ମଦ ଗୁଲଫାମ, ରାଜୀବ ପଟ୍ଟନାୟକ, ମିହିର ଆଚାର୍ଯ୍ୟ, ଗୋପନ ମାର୍ଥା, ନିହାର ବେହେରା, ସୁଦୀପ ସାମଲ, ବିକାଶ ପଶୁପାଳକ, ଅଭିଜିତ ଜେନା, ନଳିନୀକାନ୍ତ ନାୟକ, ଇଂ ଅମ୍ରେଶ ପରିଡ଼ା, ମିର୍ଜା ଇସଲାମ ବେଗ, ଶ୍ରେୟା ମହାନ୍ତି, ବେଣୁଧର ଭୋଇ, କେଦାର ଦଳାଇ,ମହମ୍ମଦ ପରଭେଜ, ବଳରାମ ନନ୍ଦ, ସୁରଜ ରାଉତ, ବିଶ୍ୱଜିତ ସ୍ୱାଇଁ, ଜୟଦେବ ଲେଙ୍କା, ଲିପିକା ପାତ୍ର, ଲିସ୍ପା ନାୟକ, ଶ୍ରୀ ମହାନ୍ତି, ପ୍ରଶନଜିତ ଦାସ, ଜଗଦିଶ ଗଜେନ୍ଦ୍ର, ସାଗର ପଟ୍ଟନାୟକ, ଉଦ୍ଦିତ ପ୍ରଧାନ, ପ୍ରଭାତ ପ୍ରତାପ ସିଂ, ତରୁଣ ମିଶ୍ର, ସାହାରୁଖ ଖାନ, ମିହିର ଆଚାର୍ଯ୍ୟ, ଅକ୍ଷୟ ଦାସ, ଦେଓ ପ୍ରସାଦ, ଆଶିଷ ମଲ୍ଲିକ, ଜୟକୃଷ୍ଣ ସୁବୁଦ୍ଧି, ପ୍ରାଚୀ ରାଉତରାୟ, ପ୍ରଶ୍ନନ ନାୟକ, କୈଳାସ ସାହୁ, ସ୍ନେହପ୍ରଭା ଜେନା, ଶୁଭ୍ରଜ୍ୟୋତି ଲେଙ୍କା, ଦେବାଶିଷ ଦାସ, ସେକ ତାକୱିନ, ମହମ୍ମଦ ହୁସେନ, ଅନୁୱାର ଖାନ, ମୋହନ ଜେନା, ଆତ୍ମାରମ ପତି, ମାନସ ସେଠୀ, ନିଆଜୁଲ ଇସଲାମ, ଅଭିଶେକ ରାଉତ, ମହମ୍ମଦ ସାହାଦୁଲ୍ଲା, ସୂର୍ଯ୍ୟକାନ୍ତ ଜେନା, ସୌମ୍ୟ ରଞ୍ଜନ ବରାଳ, ସରୋଜ ବାରିକ, ଚନ୍ଦନ ପଣ୍ଡା ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

Leave A Comment

All fields marked with an asterisk (*) are required