Search for:
  • Home/
  • ରାଜ୍ୟ/
  • ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ : କଂଗ୍ରେସ

ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ : କଂଗ୍ରେସ

Spread the love

Loading

ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ : କଂଗ୍ରେସ
* ବିଜେପିର ଅସଲ ଚରିତ୍ର ଆଜି ପଦାରେ ପଡିଛି
* ବିରୋଧୀଦଳ ନେତା ରାହୁଲ ଗାନ୍ଧୀଙ୍କ ପ୍ରତି ଓଡ଼ିଶା ବିଜେପି ଯୁବମୋର୍ଚ୍ଚାର ଏଭଳି ବ୍ୟବହାର ଓ ହିଂସାକାଣ୍ଡକୁ ଓଡ଼ିଶା କଂଗ୍ରେସ ଦୃଢ଼ ଭାବରେ ନିନ୍ଦା କରୁଛି

Oplus_0
Oplus_0
Oplus_0

ଭୁବନେଶ୍ବର – ଆଜି ଯେଭଳି ଭାବେ ଭାରତୀୟ ଜନତା ପାର୍ଟୀର କାର୍ଯ୍ୟକର୍ତା ବିରୋଧୀଦଳ ନେତା ରାହୁଲ ଗାନ୍ଧୀଙ୍କ ପ୍ରତି ବ୍ୟବହାର ପ୍ରଦର୍ଶନ କଲେ ଏବଂ ହିଂସାକାଣ୍ଡ ଘଟାଇଲେ , ଏହାକୁ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ ଦୃଢ଼ଭାବେ ନିନ୍ଦା କରିବା ସହ, ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ ତେଣୁ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯାନୁଷ୍ଠାନ ପାଇଁ ଦାବି କଲେ । ବିଜେପି ଦଳର ଗୁଣ୍ଡାଗର୍ଦି ଏହାର ଅସଲ ଚରିତ୍ର କୁ ପଦାରେ ପକାଇଛି । ରାଜ୍ୟ ରାଜଧାନୀରେ ପୋଲିସ ପ୍ରଶାଶନର ଉପସ୍ଥିତିରେ ବିଜେପି କାର୍ଯ୍ୟକର୍ତ୍ତାମାନଙ୍କ ଏଭଳି କାଣ୍ଡ ବିପର୍ଯସ୍ଥ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦର୍ଶାଉଛି। ଜଗନ୍ନାଥଙ୍କ ପବିତ୍ର ମାଟିରେ ସରକାରୀ ଦଳର ଆଚରଣ ଓ ଉଚ୍ଚାରଣ କୁ ରାଜ୍ୟବାସୀ ଦେଖୁଛନ୍ତି ଏବଂ ଏହାର ଦୃଢ଼ ଜବାବ ଆଗାମୀ ଦିନରେ ଜନତା ଦେବେ ବୋଲି ଶ୍ରୀଯୁକ୍ତ ପଟ୍ଟନାୟକ ପ୍ରେସ ବାର୍ତ୍ତା ରେ ଜଣାଇଛନ୍ତି।

Leave A Comment

All fields marked with an asterisk (*) are required