Search for:
  • Home/
  • ରାଜ୍ୟ/
  • ରାହୁଲ ଗାନ୍ଧୀ ଲୋକସଭାରେ ବିରୋଧି ଦଳର ନେତା ହେବାପରେ ପିସିସି ଓ ଭୁବନେଶ୍ୱର ଡିସିସି ପକ୍ଷରୁ ମିଠା ବାଂଟିଲେ

ରାହୁଲ ଗାନ୍ଧୀ ଲୋକସଭାରେ ବିରୋଧି ଦଳର ନେତା ହେବାପରେ ପିସିସି ଓ ଭୁବନେଶ୍ୱର ଡିସିସି ପକ୍ଷରୁ ମିଠା ବାଂଟିଲେ

Spread the love

Loading

ରାହୁଲ ଗାନ୍ଧୀ ଲୋକସଭାରେ ବିରୋଧି ଦଳର ନେତା ହେବାପରେ ପିସିସି ଓ ଭୁବନେଶ୍ୱର ଡିସିସି ପକ୍ଷରୁ ମିଠା ବାଂଟିଲେ କଂଗ୍ରେସ ନେତା
ଭୁବନେଶ୍ୱର ତା. ୨୬.୬- ମାନ୍ୟବର କଂଗ୍ରେସ ସାଂସଦ ଶ୍ରୀଯୁକ୍ତ ରାହୁଲ ଗାନ୍ଧୀ ଲୋକସଭାରେ ବିରୋଧି ଦଳର ନେତା ହେବାପରେ ଖୁସି ପ୍ରକଟ କରିଛନ୍ତି ରାଜ୍ୟ କଂଗ୍ରେସର ନେତୃବୃନ୍ଦ । ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଆଜି କଂଗ୍ରେସ ଭବନ, ଭୁବନେଶ୍ୱର ଠାରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ଓ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଆନନ୍ଦ ଓ ଉଲ୍ଲାସର ସହ ମିଳିତ ଭାବେ ଲଡ଼ୁ ଓ ମିଠା ବଂଟନ କରି ଖୁସି ବ୍ୟକ୍ତ କରିଛନ୍ତି କଂଗ୍ରେସ ଦଳର ନେତୃବୃନ୍ଦ ଓ କର୍ମକର୍ତାଗଣ । ଗତକାଲି ଶ୍ରୀଯୁକ୍ତ ଗାନ୍ଧୀ ବିରୋଧି ଦଳ ନେତାଭାବେ ଖବର ପ୍ରସାରଣ ପରେ ଦେଶ ଓ ରାଜ୍ୟର ସାଧାରଣ ଜନତା ଯଥା ଛାତ୍ର, ଯୁବ, ମହିଳା, କୃଷକ ଓ ଶ୍ରମିକ ଆଦି ସମସ୍ତ ବର୍ଗର ବ୍ୟକ୍ତିବିଶେଷ ଆନନ୍ଦିତ ଅଛନ୍ତି । ଦେଶରେ ୧୦ବର୍ଷ ଧରି ଶାସନ କରୁଥିବା ନରେନ୍ଦ୍ର ମୋଦିଙ୍କ ସରକାର ସମୟରେ ଜନତାଙ୍କ ପ୍ରତି ହୋଇଥିବା ଧୋକା ଓ ଅନ୍ୟାୟ ପ୍ରତିବାଦରେ ରାହୁଲ ଗାନ୍ଧୀଙ୍କ ଲଢ଼େଇ ଉଚ୍ଚ ପ୍ରଶଂସନୀୟ । ପ୍ରଥମେ ଭାରତ ଯୋଡ଼ ଯାତ୍ରା ପରେ ଭାରତ ଯୋଡ଼ ନ୍ୟାୟଯାତ୍ରାରେ ଐତିହାସିକ ସଫଳତା ପାଇବା, ଗଣତନ୍ତ୍ର ଓ ସମ୍ବିଧାନର ସୁରକ୍ଷା ପାଇଁ ଅହରହ ଲଢ଼େଇ କରିବା, ପ୍ରତିଟି ବର୍ଗଙ୍କୁ ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ସୁଦୃଢ଼ କରିବା ଏ ସମସ୍ତ କାର୍ଯ୍ୟକୁ ଦେଶର ଜନତା ଗ୍ରହଣକରି ତାଙ୍କୁ ଆଶୀର୍ବାଦ ଦେବା ୨୦୨୪ ସାଧାରଣ ନିର୍ବାଚନ ଫଳାଫଳରୁ ବାରି ହୋଇପଡ଼ୁଛି । ପ୍ରତିଟି ସମସ୍ୟାପାଇଁ ଲଢ଼େଇ କରିଥିବା ରାହୁଲ ଗାନ୍ଧୀ ଏବେ ପ୍ରତିଟି ବର୍ଗର ସ୍ୱରକୁ ବିରୋଧି ଦଳର ନେତାଭାବେ ସଂସଦରେ ଉପସ୍ଥାପିତ କରିବେ । ଅତ୍ୟାବଶକୀୟ ସାମଗ୍ରୀର ଅହେତୁକ ଦରଦାମ ବୃଦ୍ଧି, ନିଟ ଓ ନେଟ ପରୀକ୍ଷାରେ ହୋଇଥିବା ଘୋଟାଲା, ଅରୁଣାଚଳ ପ୍ରଦେଶରେ ଚୀନର ଦୌରାତ୍ମ ଆଦି ସମସ୍ତ ପ୍ରସଙ୍ଗ ସଂସଦରେ ଉପସ୍ଥାପିତ ହେବ । ମୋଦୀ ସରକାରର ଅସଲ ମୁଖା ସଂସଦରେ ରାହୁଲ ଗାନ୍ଧୀ ପର୍ଦ୍ଦାଫାସ କରିବେ । କଂଗ୍ରେସ ଦଳ ସଂସଦ ଓ ସଂସଦ ବାହାରେ ଜନତାଙ୍କ ହିତ ଉଦ୍ଦେଶ୍ୟରେ କାର୍ଯ୍ୟ କରିବ ବୋଲି କଂଗ୍ରେସ ନେତାମାନେ କହିଛନ୍ତି ।
ଆଜିର ଏହି କାର୍ଯ୍ୟକ୍ରମରେ ପିସିସି ବରିଷ୍ଠ ଉପସଭାପତି ଶିବାନନ୍ଦ ରାୟ, ଉପସଭାପତି କିଶୋର ଜେନା, ସନତ ଦାସ, ପୂର୍ବତନ ବିଧାୟକ ରବି ମଲ୍ଲିକ, ଚିନ୍ମୟ ସୁନ୍ଦର ଦାସ, ମନୋରଞ୍ଜନ ଦାଶ, ପ୍ରକାଶ ଜେନା, ଶ୍ରୀନିବାସ ରାଉତରାୟ, ସୁବ୍ରତ ମହାପାତ୍ର, ତରୁଣକାନ୍ତ ମିଶ୍ର, ଅଶୋକ ଦାସ, ମୋହନ ଜେନା, ସାରଦା ପ୍ରଧାନ, ଜୟକୃଷ୍ଣ ସୁବୁଦ୍ଧି, ସୁଶାନ୍ତ ତ୍ରିପାଠୀ, ପ୍ରଭାତ ପ୍ରତାପ ସିଂ, ମିହିର ଆଚାର୍ଯ୍ୟ, ମନୋରଞ୍ଜନ ଜେନା, ଖଗେଶ୍ୱର ମଲ୍ଲିକ, ରାଜକିଶୋର ବାରିକ, ନଳିନୀକାନ୍ତ ନାୟକ, ସୌମେନ୍ଦ୍ର ମହାନ୍ତି, ମହମ୍ମଦ ସାହାଦୁଲ୍ଲା, ଦେବାଶିଷ ଦାସ, ବଳରାମ ରଥ ପ୍ରମୁଖ ବହୁ କଂଗ୍ରେସ ନେତୃବୃନ୍ଦ ଓ କର୍ମୀ ଉପସ୍ଥିତ ଥିଲେ ।

Leave A Comment

All fields marked with an asterisk (*) are required