ଶରତ ପଟ୍ଟନାୟକଙ୍କୁ କାଳିମାଡ଼.
ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼
ଭୁବନେଶ୍ବର: ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼ । କଂଗ୍ରେସ ଭବନରେ ପଶି ଅସନ୍ତୁଷ୍ଟ ଗୋଷ୍ଠୀ କାଳିମାଡ଼ କରିଥିବା ଜଣାପଡ଼ିଛି। ଆଜି କଂଗ୍ରେସ ଭବନରେ ଚାମ୍ବରରେ ବସିଥିଲେ ପିସିସି ସଭାପତି ଶରତ ପଟ୍ଟନାୟକ । ଏହି ସମୟରେ ତାଙ୍କୁ କାଳିମାଡ଼ ହୋଇଥିବା ସୂଚନା ।
କାଳିମାଡ଼ରେ ଦବିଯିବିନି ବୋଲି ଶରତ କହିଛନ୍ତି। ଏହା ମୋ ପାଇଁ ନୂଆ ନୁହେଁ । ପୂର୍ବଥର ପିସିସି ସଭାପତି ଥିବା ବେଳେ ଅଣ୍ଡା, ପଥର ମାଡ଼ ହୋଇଥିଲା । ଏସବୁ ନେଇ ମୁଁ ବ୍ୟଥିତ ନୁହେଁ କି ଦବି ଯିବାର ପ୍ରଶ୍ନ ଉଠୁନି ବୋଲି ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି। ବିଜେପି କିମ୍ବା ଅନ୍ୟ କାହା ଦ୍ବାରା ପ୍ରରୋଚିତ ଦୁର୍ବୃତ୍ତ ଏମିତି କରିଛନ୍ତି। କଂଗ୍ରେସ ଉତ୍ଥାନ କରୁଥିବା ଦେଖି କିଛି ଅହଂକାରୀ ଏଭଳି କରୁଥିବେ। ଏମିତି କେତେ ଆସିଛନ୍ତି, ଯାଇଛନ୍ତି । ସେସବୁ ଖାତିର୍ କରେନି । କଂଗ୍ରେସକୁ ଦୁର୍ବଳ କରିବାକୁ ଉଦ୍ୟମ କରୁଥିବା ଶକ୍ତିକୁ ବରଦାସ୍ତ କରିବୁନି ବୋଲି ଶରତ କହିଛନ୍ତି।ଖବର ଅନୁଯାୟୀ, ଚଳିତ ନିର୍ବାଚନକରେ କଂଗ୍ରେସ ମାତ୍ର ୧୪ ଆସନ ଜିତିବାରେ ସଫଳ ହୋଇଥିଲା । ଏହାପରେ କଂଗ୍ରେସରେ ବିରୋଧ ଦେଖିବାକୁ ମିଳିଥିଲା । ଏପରିକି ଟିକେଟ୍ ବଣ୍ଟନକୁ ନେଇ ମଧ୍ୟ କଂଗ୍ରେସରେ ଅସନ୍ତୋଷ ଦେଖିବାକୁ ମିଳିଥିଲା । ଟିକେଟ୍ ବଣ୍ଟନରେ ଘୋଟାଲା ହୋଇଥିବା ନେଇ ସିଧାସଳଖ ଶରତ ପଟ୍ଟନାୟକଙ୍କୁ ଘେରିଥିଲେ କିଛି କଂଗ୍ରେସ କର୍ମୀ ।