Search for:
  • Home/
  • ରାଜ୍ୟ/
  • ଜାଲି, ନକଲି ଓ ମିଛ ସରକାରୀ ପ୍ରାୟୋଜିତ ଏକ୍‌ଜିଟ୍ ପୋଲ : କଂଗ୍ରେସ

ଜାଲି, ନକଲି ଓ ମିଛ ସରକାରୀ ପ୍ରାୟୋଜିତ ଏକ୍‌ଜିଟ୍ ପୋଲ : କଂଗ୍ରେସ

Spread the love

Loading

ଜାଲି, ନକଲି ଓ ମିଛ ସରକାରୀ ପ୍ରାୟୋଜିତ ଏକ୍‌ଜିଟ୍ ପୋଲ : କଂଗ୍ରେସ
ଭାରତ ବର୍ଷର ଜନତା ଭୋଟ ମାଧ୍ୟମରେ ମୋଦୀଙ୍କୁ ଏକ୍‌ଜିଟ୍ ଡୋର ଦେଖାଇଛନ୍ତି : ଡ. ବିଶ୍ୱରଞ୍ଜନ ମହାନ୍ତି
ଭୁବନେଶ୍ୱର, ତା. ୦୩/୦୬ ରିଖ : ସାରା ଦେଶରେ ଭୋଟ ଗ୍ରହଣ ସରିବା ପରେ କିଛି ନିର୍ଦ୍ଧିଷ୍ଟ ସଂସ୍ଥାମାନଙ୍କ ଦ୍ୱାରା ଦେଶବାସୀଙ୍କ ଜନମତକୁ ଭ୍ରମିତ କରିବା ଉଦ୍ୟେଶରେ ଏକ ଜାଲି, ନକଲି ଓ ମିଛ ସରକାରୀ ପ୍ରାୟୋଜିତ ଏକ୍‌ଜିଟ୍ ପୋଲ ପ୍ରସ୍ତୁତ କରି କଂଗ୍ରେସ ଦଳ ଓ ଇଣ୍ଡିଆ ମେଂଟର ନେତା ଓ କାର୍ଯ୍ୟକର୍ତାଙ୍କ ମନୋବଳକୁ ଦୁର୍ବଳ କରିବା ଉଦ୍ଦ୍ୟେଶରେ କରାଯାଇଛି ବୋଲି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଏକ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପିସିସି ଗଣମାଧ୍ୟମ ଓ ଯୋଗାଯୋଗ ବିଭାଗର ଅଧ୍ୟକ୍ଷ ଡ. ବିଶ୍ୱରଞ୍ଜନ ମହାନ୍ତି କହିଛନ୍ତି ।
ଡ. ମହାନ୍ତି ଆହୁରି ମଧ୍ୟ କହିଛନ୍ତି ଯେ ଗତ ୧୦ ବର୍ଷ ଧରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜନତାଙ୍କ ପ୍ରତି ଯେଉଁ ଧୋକା ଓ ଅନ୍ୟାୟ କରିଛନ୍ତି ତାହାର ପ୍ରତିଫଳନ ସମଗ୍ର ଦେଶବାସୀଙ୍କ ଉପରେ ପଡ଼ିଛି । ଦେଶର ଯୁବ ସମାଜ, ମହିଳା, ଶ୍ରମିକ ଓ କୃଷକ ବର୍ଗଙ୍କ ସମେତ ଦଳିତ, ଆଦିବାସୀ ଓ ପଛୁଆବର୍ଗମାନଙ୍କ ପ୍ରତି ହେଉଥିବା ଅନ୍ୟାୟ, ଉତ୍କଟ ବେରୋଜଗାରୀ ସମସ୍ୟା, ଦରଦାମ ବୃଦ୍ଧି ଆଦି ଅନେକ ସମସ୍ୟାର ଜବାବ ଜନତା ଭୋଟ ଦ୍ୱାରା ଦେଇଛନ୍ତି । ମୋଦୀ ସରକାର କେବଳ ଜୁମଲା ବର୍ଷା କରିବା ସହ ମିଥ୍ୟା ପ୍ରତିଶ୍ରୁତିର ବନ୍ୟା କରିଛନ୍ତି ଯାହା ଜନତାଙ୍କ ନିକଟରେ ଉଜାଗର ହୋଇଛି । ଆସନ୍ତାକାଲି ସଂନ୍ଧ୍ୟା ସୁଧା ନରେନ୍ଦ୍ର ମୋଦୀ ବିଦାୟୀ ପ୍ରଧାନମନ୍ତ୍ରୀ ହେବେ । ଏ ସମସ୍ତ ଚିତ୍ରରୁ ଧ୍ୟାନ ହଟାଇବା ପାଇଁ ସରକାରଙ୍କ ଦ୍ୱାରା ପ୍ରାୟୋଜିତ ଏକ୍‌ଜିଟ୍ ପୋଲ୍ ଜରିଆରେ ଦେଶରେ ଏକ ମାହୋଲ ବନାଇବା ପାଇଁ ଯେଉଁ ଅପଚେଷ୍ଟା କରାଯାଉଛି ଏହାର ଅସଲମୁଖା ଆସନ୍ତାକାଲି ଖୋଲିବ । ବିଗତ ୨୦୦୪ ସାଧାରଣ ନିର୍ବାଚନ ପୂର୍ବରୁ ମଧ୍ୟ ଏନ୍‌.ଡ଼ି.ଏ ସରକାର ଆସିବାର ଆକଳନ କରାଯାଇଥିଲା । କିନ୍ତୁ ଏହାକୁ ଭୁଲ୍ ପ୍ରମାଣିତ କରି କଂଗ୍ରେସ ନେତୃତ୍ୱାଧିନ ୟୁପିଏ ସରକାର ଜନତାଙ୍କ ଆଶିର୍ବାଦ ପାଇଁ ସରକାର ଗଢ଼ିଥିଲା । ଏହିପରି ଅନେକ ରାଜ୍ୟରେ ମଧ୍ୟ ଏକ୍‌ଜିଟ୍ ପୋଲ୍ ଭୁଲ୍ ପ୍ରମାଣିତ ହେବାର ନଜିର ରହିଛି ।
ଏହି ପୋଲ୍ କରି ବିରୋଧି ଦଳର ନେତା, କର୍ମୀ ଓ କାଉଂଟିଙ୍ଗ ଏଜେଂଟ ମାନଙ୍କ ମନୋବଳକୁ ଦୁର୍ବଳ କରି ଭୋଟ୍ ଗଣତି ଦିନ ଚାପରେ ରଖିବା ପାଇଁ ଏହା ହେଉଛି ସୁଚିନ୍ତିତ ଷଡ଼ଯନ୍ତ୍ର । ଗୃହମନ୍ତ୍ରୀ ଅମୀତ ଶାହା ୧୫୦ ଟି ଜିଲ୍ଲାପାଳଙ୍କୁ ଫୋନ କରି ଫଳାଫଳକୁ ପ୍ରଭାବିତ କରିବା ପାଇଁ ଯେଉଁ ଅପଚେଷ୍ଟା ଚଳାଇଛନ୍ତି ତାହା ଗଣତନ୍ତ୍ର ପାଇଁ ଶୁଭଙ୍ଗର ନୁହେଁ । ଜନତାଙ୍କ ଏକ୍‌ଜିଟ୍ ପୋଲ୍ ଇଣ୍ଡିଆ ମେଂଟ ସପକ୍ଷରେ ରହିଛି, ଆପଣମାନେ ଦେଖିବେ ୨୯୫ + ସିଟ୍‌ରେ ବିଜୟ ହୋଇ ଇଣ୍ଡିଆ ମେଂଟର ସରକାର ହେବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ଡ. ମହାନ୍ତି ।
ପରିଶେଷରେ ରାଜ୍ୟରେ ସମସ୍ତ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଇ କଂଗ୍ରେସର ଓଡ଼ିଆ ଅସ୍ମିତା ଲଢ଼େଇ, ଜନତାଙ୍କ ନ୍ୟାୟ ପାଇଁ ଲଢ଼େଇ ଓ ରାଜ୍ୟରେ ପ୍ରସଙ୍ଗ ଭିତିକ ଲଢ଼େଇରେ ଗଣମାଧ୍ୟମର ଅକୁଣ୍ଠ ସହଯୋଗ ପାଇଁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଧନ୍ୟବାଦ ଜଣାଇଥିଲେ ଡ. ମହାନ୍ତି ।
ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ପିସିସି ବରିଷ୍ଠ ଉପସଭାପତି ଶିବାନନ୍ଦ ରାୟ, ସାଧାରଣ ସମ୍ପାଦକ ତରୁଣକାନ୍ତି ମିଶ୍ର, ପିସିସି ମୁଖପାତ୍ର ମନୋରଞ୍ଜନ ଦାଶ, ପ୍ରଶାନ୍ତ ଶତପଥି, ଡ. ସ୍ମୃତିରଞ୍ଜନ ଲେଙ୍କା ଓ ଜୟଶ୍ରୀ ପାତ୍ର ଉପସ୍ଥିତ ଥିଲେ ।

Leave A Comment

All fields marked with an asterisk (*) are required