ବିଜେପି ଛାଡ଼ି କଂଗ୍ରେସରେ ଯୋଗଦେଲେ ପୂର୍ବତନ ଜିଲ୍ଲା ପରିଷଦ ପ୍ରାର୍ଥୀନୀ
ବିଜେପି ଛାଡ଼ି କଂଗ୍ରେସରେ ଯୋଗଦେଲେ ପୂର୍ବତନ ଜିଲ୍ଲା ପରିଷଦ ପ୍ରାର୍ଥୀନୀ
ଭୁବନେଶ୍ୱର, ତା. ୧୩.୦୫ : କଂଗ୍ରେସ ବଳର ନୀତି ଓ ଆଦର୍ଶରେ ରାହୁଲ ଗାନ୍ଧୀଙ୍କ ନ୍ୟାୟ ଯାତ୍ରାରେ ଅନୁପ୍ରାଣିତ ହୋଇ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକଙ୍କ ହାତମୁଠାକୁ ଟାଣ କରିବା ପାଇଁ ପୁରୀ ଜିଲ୍ଲା କାକଟପୁର ନିର୍ବାଚନ ମଣ୍ଡଳୀର ବିଜେପିର ଜୋନ-୧ ଜିଲ୍ଲା ପରିଷଦ ସଭ୍ୟା ପାର୍ଥୀନୀ ଶ୍ରୀମତୀ ମାନସୀ ସ୍ମାଇଁ କଂଗ୍ରେସ ଦଳରେ ସାମିଲ ହୋଇଛନ୍ତି । ଏହି ଉପଲକ୍ଷେ ଆଳି କଂଗ୍ରେସ ଭବନ ଠାରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ପ୍ରଦେଶ କଂଗ୍ରେସ କମିଟିର ଇସ୍ତାହାର କମିଟିର ଅଧ୍ୟକ୍ଷ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ପଂଚାନନ କାନୁନ୍ଗୋ, ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ମୁଖପାତ୍ର ମନୋରଞ୍ଜନ ଦାସ, ସାଧାରଣ ସମ୍ପାଦକ ତରୁଣକାନ୍ତ ମିଶ୍ର, ପୁରୀ ଜିଲ୍ଲା କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ବିନୋଦ ରାଉତ ଓ ସଂଖ୍ୟାଲଘୁ ନେତା ପ୍ରଫେସର ଅବଦୁଲ୍ ବାବୁ ପୁଷ୍ପଗୁଚ୍ଛ ଓ ଭିତରୀୟ ପ୍ରଦାନ କରି କଂଗ୍ରେସ ବଳରେ ଗ୍ରହଣ କରିନେଇଥିଲେ । ଶ୍ରୀମତୀଙ୍କ ସ୍ଵାଇଁ କଂଗ୍ରେସରେ ଯୋଗଦାନ କାକଟପୁର ଅଂଚଳରେ କଂଗ୍ରେସ ଦଳକୁ ମଜଭୁଜ କରିବ ବୋଲି ଶ୍ରୀ କାନୁନ୍ଗୋ ନିଜ ପ୍ରତିକ୍ରିୟାରେ କହିଥିଲେ । ଶ୍ରୀମତୀ ସ୍ବାଇଁ କଂଗ୍ରେସ ଦଳରେ ଏଯୋଗଦାନ ପରେ ପିସିସି ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକ ଓ ପୂର୍ବତନ ପିସିସି ଉପସଭାପତି ତଥା କାକଟପୁର ମାଟିର କଂଗ୍ରେସ ବିଧାୟକ ପ୍ରାର୍ଥୀ ବିଶ୍ୱଭୂଷଣ ବାସଙ୍କୁ କୃତଜ୍ଞତା ଜଣାଇବା ସହ ଶ୍ରୀଯୁକ୍ତ ଦାସଙ୍କୁ ଚଳିତ ନିର୍ବାଚନରେ ସଂପୂର୍ଣ୍ଣ ସହଯୋଗ କରିବେ ବୋଲି କହିଥିଲେ ।