Search for:
  • Home/
  • ରାଜ୍ୟ/
  • କଂଗ୍ରେସରୁ ଇସ୍ତଫା ଦେଲେ ନୟାପଲ୍ଲୀର ଯୁବନେତା ଦେବବ୍ରତ ମହାନ୍ତି

କଂଗ୍ରେସରୁ ଇସ୍ତଫା ଦେଲେ ନୟାପଲ୍ଲୀର ଯୁବନେତା ଦେବବ୍ରତ ମହାନ୍ତି

Spread the love

Loading

କଂଗ୍ରେସରୁ ଇସ୍ତଫା ଦେଲେ ନୟାପଲ୍ଲୀର ଯୁବନେତା ଦେବବ୍ରତ ମହାନ୍ତି

ଭୁବନେଶ୍ୱର:୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଭୁବନେଶ୍ବର ନୟାପଲ୍ଲୀ ଅଞ୍ଚଳର ଜଣାଶୁଣା ଯୁବ ନେତା ଦେବବ୍ରତ ମହାନ୍ତି କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି. ଭୁବନେଶ୍ଵରର ଜଣେ ଆଗ ଧାଡିର କଂଗ୍ରେସ କର୍ମୀ ଭାବେ ଦୀର୍ଘ ୮ ବର୍ଷ ଧରି କଂଗ୍ରେସକୁ ସଂଗଠିତ କରିବା ନିମନ୍ତେ କାର୍ଯ୍ୟ କରି ଆସୁଥିଲେ.ପୂର୍ବରୁ ଛାତ୍ର କଂଗ୍ରେସ ରାଜ୍ୟ ସମ୍ପାଦକ, ଭୁବନେଶ୍ଵର କଂଗ୍ରେସ ଜିଲ୍ଲା ସମ୍ପାଦକ ସହ ରାଜ୍ୟ ଯୁବ କଂଗ୍ରେସର ଯୁଗ୍ମ ସମ୍ପାଦକ ଭାବେ ବିଭିନ୍ନ ପଦପଦବୀ ରହି ସଂଗଠନ ଦାୟିତ୍ବ ତୁଲାଇ ଅସୁଥୀଲେ,ଓଡିଶାର ରାଜଧାନୀ ଭୁବନେଶ୍ବର ହୋଇଥିଲେ ମଧ୍ଯ ପ୍ରଦେଶ କଂଗ୍ରେସ କମିଟି ଭୁବନେଶ୍ଵରରେ କଂଗ୍ରେସ କିପରି ସଂଗଠିତ ହେବ ସେଥିନେଇ ଧ୍ୟାନ ଦେଉନାହିଁ କି ଗୁରୁତ୍ବ ଦେଉ ନାହିଁ ତା ସହ ଭୁବନେଶ୍ବର ଜିଲ୍ଲା କଂଗ୍ରେସ କମିଟି ୱାର୍ଡସ୍ତରରେ କିଛି ସାଗଠନିକ କାର୍ଯ୍ୟକ୍ରମ କରୁନାହିଁ କି କିପରି ସଂଗଠନ ମଜଭୁତ ହୋଇପାରିବ ସେଥିନେଇ ଆନ୍ତରିକତା ଦେଖାଉ ନାହିଁ ଯାହା ଫଳରେ ଯୁବ ନେତା ଦେବବ୍ରତ ମହାନ୍ତି ଅତିଷ୍ଠ ହୋଇ ଆଜି ଏହି କଠୋର ନିଷ୍ପତ୍ତି ନେଇଛନ୍ତି ବୋଲି ଜଣାଇଛନ୍ତି .ସେ ତାଙ୍କ ଇସ୍ତଫା ପତ୍ର ପିସିସି ସଭାପତିଙ୍କୁ ମେଲ ଯୋଗେ ପଠାଇବା ସହ ଭୁବନେଶ୍ବର ସାଂଗଠନିକ ଜିଲ୍ଲାକୁ ଗୁରୁତ୍ବ ଦେବା ସହ ଭୁବନେଶ୍ୱରରେ କଂଗ୍ରେସକୁ ମଜଭୁତ କରିବା ନିମନ୍ତେ ଉଚିତ ପଦକ୍ଷେପ ନେବା ପାଇଁ ଅନୁରୋଧ ମଧ୍ୟ କରିଛନ୍ତି.

Leave A Comment

All fields marked with an asterisk (*) are required