ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନା:କଂଗ୍ରେସ
ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନା- ସାମ୍ବାଦିକ ସମ୍ମିଳନୀ
ଗତ ସେପ୍ଟେମ୍ବର ୧୭ ତାରିଖ ରବିବାର ଦିନ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ଏବଂ ଅନ୍ୟ ରାଜ୍ୟ ମାନଙ୍କରେ ଅନ୍ୟ
ମନ୍ତ୍ରୀମାନଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀ ବିଶ୍ୱକର୍ମାର ସ୍କିମ୍ ଶୁଭାରମ୍ଭ କରାଯାଇଛି । ଏହା ଏକ ସେଣ୍ଟାଲ ସେକ୍ଟର
ସ୍କିମ୍ ରୂପେ ସମ୍ପୂର୍ଣ୍ଣ ଭାରତ ସରକାରଙ୍କ ଅନୁଦାନରେ କାର୍ଯ୍ୟକାରୀ ହେବ ।ଏଥିରେ ପାଂଚବର୍ଷ ପାଇଁ
୧୩,୦୦୦ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି । ଯଦିଓ ସ୍କିମର ଶୁଭାରମ୍ଭ ପ୍ରଧାନମନ୍ତ୍ରୀ ଏବଂ ଅନ୍ୟ
ଆମନ୍ତ୍ରୀତ ମାନଙ୍କ ଦ୍ୱାରା ସେପ୍ଟେମ୍ବର ମାସ ୧୭ ତାରିଖ ଦିନ ହେଲା ଏହାର ପ୍ରଚାର ପ୍ରସାର ଅଗଷ୍ଟ ୧୫ ତାରିଖ
ଠାରୁ ଆରମ୍ଭ ହୋଇ ଯାଇଛି । ବିଭିନ୍ନ ରାଜ୍ୟରୁ କାରିଗର ମାନଙ୍କୁ ସରକାରୀ ଖର୍ଚ୍ଚରେ ଦିଲ୍ଲୀ
ଅଣାଯାଇଥିôଲା ପ୍ରଧାନମନ୍ତ୍ରୀଙ୍କ ଭାଷଣ ଶୁଣିବାକୁ ୧୭ ତାରିଖ ଦିନ ପ୍ରତି ରାଜ୍ୟର ବିଭିନ୍ନ ଯାଗରେ
ଆୟୋଜିତ ଏବଂ ଦିଲ୍ଲୀରେ ଆୟୋଜିତ କାର୍ଯ୍ୟକ୍ରମରେ ମଧ୍ୟ କାରିବର ମାନଙ୍କୁ ସରକାରୀ ଖର୍ଚ୍ଚରେ
ଅଣାଯାଇ ବିପୁଳ ସରକାରୀ ଅର୍ଥ ଖର୍ଚ୍ଚ କରାଯାଇଛି । ଏହି ସ୍କିମ ଶୁଭାରମ୍ଭରେ ଯେଉଁ ବିପୁଳ ଅର୍ଥ ବ୍ୟୟ
କରାଗଲା କେତେଲୋକ ଏହି ସ୍କିମ ଜାଣିଲେ ଜଣାନାହିଁ କିନ୍ତୁ ସେତିକି ଟଙ୍କ ଯଦି ସେହି କାରିଗର ମାନଙ୍କ
ଭିତରେ ବାଂଟି ଦିଆଯାଇଥାନ୍ତା ତେବେ ସେ ସ୍କିମ ତାଙ୍କର ବେଶୀ ମନେ ରହିଥାନ୍ତା ।
ଏମତିକା ସ୍କିମ ଆଗରୁ ମଧ୍ୟ ଥିଲା । ଯେମିତି ୧୯୭୮ ମସିହାରେ ସେତେବେଳର ଜନତା ସରକାର
ସମନ୍ୱିତ ଗ୍ରାମୀଣ ବିକାଶ କାର୍ଯ୍ୟକ୍ରମ (ଓଜଊଚ) ଆରମ୍ଭ କଲେ । ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଳା ଦାରିଦ୍ର
ସୀମାରେଖା ତଳେ ରହୁଥିବା ପରିବାରମାନଙ୍କୁ ସେମାନଙ୍କର ଜୀବନ ଅବସ୍ଥା ଉନ୍ନତ କରିବାରେ ସାହାଯ୍ୟ
କରିବା । ସ୍ୱରୋଜଗାର ପାଇଁ ଗ୍ରାମୀଣ ଯୁବକମାନଙ୍କର ତାଲିମ (ଞଜଟଝଋଗ) ଯୋଜନାଟି ୧୯୭୯ ରେ ଏକ
ପୃଥକ ଜାତୀୟ ଯୋଜନା ଭାବରେ ଆରମ୍ଭ କରାଯାଇଥିଲା । ଞଜଟଝଋଗ ର ମୂଳ ଉଦ୍ଦେଶ୍ୟଗୁଡ଼ିକ ଥିଲା:
ବିଭିନ୍ନ ବାଣିଜ୍ୟ ଏବଂ ବୃତିରେ ଗ୍ରାମୀଣ ଯୁବକମାନଙ୍କୁ ଦକ୍ଷତା ତାଲିମ ପ୍ରଦାନ କରିବା, ଗ୍ରାମୀଣ
ଯୁବକମାନଙ୍କୁ ସେମାନଙ୍କର ନିଜସ୍ୱ ଉଦ୍ୟୋଗ ପ୍ରତିଷ୍ଠା ଏବଂ ଆତ୍ମନିର୍ଭରଶୀଳ ହେବାରେ ସାହ୍ୟା କରିବା,
ଉଦ୍ୟୋଗୀତାକୁ ପ୍ରୋତ୍ସାହିତ କରିବା ଏବଂ ଗ୍ରାମାଂଚଳରେ କ୍ଷୁଦ୍ର ଶିଳ୍ପଗୁଡ଼ିକର ଅଭିବୃଦ୍ଧିକୁ
ଉତ୍ସାହିତ କରିବା, ଗ୍ରାମାଂଚଳରେ ନିଯୁକ୍ତି ସୁଯୋଗ ସୃଷ୍ଟି କରି ଗ୍ରାମାଂଚଳ-ସହରୀ ସ୍ଥାନ୍ତରଣକୁ ହ୍ରାସ
କରିବା ।
୧୯୯୯ ମସିହାରେ ଭାରତ ସରକାରଙ୍କର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ୬ଟି ଯୋଜନା ଯଥା ସମନ୍ୱିତ
ଗ୍ରାମୀଣ ବିକାଶ କାର୍ଯ୍ୟକ୍ରମ (ଓଜଊଚ) / ସ୍ୱୟଂ ରୋଜଗାର ପାଇଁ ଗ୍ରାମୀଣ ଯୁବକମାନଙ୍କର ତାଲିକ
(ଞଜଣଝଋଗ) / ଗ୍ରାମୀଣ ଅଂଚଳରେ ମହିଳା ଏବଂ ଶିଶୁମାନଙ୍କର ବିକାଶ (ଊଡଉଜଇ) ଗ୍ରାମୀଣ
କାରିଗରମାନଙ୍କୁ ଉନ୍ନତ ସାଧନ ଯୋଗାଣ (ଝଓଞଜଇ) / ଗଙ୍ଗା କଲ୍ୟାଣ ଯୋଜନା (ଝକଣ) / ମିଲିୟନ ୱେଲ୍ସ
ସ୍କିମ (ଗଡଝ) ଯୋଜନା ଗୁଡ଼ିକ ପୁନର୍ଗଡ଼ କରି ସ୍ୱର୍ଣ୍ଣଜୟନ୍ତୀ ରାଜସ୍ୱ ରୋଜଗାର ଯୋଜନା (ଝଏଝଣ)
ନାମକ ଏକ ନୂତନ କାର୍ଯ୍ୟକ୍ରମ ଆରମ୍ଭ କଲେ ।
ପୂର୍ବରୁ ଯେଉଁସବୁ ସ୍କିମ ଥିଲା ତାଠାରୁ ଏହା କଣ ବଭିନ୍ନ ନା ନୂଆ ବୋତଲରେ ପୁରୁଣା
ଜିନିଷ?
ପିଏମ ବିଶ୍ୱକର୍ମା ସ୍କିମକୁ ଏକ ସାମଗ୍ରିକ ଯୋଜନା ହିସାବରେ ପ୍ରୋଜେକ୍ଟ କରାଯାଇଛି
ଯାହା କାରିଗରମାନଙ୍କୁ ପିଏମ ବିଶ୍ୱକର୍ମା ସାର୍ଟିଫିକେଟ ଏବଂ ଆଇଡି କାର୍ଡ ପ୍ରଦାନ କରିବ,
ସେମାନଙ୍କର ଦକ୍ଷତା ବିକାଶ କରିବ, ଯୁଲ୍ଲିଟ ପ୍ରୋତ୍ସାହନ ଦେବ, ଋଣ, ସୁବିଧା, ଡିଜିଟାଲ କାରବାର ପାଇଁ
ପ୍ରୋତ୍ସାହନ ଏବଂ ମାର୍କେଟିଂ ସହାୟତା ଯୋଗାଇଦେବାର ବ୍ୟବସ୍ଥା ରହିଛି । କିନ୍ତୁ ପ୍ରକୃତରେ ଏହି ସ୍କିମ
ମାଧ୍ୟମରେ ରାଜନୈତିକ ଫାଇଦା ଉଦ୍ଦେଶ୍ୟରେ ଛଡ଼ାଯାଇଛି ଯାହାକି ପରେ ବିସ୍ତୃତ ହୋଇଛି ।
ପ୍ରାରମ୍ଭରେ ୧୮ ପ୍ରକାର ପାରମ୍ପରିକ ବାଣିଜ୍ୟଗୁଡ଼ିକରେ ନିୟୋଜିତ କାରିଗରମାନଙ୍କୁ
ସୁବିଧା ଯୋଗାଇବା ପାଇଁ ପ୍ରଧାମନ୍ତ୍ରୀ ବିଶ୍ୱକର୍ମା ସ୍କିମ ଅଧିନରେ ଅନ୍ତର୍ଭୁକ୍ତ ହେବ । ସେଗୁଡ଼ିକ ହେଲା
ବଢେ଼ଇ, ଡଙ୍ଗା ନିର୍ମାତା, ସୁନା କାରିଗର (ବଣିଆ), ଅସ୍ତ୍ରକାର, କମାର, ହାମର ଏବଂ ଟୁଲ୍ କିଟ୍
ମେକର, ଲକସ୍ମିଟ (ତଳ ତିଆରି), ଶିଳ୍ପୀ, କୁମ୍ଭାର, କୋବଲର୍, ରାଜମିସ୍ତ୍ରୀ, ଟୋକେଇ / ମ୍ୟାଟ୍ / ବ୍ରମ୍
ମେକର୍ / କତା ବୁଣାକାର, ପାରମ୍ପରିକ କଣ୍ଢେଇ କାରିଗର, ଭଣ୍ଡାରୀ, ଗାର୍ଲାଣ୍ଡ ମେକ୍ର, ୱାଶରମନ୍ୟାନ
(ଧୋବି) ।
ପିଏମ ବିଶ୍ୱକର୍ମା ହେଉଛି ଏକ ସାମଗ୍ରିକ ଯୋଜନା ଯାହା କାରିଗରମାନଙ୍କୁ ପିଏମ
ବିଶ୍ୱକର୍ମା ସାର୍ଟିଫିକେଟ ଏବଂ ଆଇଡି କାର୍ଡ ପ୍ରଦାନ କରିବ, ସେମାନଙ୍କର ଦକ୍ଷତା ବିକାଶ କରିବ,
ଟୁଲ୍ଲିଟ ପ୍ରୋତ୍ସାହନ ଦେବ, ଋଣ ସୁବିଧା, ଡିଜିଟାଲ୍ କାରବାର ପାଇଁ ପ୍ରୋତ୍ସାହନ ଏବଂ ମାର୍କେଟିଂ
ସହାୟତା ଯୋଗାଇଦେବାର ବ୍ୟବସ୍ଥା ରହିଛି ।
୧୫୦୦୦ ଟଙ୍କା ପର୍ଯ୍ୟନ୍ତ ଏକ ସୁଲ୍ଲିଟ ପ୍ରୋତ୍ସାହନ ଦେବାର ବ୍ୟବସ୍ଥା ଅଛି । ସେମାନଙ୍କର ସ୍କିଲ୍
ମୂଲ୍ୟାଙ୍କନ ପରେ ହିତାଧିକାରୀଙ୍କୁ ଏହା ପ୍ରଦାନ କରାଯିବ । ପାରମ୍ପରିକ କାରିଗରମାନଙ୍କୁ ସହାୟତା
କରିବାକୁ,ଏହି ଯୋଜନା ଅଧୀନରେ ସୁଲଭ ଋଣ ପାଇବାର ବ୍ୟବସ୍ଥା ରଖା ଯାଇଛି । ଏହି ଯୋଜନା
ଅଧୀନରେ ହିତାଧିକାରୀ ମାନଙ୍କର ତାଲିମ ଏବଂ ସ୍କିଲ ମୂଲ୍ୟାଙ୍କନ ପରେ ଏହି ଯୋଜନା ଅଧୀନରେ
ହିତାଧିକାରୀ ମାନଙ୍କର ତାଲିମ୍ ଏବଂ ସ୍କିଲ ମୂଲ୍ୟାଙ୍କନ ପରେ ଏହି ଯୋଜନା ଅଧୀନରେ ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ
ଋଣ ସହାୟତା ପାଇବାକୁ ଯୋଗ୍ୟ ବିବେଚିତ ହେବେ । ବ୍ୟାଙ୍କ ଋଣ ଉପରେ ୧୩% ସୁଧ ଆଦାୟ କରିବା
ସେଥିରୁ ହିତାଧିକାରୀ ୫% ବହନ କରିବେ ଏବଂ ସରକାର ୮% ବହନ କରିବେ । ଏହା ବ୍ୟତୀତ ଏହି ସ୍କିମରେ
ଏଂଟରପ୍ରାଇଜ୍ ବିକାଶ ଋଣ ସହାୟତା ମାଧ୍ୟମରେ ୩ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମିଳିବାର ସୁବିଧା ଅଛି । ପ୍ରଥମ
କିସ୍ତି ଏକଲକ୍ଷ ଏବଂ ଦ୍ୱିତୀୟ କିସ୍ତି ଦୁଇଲକ୍ଷ ଟଙ୍କା ।
ଗଝଊଋ (ଗସଦ୍ଭସଗ୍ଦଗ୍ଧକ୍ସଚ୍ଚ କ୍ଟଲ ଝଳସକ୍ଷକ୍ଷ ଊରଙ୍ଖରକ୍ଷକ୍ଟକ୍ଟ୍ରଜ୍ଞରଦ୍ଭଗ୍ଧ ବଦ୍ଭୟ ଋଦ୍ଭଗ୍ଧକ୍ସରକ୍ଟ୍ରକ୍ସରଦ୍ଭରକ୍ସଗ୍ଦଷସକ୍ଟ୍ର) ଦ୍ୱାରା ପ୍ରଦାନ କରାଯାଉଥିବା ୫-୭
ଦିନ ବେସ୍ ଟ୍ରେନିଂ ସମାପ୍ତ ହୋଇ ନିର୍ଦ୍ଦିଷ୍ଟ ମାଇଲଖୁଂଟ ହାସଲ କଲେ ଏହି ଯୋଜନା ଅଧୀନରେ ଋଣ ବଂଟନ
ହେବ । ସେ ମାଇଲ ଖୁଂଟ କଣ? ସେଠାରେ ମୁଁହ ଦେଖି ପିଲାଙ୍କୁ ମାଇଲ ଖୁଂଟ ହାସଲ କରାଯିବ ନାହିଁତ?
ଗକ୍ଟଗଝଗଋ ସହିତ ଗଝଊଋ ଏବଂ ଊୠଝ ଏହି ଯୋଜନାର ସହ – କାର୍ଯ୍ୟନିର୍ବାହୀ ହେବ । ଗଝଊଋ,ଊୠଝ ଏବଂ
ସେମାନଙ୍କ ଘନିଷ୍ଠ ସମନ୍ୱୟରେ ଏହି କାର୍ଯ୍ୟ ନିର୍ବାହ ହେବ । ଏହି ଯୋଜନାର ସଫଳ ରୂପାୟନ ପାଇଁ ୯ଟି
ସଂଗଠନର ଭୂମିକା ନିର୍ଦ୍ଧାରଣ କରାଯାଇଛି । ତା ସହିତ ସତେ ଯେମିତି ଅନ୍ୟ ମନ୍ତ୍ରଣାଳୟର କାମ ନାହିଁ,
୧୨ଟି ମନ୍ତ୍ରଣାଳୟକୁ ଏହି ଯୋଜନା ସହିତ ଜଡ଼ିତ କରାଯାଇଛି । ଆମ ଓଡ଼ିଆରେ ଢ଼ଗ ଅଛି
ବେଶୀ ବିଲେଇରେ ମୂଷା ମରେ ନାହିଁ । ହିତାଧିକାରୀ ଚୟନ ସବୁ ଯୋଜନାର ମୁଖ୍ୟ ସମସ୍ୟା ହୋଇ ଆସିଛି
ଏହି ଯୋଜନାରେ ତ୍ରସ୍ଥରିୟ ଚୟନ ପ୍ରକ୍ରିୟା ହିତାଧିକାରୀ କେତେ ସଫଳତାର ସହ ଚୟନ କରିବ ଦେଖିବାର
ଅଛି । ହିତାଧିକାରୀଙ୍କ ପଞ୍ଜୀକରଣ ଏବଂ ଅନୁମୋଦନ କରାଯିବା ପାଇଁ ଗୋଟିଏ ତ୍ରସ୍ତରୟୀ ବ୍ୟବସ୍ଥା
ରଖା ଯାଇଛି । କାରିଗରମାନଙ୍କ ପାିଁ ସ୍କ୍ରିନିଂର ପ୍ରଥମ ପର୍ଯ୍ୟାୟରେ ଗାମ ପଂଚାୟତ / ଗ୍ରାମ ପରିଷଦର
ଅଧ୍ୟକ୍ଷା କିମ୍ବା ସହରୀ ସଂସ୍ଥାର କାର୍ଯ୍ୟନିର୍ବାହୀ ମୁଖ୍ୟଙ୍କ ମାଧ୍ୟମରେ ହେବ । ରାଜନୀତି ଏଠାରେ ଆରମ୍ଭ ହେବ ।
ତୃତୀୟ ପର୍ଯ୍ୟାୟରେ ସେହି ତାଲିକା କଲେକ୍ଟରଙ୍କ ନେତୃତ୍ୱରେ ଜିଲ୍ଲା କର୍ଯ୍ୟକାରିତା କମିଟିକୁ
ପ୍ରଦାନ କରାଯିବ । ବିକାଶ ଆୟୁକ୍ତ ଏମଏସଏମଇ ଙ୍କ ଫିଲ୍ଡ ଅଫିସର ଜଣେ ଅଧିକାରୀଙ୍କ ଅଧ୍ୟକ୍ଷାରେ ଗଠିତ
ସ୍କ୍ରିନିଂ କମିଟି ତାଲିକାରେ ଚୂଡ଼ାନ୍ତ ଅନୁମୋଦନ କରିବେ । ତାପରେ ହିତାଧିକାରୀଙ୍କୁ ବିଶ୍ୱକର୍ମା
ସାର୍ଟିଫିକେଟ ମଳିଲେ ସେମାନେ ଏହି ସ୍କିମ ଲାଭ ଉଠାଇ ପାରିବେ । ବିଶ୍ୱକର୍ମା ସାର୍ଟିଫିକେଟ
ପାଇବାପାଇଁ ତାର ଅବସ୍ଥା ଖରାପ ହୋଇଯିବ ଯୋଜନାର ଲାଭ କଣ ପାଇବେ?
ଯେଉଁସବୁ କାରିଗରଙ୍କୁ ଏହ ସ୍କିମରେ ଅନ୍ତର୍ଭୁକ୍ତ ହେବ ସେମାନେ ସମେସ୍ତ ପ୍ରାୟ ସେବା ଉଦ୍ୟଗ । ବଢେ଼ଇ,
କମାର, ବାରିକ ଗାଁ ମାନଙ୍କରେ ଯେଉଁ ସେବା ଦେଉଛନ୍ତି ତାର କଣ ବ୍ରାଣ୍ଡିଙ୍ଗ କରିବେ? ବ୍ରାଣ୍ଡିଙ୍ଗ ନାମରେ
ଅର୍ଥ ବ୍ୟୟ ହେବ କିନ୍ତୁ ତାର ସୁଫଳ ମଳିବ ନାହିଁ । ଯେଉଁ କାରିଗର ମାନଙ୍କୁ ଅଗଷ୍ଟ ୧୫ ପତାକା
ଉତୋଳନକୁ ନିଆ ଯାଇଥିଲା ସେମାନଙ୍କୁ କେବେ ପଚାର ଯାଇଛି କମ୍ବା କୌଣସି ସର୍ଭେ କରାଯାଇ
ତାଙ୍କର ସମସ୍ୟା ବୁଝା ଯାଇ ଏହି ସ୍କିମ କରାଯାଇଛି? ସେ ଯାହା ହେଉ ଟୁଲ କିଟ ପାଇଁ ୧୫ ହଜାର ଟଙ୍କା
ଏବଂ ଏକଲକ୍ଷ ଠାରୁ ୩ଲଲ ଟଙ୍କା ପର୍ଯ୍ୟନ୍ତ ଋଣ ବ୍ୟବସ୍ଥା ନିଶ୍ଚୟ ସ୍ୱାଗତ ଯୋଗ୍ୟ କିନ୍ତୁ ସ୍ୱଚ୍ଛତାର ସହ ଯୋଗ୍ୟ
ହିତାଧିକାରୀ ଚୟନ ଏବଂ ସମୟର ଋଣ ବ୍ୟବସ୍ଥା ନିଶ୍ଚୟ ସ୍ୱାଗତ ଯୋଗ୍ୟ କିନ୍ତୁ ସ୍ୱଚ୍ଛତାର ସହ ଯୋଗ୍ୟ
ହିତାଧିକାରୀ ଚୟନ ଏବଂ ସମୟରେ ଋଣ ପ୍ରଦାନ ଏବଂ ତାର ସୁବିନିଯୋଗ ମନରେ ପ୍ରଶ୍ନବାଚୀ ସୃଷ୍ଟିି
କରେ ।
ଯଥା ପ୍ରଧାନମନ୍ତ୍ରୀଙ୍କ ରୋଜଗାର ଯୋଜନା (ଚଗଜଣ) ଏବଂ ଗ୍ରାମୀଣ ନିଯୁକ୍ତି ଉତ୍ପାଦନ
କାର୍ଯ୍ୟକ୍ରମ (ଜଋଏଚ) ର ମିଶ୍ରଣ କରି ୨୦୦୮ ମସିହାରେ କଂଗ୍ରେସ ନେତୃତ୍ୱାଧୀନ ସରକାର ପ୍ରଧାନମନ୍ତ୍ରୀ
ରୋଜଗାର ସୃଜନ (ଚଗଋଏଚ) କାର୍ଯ୍ୟକ୍ରମ ମାଧ୍ୟମରେ ମାଇକ୍ରୋ ଉଦ୍ୟୋଗ ପ୍ରତିଷ୍ଠା କରି ନିଯୁକ୍ତି
ସୁଯୋଗ ସୃଷ୍ଟି ପାଇଁ ଆରମ୍ଭ କରିଥିଲେ । ୫୦ଲକ୍ଷ ରଣ ପାଇବାର ଚଗଋଏଚ ଯୋଜନାରେ ହିତାଧିକାରୀ ଚୟନ
ଗୋଟିଏ ସ୍ଥରରେ ହେଲାବେଳେ ଏହି ଏକ ଲକ୍ଷ ସ୍ମିମରେ ତ୍ରସ୍ଥରୀୟ ଚନୟ ବ୍ୟବସ୍ଥା କେତେଦୂର ଯଥାର୍ଥ ଏବଂ
ହିତାଧିକାରୀ କେତେ ଶୀଘ୍ର ଚୟନ ହେବ ତାକୁ ଦେଖିବାର ଅଛି । ସେତେବେଳେ ଏତେ ବ୍ୟୟ ବହୁଳ ପ୍ରଚାର
ପ୍ରସାର ହୋଇନଥିଲା । ଯଦି ଗୋଟିଏ ସ୍କିମ ଥିଲା ତେବେ ସେହି ଗ୍ରାମ ଶିଳ୍ପ ଉଦ୍ୟୋଗ ବିକାଶ ପାଇଁ୧୩୦୦
କୋଟି ଟଙ୍କା ପମ୍ପ କରାଯାଇଥାନ୍ତା ତେବେ ସ୍କିମ ଶୁଭାରମ୍ଭ ପାଇଁ ଧୁମଧଡ଼ାକା ରେ ଖର୍ଚ୍ଚ ଅର୍ଥ
ଯୁବକମାନଙ୍କ ପାଇଁ ଆତ୍ମନିର୍ଭରଶୀଳ ପାଇଁ ଖର୍ଚ୍ଚ କରାଯାଇ ପାରିଥାନ୍ତା ।
ରାଜ୍ୟରେ ଓଡ଼ିଶା କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକ ଓଡ଼ିଶାର ଯୁବପିଢ଼ିଙ୍କୁ
ରୋଜଗାରକ୍ଷମ କରାଇବା ପାଇଁ ରାଜ୍ୟ ସରକାରଙ୍କ ପାଖରେ ଦାବି କରି ଆସୁଛନ୍ତି । କଂଗ୍ରେସ କ୍ଷମତାକୁ
ଆସିଲେ ନୂତନ ସରକାର ଗୋଟିଏ ଅଭିନବ ସ୍କିମ ଆଣି ଯୁବପିଢ଼ିଙ୍କୁ ଅସୁବିଧା ମୁକ୍ତ ସେବା
ମାଧ୍ୟମରେ ସଶକ୍ତ କରିବା ପାଇଁ ୨୦୨୪ କଂଗ୍ରେସ ଇସ୍ତାହାର ତିଆରି କରିବାକୁ ଓଡ଼ିଶା କଂଗ୍ରେସ
ସଭାପତି ଶ୍ରୀ ଶଣତ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ତାହାର ପରିକଳ୍ପନା କଂଗ୍ରେସ ଇସ୍ତାହାରରେ ସ୍ଥାନ
ପାଇବ ।