Search for:
  • Home/
  • ରାଜ୍ୟ/
  • ଓଡ଼ିଶା ସରକାର ରାଜ୍ୟରେ ଅତିଶୀଘ୍ର ଜାତି ଜନଗଣନା କରନ୍ତୁ – ଶରତ ପଟ୍ଟନାୟକ

ଓଡ଼ିଶା ସରକାର ରାଜ୍ୟରେ ଅତିଶୀଘ୍ର ଜାତି ଜନଗଣନା କରନ୍ତୁ – ଶରତ ପଟ୍ଟନାୟକ

Spread the love

Loading

ଓଡ଼ିଶା ସରକାର ରାଜ୍ୟରେ ଅତିଶୀଘ୍ର ଜାତି ଜନଗଣନା କରନ୍ତୁ – ଶରତ ପଟ୍ଟନାୟକ

ଭୁବନେଶ୍ୱର ତା. ୪.୧୦- ରାଜ୍ୟ ସରକାର କାଳବିଳମ୍ବ ନକରି ଓଡ଼ିଶାରେ ଜାତିଭିତିକ ଜନଗଣନା ଅତିଶୀଘ୍ର କରନ୍ତୁ । ଦୀର୍ଘ ୨୩ ବର୍ଷର ନିରନ୍ତର ସରକାରର ରାଜ୍ୟରେ ଯେଉଁ ସାମଗ୍ରିକ ଏବଂ ସନ୍ତୁଳିତ ବିକାଶ ହେବା କଥା ତାହା ଆଜି କୌଣସି କ୍ଷେତ୍ରରେ ପରିଲକ୍ଷିତ ହେଉନାହିଁ । ସ୍ୱର୍ଣ୍ଣଗଭା ଓଡ଼ିଶାର ୩୦ ଲକ୍ଷରୁ ଅଧିକ ପରିବାର ଆଜି ଦାଦନ ଖଟିବାକୁ ଯାଉଛନ୍ତି । ଅନୁସୂଚିତ ଜାତି ଓ ଜନଜାତି ଏବଂ ପଛୁଆବର୍ଗଙ୍କର ବିକାଶ ଆବଶ୍ୟକ ମୁତାବକ ଆଜିପର୍ଯ୍ୟନ୍ତ ହୋଇପାରିଲା ନାହିଁ ।
ଓଡ଼ିଶାର ମୁଖ୍ୟମନ୍ତ୍ରୀ ୨୦୨୪ ମସିହା ସୁଧା ରାଜ୍ୟରେ ଜାତିଭିତିକ ଜନଗଣନା କରି ତାହାର ରିପୋର୍ଟକୁ ସର୍ବସାଧାରଣରେ ପ୍ରକାଶ କରନ୍ତୁ । ଯଦି ରାଜ୍ୟ ସରକାର ରାଜ୍ୟରେ ଜାତିଭିତିକ ଜନଗଣନା ନ କରନ୍ତି ତାହାଲେ କଂଗ୍ରେସ ରାଜ୍ୟରେ ୨୦୨୪ ମସିହାରେ କ୍ଷମତାକୁ ଫେରିଲେ ଜାତିଭିତିକ ଜନଗଣନା ନିଶ୍ଚିତ କରାଯିବ ବୋଲି ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକ ଆଜି ଏକ ପ୍ରେସ୍ ବିଜ୍ଞପ୍ତିରେ କହିଛନ୍ତି ।
ଶ୍ରୀ ପଟ୍ଟନାୟକ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି ଯେ ରାଜ୍ୟ ସରକାର ଅତିଶୀଘ୍ର ବିଧାନସଭାରେ ଏକ ସ୍ୱତନ୍ତ୍ର ଅଧିବେଶନ ଡକାଯାଉ ଏବଂ ଏହି ଅଧିବେଶନରେ ରାଜ୍ୟ ସରକାର ରାଜ୍ୟରେ ଜାତିଭିତିକ ଜନଗଣନା କରାଯିବ ବୋଲି ଏକ ସଂକଳ୍ପ ପ୍ରସ୍ତାବକୁ ପାରିତ କରନ୍ତୁ । ଆଜି ବିହାର ଯେଉଁଭଳି ଭାବରେ ଜାତିଭିତିକ ଜନଗଣନା କରି ତା’ର ରିପୋର୍ଟକୁ ସର୍ବସାଧାରଣରେ ପ୍ରକାଶ କଲା, ଠିକ୍ ଅନୁରୁପ ଭାବରେ ରାଜ୍ୟରେ ଏହି ପ୍ରକ୍ରିୟାକୁ ତୁରନ୍ତ କାର୍ଯ୍ୟକାରି କରାଯିବାକୁ ଶ୍ରୀ ପଟ୍ଟନାୟକ ଅତ୍ୟନ୍ତ ଗୁରୁତ୍ୱାରୋପ କରିବା ସହିତ ରାଜ୍ୟ ସରକାରଙ୍କୁ ଏ ପ୍ରସ୍ତାବ ଦେଇଛନ୍ତି ।
ଶ୍ରୀ ପଟ୍ଟନାୟକ ତାଙ୍କ ଉକ୍ତିରେ କହିଛନ୍ତି ଜାତିଭିତିକ ଜନଗଣନା କେବଳ କେଉଁ ଜାତିରେ କେତେ ଜନସଂଖ୍ୟା ଅଛନ୍ତି ଏହାର ମୂଳ ଉଦେଶ୍ୟ ନୁହେଁ । ମୂଳ ଉଦ୍ଦ୍ୟେଶ ହେଉଛି ଦୁଇ ଦଶନ୍ଧିରୁ ଅଧିକ ଦିନ ଧରି ଏକ ସରକାର ଥାଇ ମଧ୍ୟ ରାଜ୍ୟରେ କେଉଁ ନିର୍ଦ୍ଦିଷ୍ଟ ଜାତି ଓ ବର୍ଗ ବହୁ କ୍ଷେତ୍ରରେ ପଛରେ ରହିଯାଇଛନ୍ତି ଏବଂ ଏହାର ମୂଳକାରଣ କ’ଣ ତାକୁ ମଧ୍ୟ ଜାଣିବାର ଆବଶ୍ୟକତା ରହିଛି । ଏହି ନିର୍ଦ୍ଦିଷ୍ଟ ଜାତି ଏବଂ ବର୍ଗଙ୍କ ପାଇଁ କ’ଣ ସ୍ୱତନ୍ତ୍ର ଯୋଜନା ପ୍ରଣୟନ ଦ୍ୱାରା ରାଜ୍ୟର ସାମୂହିକ ବିକାଶ ହେବ, ରାଜ୍ୟର ମାନବ ସମ୍ବଳର ବିକାଶ ହେବ ଏବଂ ରାଜ୍ୟ ଭାରତ ବର୍ଷରେ ଏକ ଶ୍ରେଷ୍ଠ ବିକାଶିତ ରାଜ୍ୟ ହୋଇପାରିବ, ସେଥିପାଇଁ ଜାତିଭିତିକ ଜନଗଣନା ଅତ୍ୟନ୍ତ ଆବଶ୍ୟକ । ଯେଉଁଭଳି ଭାବରେ ବିହାରରେ ପଛୁଆବର୍ଗ ଏବଂ ଅତି ପଛୁଆ ବର୍ଗ ସବୁଦାୟ ଜନସଂଖ୍ୟାର ୬୩ ପ୍ରତିଶତ କିନ୍ତୁ ଓଡ଼ିଶାର ପଛୁଆବର୍ଗ ଓ ଅତି ପଛୁଆବର୍ଗଙ୍କ ସଂଖ୍ୟା ସମୂଦାୟ ଜନସଂଖ୍ୟାର କେତେ ତା’ର କୌଣସି ରାଜ୍ୟ ସରକାରଙ୍କ ପାଖରେ ନାହିଁ । ଏହାଦ୍ୱାରା ଆମେ ଏହି ବର୍ଗଙ୍କୁ ସାମାଜିକ ନ୍ୟାୟ ବ୍ୟବସ୍ଥାରେ ବାଦ୍ ହୋଇପଡ଼ୁଛନ୍ତି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି । ଜାତିଭିତିକ ଜନଗଣନା ବିନା ରାଜ୍ୟରେ ଥିବା ପଛୁଆବର୍ଗ ଏବଂ ପଛୁୂଆବର୍ଗଙ୍କ ଭିତରେ ଥିବା ବିଭିନ୍ନ ଅତିଗରିବ ପଛୁଆବର୍ଗଙ୍କୁ ଚିହ୍ନଟ କରାଯାଇପାରୁନାହିଁ । ରାଜ୍ୟରେ ପଛୁଆବର୍ଗ (ଓ.ବି.ସି) ଏବଂ ସାମାଜିକ ଓ ଅର୍ଥନୈତିକ ପଛୁଆବର୍ଗ (ଏସ୍‌.ଇ.ବି.ସି)ଙ୍କ ସଂଖ୍ୟା ପାଖାପାଖି ୫୪ ପ୍ରତିଶତ ବୋଲି ଅନୁମାନ କରାଯାଉଛି କିନ୍ତୁ ଅତ୍ୟନ୍ତ କ୍ଷୋଭ ଓ ନୈରାଶର କଥା ଯେ ରାଜ୍ୟ ସରକାର ରାଜ୍ୟରେ ପଛୁଆବର୍ଗ କମିଶନ ଗଠନ କରିଥିଲେ ଏବଂ ପଚୁଆବର୍ଗଙ୍କ ଜନଗଣନା କରିବା ପାଇଁ ଖୁବ୍ ଆତ୍ମ ପ୍ରଚାର କଲେ । ମାତ୍ର ଆଜି ପର୍ଯ୍ୟନ୍ତ ଏ ରିପୋର୍ଟଙ୍କୁ ପ୍ରକାଶ କରନ୍ତୁନାହିାଁନ୍ତି । ସବୁଠାରୁ ଅତ୍ୟନ୍ତ ହାସ୍ୟାସ୍ପଦ କଥା । ରାଜ୍ୟରେ ପଂଚାୟତ କାର୍ଯ୍ୟାଳୟରେ ବିଜ୍ଞପ୍ତି ଝୁଲାଇ ଦେଇ ଲୋକମାନଙ୍କୁ ନିଜ ପ୍ରମାଣ ପତ୍ର ଧରି ଆସି ଓବିସି ତାଲିକାରେ ଅନ୍ତର୍ଭୁକ୍ତ ପାଇଁ ନିର୍ଦ୍ଦେଶ ଦେଇ ବସିଗଲେ । କିନ୍ତୁ ପ୍ରକୃତରେ ଏହାକୁ ଆନ୍ତରିକତା ଏବଂ ନିର୍ଭୂଲ ଭାବରେ ଏହି ତାଲିକା ପ୍ରସ୍ତାତ କରାଗଲା ନହେିଁ । ଯେଉଁଥି ପାଇଁ ରାଜ୍ୟ ସରକାର ଏ ରିପୋର୍ଟକୁ ପ୍ରକାଶ କରୁନାହନ୍ତି ବୋଲି ଶ୍ରୀ ପଟ୍ଟନାୟକ କ୍ଷୋବର ସହ କହିଛନ୍ତି । ଶ୍ରୀ ପଟ୍ଟନାୟକ ରାଜ୍ୟ ସରକାରଙ୍କୁ ଅନୁରୋଧ କରି କହିଛନ୍ତି ଜାତିଭିତକ ଜନଗଣନା ପାଇଁ ଗୋଟିଏ ଦିନ ବିଧାନସଭାରେ ସ୍ୱତନ୍ତ୍ର ଅଧିବେଶନ ଡକାଇ ଏହାର ମୂଳରୂପରେଖା କ’ଣ ହେବ ଏବଂ କିଭଳି ଏହାକୁ କାର୍ଯ୍ୟକାରୀ କରାଯିବ ଏହାର ବିଷଦ ଆଲୋଚନା ବିଧାନସଭା ଭିତରେ କରି ପ୍ରସ୍ତାବ ପାରିତ କରନ୍ତୁ ଏବଂ ଘରକୁ ଘର ବୁଲି ଜାତି ଭିତିକ ଜନଗଣନା ନିର୍ଭୁଲ ଭାବରେ କରନ୍ତୁ ।

Leave A Comment

All fields marked with an asterisk (*) are required