ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ରାଜଧାନୀ ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ସମାରୋହରେ ପତାକା ଉତ୍ତୋଳନ ଓ ପରେଡ୍ ଅଭିବାଦନ ଗ୍ରହଣ କରିବେ ।
ଭୁବନେଶ୍ୱର:ରାଜ୍ୟ ଗୃହ ବିଭାଗ ପକ୍ଷରୁ ଜାରି ସୂଚନା ଅନୁସାରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ରାଜଧାନୀ ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ସମାରୋହରେ ପତାକା ଉତ୍ତୋଳନ ଓ ପରେଡ୍ ଅଭିବାଦନ ଗ୍ରହଣ କରିବେ । ସେହିପରି ମନ୍ତ୍ରୀ ଜଗନ୍ନାଥ ସାରକା- କନ୍ଧମାଳ, ନିରଞ୍ଜନ ପୂଜାରୀ- ପୁରୀ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ- କୋରାପୁଟ, ପ୍ରଦୀପ କୁମାର ଅମାତ- ଗଞ୍ଜାମ, ପ୍ରମିଳା ମଲ୍ଲିକ- ବରଗଡ଼, ଉଷା ଦେବୀ- ସମ୍ବଲପୁର, ପ୍ରଫୁଲ୍ଲ କୁମାର ମଲ୍ଲିକ- କେନ୍ଦୁଝର, ପ୍ରତାପ କେଶରୀ ଦେବ -ଅନୁଗୁଳ, ଅତନୁ ସବ୍ୟସାଚୀ ନାୟକ- ରାୟଗଡ଼ା, ଟୁକୁନି ସାହୁ- ଜଗତସିଂହପୁର, ଅଶୋକ ଚନ୍ଦ୍ର ପଣ୍ଡା-ବଲାଙ୍ଗିର, ରାଜେନ୍ଦ୍ର ଢ଼ୋଲକିଆ- ସୁନ୍ଦରଗଡ଼, ବିକ୍ରମ କେଶରୀ ଆରୁଖ- କଟକ, ସୁଦାମ ମାର୍ଣ୍ଡି- ବାଲେଶ୍ୱର, ଶାରଦା ପ୍ରସାଦ ନାୟକ- ଝାରସୁଗୁଡ଼ା, ଅଶ୍ୱିନୀ କୁମାର ପାତ୍ର- ମୟୂରଭଞ୍ଜ, ପ୍ରୀତିରଞ୍ଜନ ଘଡ଼ାଇ- କଳାହାଣ୍ଡି, ତୁଷାରକାନ୍ତି ବେହେରା-ମାଲକାନଗିରି, ରୀତା ସାହୁ- ସୋନପୁର ଓ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ- ଢେଙ୍କାନାଳ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ସମାରୋହରେ ଜାତୀୟପତାକା ଉତ୍ତୋଳନ ସହ ପରେଡ୍ ଅଭିବାଦନ ଗ୍ରହଣ କରିବେ