Search for:
  • Home/
  • ରାଜ୍ୟ/
  • ଲଜିଷ୍ଟିକ୍‌ରେ ମହିଳାଙ୍କ ଉପରେ ଗୁରୁତ୍ୱ ଦେବାର ସମୟ ଆସିଛି: ବାଣିଜ୍ୟ ସଚିବ

ଲଜିଷ୍ଟିକ୍‌ରେ ମହିଳାଙ୍କ ଉପରେ ଗୁରୁତ୍ୱ ଦେବାର ସମୟ ଆସିଛି: ବାଣିଜ୍ୟ ସଚିବ

Spread the love

Loading

ସିଆଇଆଇ ପକ୍ଷରୁ ଭୁବନେଶ୍ୱରରେ ଲଜିଷ୍ଟିକ୍ସ ସମ୍ମିଳନୀ ଆୟୋଜିତ

ଲଜିଷ୍ଟିକ୍ରେ ମହିଳାଙ୍କ ଉପରେ ଗୁରୁତ୍ୱ ଦେବାର ସମୟ ଆସିଛିବାଣିଜ୍ୟ ସଚିବ

  • ୨୦୨୫ ସୁଦ୍ଧା ଲଜିଷ୍ଟିକ କ୍ଷେତ୍ରରେ ୧.୨ ନିୟୁତ ନିଯୁକ୍ତି ସୃଷ୍ଟି ହେବ
  • ପିଏମ୍ ଗତି ଶକ୍ତି ଓ ସାଗରମାଳା ପ୍ରକଳ୍ପ ବନ୍ଦର କ୍ଷେତ୍ରର ଜୀବନ୍ୟାସ କରିଛି

ଭୁବନେଶ୍ୱର: ଲଜିଷ୍ଟିକ୍ କ୍ଷେତ୍ରରେ ମହିଳାମାନଙ୍କୁ ଅନ୍ତର୍ଭୁକ୍ତ କରିବା ଉପରେ ଓଡ଼ିଶା ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ ଶ୍ରୀମତୀ ଉଷା ପାଢ଼ୀ ଗୁରୁତ୍ୱାରୋପ କରିଛନ୍ତି । ମହିଳାମାନଙ୍କୁ ଯେତେବେଳେ କୌଣସି ପ୍ରକଳ୍ପରେ ସାମିଲ କରାଯାଏ ସେମାନେ ବହୁତ ସଫଳତା ହାସଲ କରିଥାନ୍ତି । ଇ-କମର୍ସ ସଂସ୍ଥାଗୁଡ଼ିକରେ ତାହାର ପ୍ରତିଫଳନ ଦେଖିବାକୁ ମିିଳିଛି । ବହୁ ଚାକିରିରେ ମହିଳାମାନେ ପୁରୁଷମାନଙ୍କ ତୁଳନାରେ ଭଲ କାମ କରୁଛନ୍ତି । ତେଣୁ ଲଜିଷ୍ଟିକ୍ କ୍ଷେତ୍ରକୁ କେବଳ ପୁରୁଷ ପ୍ରଧାନ କ୍ଷେତ୍ର ଭାବେ ବିଚାର ନକରି ସେଥିରେ ମହିଳାମାନଙ୍କୁ ସାମିଲ କରିବା ଉପରେ ଗୁରୁତ୍ୱାରୋପ କରିବାକୁ  ସେ ଆହ୍ୱାନ ଦେଇଛନ୍ତି ।

ଶୁକ୍ରବାର ଭୁବନେଶ୍ୱରରେ ଭାରତୀୟ ଶିଳ୍ପ ସଂଘ (ସିଆଇଆଇ)ର ଓଡ଼ିଶା ଚାପ୍ଟର ପକ୍ଷରୁ ଆୟୋଜିତ ଲଜିଷ୍ଟିକ୍ସ ସମ୍ମିଳନୀରେ ଅତିଥି ଭାବେ ଯୋଗ ଦେଇ ଛୋଟ ବଡ଼ ସବୁ ପ୍ରକାର ଶିଳ୍ପରେ ଉଚ୍ଚ ଲଜିଷ୍ଟିକ୍ ଖର୍ଚ୍ଚ କିଭଳି ବଜାର ଓ ଅଭିବୃଦ୍ଧିକୁ ପ୍ରଭାବିତ କରୁଛି ତାହା ଉପରେ ସେ ଆଲୋକପାତ କରିଥିଲେ । ଯଦି ଅଭିବୃଦ୍ଧି ପାଇଁ ଲଜିଷ୍ଟିକ୍ସକୁ ଏକ ଇଞ୍ଜିନ ଭାବେ ବିଚାର କରାଯିବ ତେବେ ତାହା ପ୍ରଭାବଶାଳୀ ହେବା ଦରକାର । ଜାତୀୟ ଲଜିଷ୍ଟିକ୍ ନୀତିରେ ଭାରତକୁ ବିଶ୍ୱର ଶ୍ରେଷ୍ଠ ୨୫ ଦେଶ ଭିତରେ ସ୍ଥାନିତ କରିବାକୁ ଲକ୍ଷ୍ୟ ରଖାଯାଇଛି । ସେହିପରି, ପିଏମ୍ ଗତି ଶକ୍ତିରେ ବିଭିନ୍ନ ପ୍ରକାର ପରିବହନ ମାଧ୍ୟମ ମଧ୍ୟରେ ସମନ୍ୱୟ ଉପରେ ଗୁରୁତ୍ୱ ଦିଆଯାଇଛି । ମଲ୍‌ଟି ମୋଡାଲ୍ ଲଜିଷ୍ଟିକ୍ ମଧ୍ୟ ଅନ୍ୟତମ ଗୁରୁତ୍ୱର କ୍ଷେତ୍ର । ନୀତି ନିୟମ ଦୃଷ୍ଟିରୁ ବିମାନ ଓ ବନ୍ଦର କ୍ଷେତ୍ରରେ ପରିପକ୍ୱତା ରହିଛି ବୋଲି ସେ କହିଛନ୍ତି ।

ଏହି ଅବସରରେ ପାରାଦୀପ ବନ୍ଦର ଟ୍ରଷ୍ଟର ଉପାଧ୍ୟକ୍ଷ ନୀଳାଭ୍ର ଦାସଗୁପ୍ତା ପିଏମ୍ ଗତିଶକ୍ତି ଓ ସାଗରମାଳା ପ୍ରକଳ୍ପର ବନ୍ଦର କ୍ଷେତ୍ର ଉପରେ ପ୍ରଭାବ ବିଷୟରେ ଆଲୋକପାତ କରିଥିଲେ । ଏହି ଦୁଇ ପ୍ରକଳ୍ପ ଆମ ଦେଶର ବନ୍ଦରଗୁଡ଼ିକରେ ଜୀବନ ଭରିଛି ଏବଂ ତାହାର ପ୍ରଭାବ ପ୍ରତିିଫଳିତ ହୋଇସାରିଲାଣି ବୋଲି ସେ କହିଛନ୍ତି । ସେ କହିଛନ୍ତି ଯେ ପାରାଦୀପ ବନ୍ଦର ହେଉଛି ଭାରତର ଏକ ପ୍ରଭାବୀ, ସର୍ବବୃହତ ଓ ସୁଲଭ ବନ୍ଦର । ଗତ ଆର୍ଥିକ ବର୍ଷରେ ଏହି ବନ୍ଦର ରେକର୍ଡ ୧୩୬.୩୬ ଏମ୍‌ଟି ପଣ୍ୟ ପରିବହନ କରିଛି । ଗତ ୬ ବର୍ଷ ଧରି ଏହା ବର୍ଷକୁ ୧୦୦ ଏମ୍‌ଟିରୁ ଅଧିକ ପଣ୍ୟ ପରିବହନ କରୁଛି । ପୂର୍ବାଚଂଳ ବନ୍ଦରଗୁଡ଼ିକ ମଧ୍ୟରେ ପାରାଦୀପ ବନ୍ଦରର ପଣ୍ୟ ପରିବହନ ଅନ୍ୟତମ ସର୍ବାଧିକ ବୋଲି ସେ କହିଛନ୍ତି ।

ସିଆଇଆଇ ଓଡ଼ିଶା ରାଜ୍ୟ ପରିଷଦର ଅଧ୍ୟକ୍ଷ ଶଶି ଶେଖର ମହାନ୍ତି କହିଛନ୍ତି ଯେ, ଡିଜିଟାଇଜେସନ ଓ ସ୍ମାର୍ଟ ଲଜିଷ୍ଟିକ୍ସ କିଭଳି ଓଡ଼ିଶାର ଲଜିଷ୍ଟିକ୍ କ୍ଷେତ୍ରରେ ପାରଦର୍ଶିତା, ସଠିକତା ଓ ସ୍ୱଚ୍ଛତା ଆଣିପାରିବ ତାହା ଉପରେ ଆମକୁ ଧ୍ୟାନ ଦେବାକୁ ପଡ଼ିବ । ଲଜିଷ୍ଟିକ୍ସ କ୍ଷେତ୍ରରେ ଥିବା ଦୁର୍ବଳତାକୁ ଆମେ ଚିହ୍ନଟ କରିଛୁ ଯାହାକୁ ଦୂର କରିବା ଲାଗି ନିୟାମକ ବ୍ୟବସ୍ଥା ଦରକାର ଏବଂ ଲଜିଷ୍ଟିକ୍ କ୍ଷେତ୍ରରେ ଦକ୍ଷ ଶ୍ରମଶକ୍ତିର ଚାହିଦା ମଧ୍ୟ ପୂରଣ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି ।

ସିଆଇଆଇ ଓଡ଼ିଶାର ପୂର୍ବତନ ଅଧ୍ୟକ୍ଷ ସନ୍ତୋଷ ମହାପାତ୍ର କହିଛନ୍ତି ଯେ, “ଲଜିଷ୍ଟିକ୍ସ ଖର୍ଚ ପାଇଁ ଉତ୍ପାଦନ ମହଙ୍ଗା ହେଉଛି । ଏମ୍‌ଏସ୍‌ଏମଇଙ୍କ ପାଇଁ ଓଡ଼ିଶାରେ କଂଟେନର ବନ୍ଦର ଆବଶ୍ୟକ । ଆମର ବିଶ୍ୱାସ ରହିଛି ଯେ ରାଜ୍ୟରେ ନିକଟ ଭବିଷ୍ୟତରେ ସେହି ସୁବିଧା ମିଳିବ । ଏହି ଅବସରରେ ବାଲମର ଲରିର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ଆଦିକା ରତ୍ନ ଶେଖର କହିଛନ୍ତି ଯେ ୨୦୨୪ ସୁଦ୍ଧା ଲଜିଷ୍ଟିକ୍ କ୍ଷେତ୍ର ବାର୍ଷିକ ୧୫.୫ ପ୍ରତିଶତ ହାରରେ ଆଗକୁ ବଢ଼ିବ । ଏହି କ୍ଷେତ୍ରରେ ୨୨ ନିୟୁତ ଲୋକ ନିୟୋଜିତ ହୋଇଥିବା ବେଳେ ୨୦୨୫ ସୁଦ୍ଧା ଆଉ ୧.୨ ନିୟୁତ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।

ସିଆଇଆଇ ଓଡ଼ିଶା ଭିତିଭୂମି ଓ ଲଜିଷ୍ଟିକ୍ କମିଟିର ଅଧ୍ୟକ୍ଷ ପ୍ରମୋଦ ଜୈନ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଦୁଇଟି ବୈଷୟିକ ଅଧିବେଶନ ଓ ତିନିଟି ପ୍ଲେନାରି ଅଧିବେଶନ ଅନୁଷ୍ଠିତ ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ସିଆଇଆଇ ଇନଷ୍ଟିଚ୍ୟୁଟ୍ ଅଫ୍ ଲଜିଷ୍ଟିକ୍ସର ଇଡି କେ ଭି ମାହିଧର, ଏଟଂରପ୍ରାଇଜ୍ ସିଷ୍ଟମ୍ ସଲ୍ୟୁସନ୍ସର ସିଇଓ ସୁଧୀର ଜୈସୱାଲ, ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧ।।ନ, ଏନଏଚଏଆଇ-ଭୁବନେଶ୍ୱରର ଆଂଚଳିକ ଅଧିକାରୀ

Leave A Comment

All fields marked with an asterisk (*) are required