ରାଜଭବନ କର୍ମଚାରୀଙ୍କୁ ରାଜ୍ୟପାଳ ପୁଅ ମାଡ ମାରିବା ଘଟଣାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିବା ସହ ଗଣଧାରଣାରେ ବସିଲେ ଯୁବ-ଛାତ୍ର ବିଜେଡି କର୍ମକର୍ତ୍ତା।
ରାଜଭବନ କର୍ମଚାରୀଙ୍କୁ ରାଜ୍ୟପାଳ ପୁଅ ମାଡ ମାରିବା ଘଟଣାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିବା ସହ ଗଣଧାରଣାରେ ବସିଲେ ଯୁବ-ଛାତ୍ର ବିଜେଡି କର୍ମକର୍ତ୍ତା।
ରାଜ୍ୟ ସରକାରଙ୍କ ଅପାରଗତା ଓ ବିଜେପିର ଓଡିଆ ଅସ୍ମିତା ଏକ ମିଛ ନାଟକ ଏହାର ସ୍ପଷ୍ଟ ଚିତ୍ର ପ୍ରମାଣ କରୁଛି ଏହି ଘଟଣା :- ଯୁବ- ଛାତ୍ର ବିଜେଡ଼ି କର୍ମକର୍ତ୍ତା।
ରାଜଭବନ କର୍ମଚାରୀ ଏଏସଓ ବୈକୁଣ୍ଠ ପ୍ରଧାନଙ୍କୁ ରାଜ୍ୟପାଳଙ୍କ ପୁଅ ଲଳିତ କୁମାର ମାଡ ମାରିବା ଘଟଣାରେ ଆଜି ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ପାୱାର ହାଉସ୍ ଛକଠାରେ ଗଣଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଆଜିର ଏହି ବିକ୍ଷୋଭ ପ୍ରଦର୍ଶନ ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ବ୍ୟୋମକେଶ ରାୟ ଏବଂ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ଶ୍ରୀ ଦେବୀ ରଞ୍ଜନ ତ୍ରିପାଠୀଙ୍କ ନେତୃତ୍ଵରେ ଅନୁଷ୍ଠିତ ହୋଇଥିଲା ।ଜଣେ ଅଣଓଡିଆ ଦ୍ଵାରା ଜଣେ ଓଡ଼ିଆ ଅଧିକାରୀ ମାଡ ଖାଇବା ପରେ ରାଜ୍ୟ ସରକାର ନୀରବଦ୍ରଷ୍ଟା ସାଜିବା ଏବଂ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ ନକରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଏହା ରାଜ୍ୟ ସରକାରଙ୍କ ଅପାରଗତା ଓ ବିଜେପିର ଓଡିଆ ଅସ୍ମିତା ଏକ ମିଛ ନାଟକ ଥିଲା ଏହାର ସ୍ପଷ୍ଟ ଚିତ୍ର ପ୍ରମାଣ କରୁଛି ଏହି ଘଟଣା ବୋଲି ମତବ୍ୟକ୍ତ କରିଛନ୍ତି ଯୁବ ଓ ଛାତ୍ର ଜନତା ଦଳ କର୍ମକର୍ତ୍ତା।
ଏଥିସହ ରାଜ୍ୟ ସରକାରଙ୍କ ଏହି ଘଟଣା ସମ୍ପର୍କରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବା ସହ ତୁରନ୍ତ ଏହି ଘଟଣା ସମ୍ଵନ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କଲା ବିଜୁ ଯୁବ – ଛାତ୍ର ଜନତା ଦଳ। ନଚେତ୍ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବାସହ ଆହୁରି ଭୟଙ୍କର ପରିସ୍ଥିତି ଉପୁଜିବ ବୋଲି ରଣହୁଙ୍କାର ଦେଲେ ଯୁବ ଓ ଛାତ୍ର ବ୍ରିଗେଡ।
ଏହି ଅବସରରେ ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ଶ୍ରୀ ବ୍ୟୋମକେଶ ରାୟ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ ବିଗତ ୨୪ ବର୍ଷ ଭିତରେ ବିଜେଡ଼ି ସରକାରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ସିଏ ବିଧାୟକ ହେଉ କି ସାମାନ୍ୟ ବ୍ୟକ୍ତି ଯିଏ ଦୋଷ କରିଛି ସେମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।ଛୋଟ ବଡ କାହାର ବି ସାମାନ୍ୟ ଭୁଲର କ୍ଷମା ନଥିଲା। ଏପରିକି ବିଜୁ ଜନତା ଦଳର ୩ ଜଣ ବିଧାୟକଙ୍କ ଉପରେ ମଧ୍ୟ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରଯାଇଥିଲା,କିନ୍ତୁ ଓଡ଼ିଆ ଅସ୍ମିତାର କଥା କହି ଭାରତୀୟ ଜନତା ପାର୍ଟି ଓଡ଼ିଶାରେ ସରକାର କରିଥିଲେ ମଧ୍ୟ ରାଜଭବନ କର୍ମଚାରୀ ଏଏସଓଙ୍କ ତଥା ଜଣେ ଓଡ଼ିଆ ପୁଅ ବୈକୁଣ୍ଠ ପ୍ରଧାନଙ୍କ ପ୍ରତି ଜଣେ ଅଣଓଡିଆର ଯେଉଁ ନିନ୍ଦନୀୟ ବ୍ୟବହାର କରାଯାଇଛି ଏହା ଓଡ଼ିଶାର ସ୍ୱାଭିମାନ ଉପରେ ଆଞ୍ଚ ଆଣିଛି ଏବଂ ଓଡ଼ିଆ ଅସ୍ମିତାର ଡିମଡ଼ିମ ପିଟୁଥିବା ସରକାର ଏ ଘଟଣାରେ ନୀରବଦ୍ରଷ୍ଟା ସାଜିଛନ୍ତି ତେବେ ଏ ଘଟଣା ଉପରେ ସରକାର କିପରି ଯଥାଶୀଘ୍ର ଉପଯୁକ୍ତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ସହ ଦୋଷୀକୁ ଗିରଫ କରିବାକୁ ଆଜି ବିଜୁ ଯୁବ ଛାତ୍ର ଜନତା ଦଳ ଦାବି କରିଛନ୍ତି ଆଗାମୀ ଦିନରେ କାର୍ଯାନୁଷ୍ଠାନ ଗ୍ରହଣ ନକଲେ ବିଜୁ ଯୁବ ଛାତ୍ର ଜନତା ଦଳ ଲଢ଼େଇ ଜାରି ରଖିବ।
ଏହି ଅବସରରେ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ଶ୍ରୀ ଦେବୀ ରଞ୍ଜନ ତ୍ରିପାଠୀ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ ଭାରତୀୟ ଜନତା ପାର୍ଟି ନେତୃତ୍ଵରେ ସମଗ୍ର ଭାରତବର୍ଷ ତଥା ଓଡ଼ିଶାରେ ରଜା ପୁଅ ମାଙ୍କଡ ମାରିଲେ ତାଙ୍କର ଦୋଷ ନାହିଁ ,ଏଠି ନିଶ୍ଚିତ ଭାବେ ଯେଉମାନେ ବଡ଼ବଡ଼ିଆଙ୍କ ତାଙ୍କ ପାଇଁ ଆଇନ ଭିନ୍ନ ନଚେତ ବର୍ବର୍ଚିତ ଭାବେ ରାଜ୍ୟପାଳଙ୍କ ପୁଅ ଯେପରି କାର୍ଯ୍ୟରତ ରାଜଭବନ କର୍ମଚାରୀ ବୈକୁଣ୍ଠ ପ୍ରଧାନଙ୍କୁ ଆକ୍ରମଣ କଲେ ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ଯେଉଭଳି ତାଙ୍କ ବିଭାଗ ପରିବର୍ତ୍ତନ କଲେ ଏକଥା ଦେଖି ଅତ୍ୟନ୍ତ ଦୁଃଖିତ ଓଡ଼ିଶାବାସୀ। ଓଡ଼ିଆ ଅସ୍ମିତା ଓ ଓଡିଆ ସ୍ବାଭିମାନ କଥା କହିଥିବା ଭାରତୀୟ ଜନତା ପାର୍ଟିକୁ ଆଜି ପ୍ରତ୍ୟେକ ଓଡ଼ିଶାବାସୀ ପ୍ରଶ୍ନ କରିବାକୁ ଚାହୁଛନ୍ତି କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛ ଜଣେ ଓଡ଼ିଆ ନିରୀହ କର୍ମଚାରୀ ବୈକୁଣ୍ଠ ପ୍ରଧାନଙ୍କୁ ଯେଉଁମାନେ ଆକ୍ରମଣ କରିଛନ୍ତି, ଓଡ଼ିଶାବାସୀ ପ୍ରଶ୍ନ କରିବାକୁ ଚାହୁଛନ୍ତି ଯେଉଭଳି ଭାବେ ଝାଡଖଣ୍ଡରୁ ଆସିଥିବା ରାଜ୍ୟପାଳ ଓଡ଼ିଆ ଅସ୍ମିତା ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ହୋଇଛି।ଓଡ଼ିଆ ଅସ୍ମିତା ଓଡ଼ିଆ ସମ୍ମାନ ଏବଂ ସ୍ବାଭିମାନକୁ ସୁରକ୍ଷା ଯେଉ ଦଳ ଦେଉପାରୁନାହିଁ ତେବେ ସେମାନେ ଆଜି ଦାୟିତ୍ୱରେ ରହିବାର କୌଣସି ଅଧିକାର ନାହିଁ। ଦୀର୍ଘ ୨୪ବର୍ଷ ଭିତରେ ଓଡ଼ିଶାର ମାନନୀୟ ମୁଖ୍ୟମନ୍ତ୍ରୀଙ୍କ ନବୀନ ପଟ୍ଟନାୟକଙ୍କ ନେତୃତ୍ଵରେ ଯେତେ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନେଇଛନ୍ତି ତାହା ଅତୁଳନୀୟ। ସମସ୍ତଙ୍କ ପାଇଁ ଆଇନ ସମାନ ଥିଲା।ଯଦି ରାଜ୍ୟ ଦାୟିତ୍ୱରେ ଥିବା ଭାରତୀୟ ଜନତା ପାର୍ଟି ଏ ଘଟଣା ସମ୍ପର୍କରେ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ ନ କରନ୍ତି ତାହେଲେ ଦୁର୍ବାର ଆନ୍ଦୋଳନ ସମଗ୍ର ଓଡ଼ିଶାରେ ଗଢି ତୋଳିବା ପାଇଁ ବିଜୁ ଜନତା ଦଳ ନିଷ୍ପତ୍ତି ନେବ।
ଏହି ଅବସରରେ ବିଜୁ ଯୁବ ଜନତା ଦଳର ରାଜ୍ୟ କାର୍ଯ୍ୟକାରୀ ସଭାପତି ଶୁଭେନ୍ଦୁ ମଙ୍ଗରାଜ, ବରିଷ୍ଠ ଉପସଭାପତି ଜ୍ୟୋତ୍ସ୍ନା ପରିଡ଼ା,ଉପସଭାପତି ସୁଭ୍ରଜିତ ପାଢ଼ୀ , ସୋଫିଆ ଆଲମ୍, ଭୁବନେଶ୍ୱର ଜୋନ ସଭାପତି ବିଜୟକେତନ ସାହୁ, ସଧାରଣ ସମ୍ପାଦକ ସତ୍ୟଜିତ ପଟ୍ଟନାୟକ, ରଶ୍ମି ରଞ୍ଜନ ଦାସ, ବାସୁଦେବ ଶାହ, ଅଂଶୁମାନ ରଶ୍ମୀ ସାଗର ସେଠୀ, ସୋନାଲି ପ୍ରିୟଦର୍ଶିନୀ,ଦୀପକ ମହାପାତ୍ର, ଅଭିନାଶ ପ୍ରଧାନ, ଲଗ୍ନା ମିଶ୍ର, ସମ୍ପାଦକ ଦୀପକ ସାହୁ, ନୀଳମାଧବ ମହାନ୍ତି, ସୌମ୍ୟସାର୍ଥକ ରାୟ, ଶିବାନୀ ସାହୁ, ସବନମ ଖାଁ, ଫାତିମା ଖାତୁନ୍ ପ୍ରମୁଖ ଉପସ୍ଥିତ ଥିଲେ।
ସେହିପରି ଭାବେ ବିଜୁ ଛାତ୍ର ଜନତା ଦଳର ରାଜ୍ୟ କାର୍ଯ୍ୟକାରୀ ସଭାପତି ରାଜେଶରାଜ ସ୍ୱାଇଁ, ମିକୁ ପ୍ରଧାନ, ବିଶ୍ବ ପ୍ରତାପ ସାହୁ, ମହାସଚିବ ଇପ୍ସିତା ସାହୁ, ବରିଷ୍ଠ ଉପସଭାପତି ଅଜିତ ବେହେରା, ସ୍ୱାଗତିକା ମହାନ୍ତି, ଚିନ୍ମୟ ଦାସ, ଉପସଭାପତି ସୁଜିତ୍ ପାଲଟା ସିଂ, ଭବାନୀ ଶଙ୍କର ଦାସ, ସନ୍ତୋଷ ମହାପାତ୍ର, ଦେବାଶିଷ ସ୍ୱାଇଁ, ଦେବସ୍ମିତା ଦାସ, ସଂକେତ ରାୟ, ଅରୂପ ଶ୍ରୀଚନ୍ଦନ, ସମ୍ବିତ ବେହେରା, ସୌମ୍ୟ ରଞ୍ଜନ ମହାପାତ୍ର, ଜୋନ ସଭାପତି ଭଗବାନ ସାହୁ, ଜିଲ୍ଲା ସଭାପତି ଆସିଫ ଅମିନ, ସୁବାଷ ସାହୁ, ସଞ୍ଜୟ ପଟନାୟକ, ରାଜେଶ ପାତ୍ର, ଆଶିଷ ପଣ୍ଡା,ସଧାରଣ ସମ୍ପାଦକ ସଞ୍ଜୀବ ପୃଷ୍ଟି, ରକି ଦାସ, ଅଭିଷେକ ବେହେରା, ଅଭିନାସ ମହାନ୍ତି, ଦୀପକ ବେହେରା, ନସିମ ଖାଁ, ସତ୍ୟ ପ୍ରକାଶ ସାହୁ, ବିଜୟଲକ୍ଷ୍ମୀ ଦାଶ, ଆସାଶ୍ରି ସାହୁ, ବୈଶାଳୀ ଦଳାଇ, ଆଶିଷ କୁମାର ଜେନା,ଯୋଗେଶ ଜେନା, ଦେବେଶ ଦାସ, ଅସିତ୍ ରଂଜନ ଦାସ,ସମ୍ପାଦକ ରଞ୍ଜିତ ଦାସ,ଦେବୀ ପ୍ରସାଦ ଲେଙ୍କା, ସ୍ନେହସିଶ ଜେନା,ସୁମନ ସାହୁ, ରାଜେଶ ପାଣି, ଅନନ୍ତ ନାରାୟଣ ଜେନା, ତବରେଜ ଖାଁ, ସମିମ୍ ଅକ୍ଷତର, ସେଖ ଅରସଦ ଅଲି, ବୈବ୍ରତ ବିଶ୍ଵାଳ, ସିଦ୍ଧାର୍ଥ ସ୍ୱାଇଁ, ଶିବ ପ୍ରାସାଦ ଦାସ, ଯୁଗ୍ମ ସମ୍ପାଦକ ଦେବୁ ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ।