Search for:
  • Home/
  • Bda/
  • ଚାଷୀ ମାନକଂ ସମସ୍ଯା ସମାଧାନ ଦିଗରେ ମୋହନ ସରକାର ସମ୍ପୂର୍ଣ ବିଫଳ – ଇଂ ମହମ୍ମଦ ମୋକିମ୍

ଚାଷୀ ମାନକଂ ସମସ୍ଯା ସମାଧାନ ଦିଗରେ ମୋହନ ସରକାର ସମ୍ପୂର୍ଣ ବିଫଳ – ଇଂ ମହମ୍ମଦ ମୋକିମ୍

Spread the love

Loading

ମୃତ ଚାଷୀ ପରିବାର କୁଂ ଭେଟିଲେ ରାଜ୍ଯ କଂଗ୍ରେସ ପ୍ରତିନିଧି ଦଳ

ଚାଷୀ ମାନକଂ ସମସ୍ଯା ସମାଧାନ ଦିଗରେ ମୋହନ ସରକାର ସମ୍ପୂର୍ଣ ବିଫଳ – ଇଂ ମହମ୍ମଦ ମୋକିମ୍

ଭୁବନେଶ୍ୱର:ଆଜି ରାଜ୍ୟ କଂଗ୍ରେସ ଷ୍ଟିୟରିଙ୍ଗ କମିଟି ସଂଯୋଜକ ଇଂ ମହମ୍ମଦ ମୋକିମ୍,ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ୍ ,ପିସିସି କୃଷକ ସେଲ୍ ସଭାପତି ଅମିୟ ପଟ୍ଟନାୟକ ,ଜିଲ୍ଲା କଂଗ୍ରେସ ସଭାପତି ନଟବର ବାରିକ, ପୂର୍ବତନ ବିଧାୟକ ଲଲାଟେନ୍ଦୁ ମହାପାତ୍ର, ବରିଷ୍ଠ କଂଗ୍ରେସ ନେତା ଗୋବିନ୍ଦ ଭୁୟାଁ, ବାଲିକୁଦା-ଏରସମା କଂଗ୍ରେସ ନେତା ଇଂ ନଳିନୀ କୁମାର ସ୍ବାଇଁ, ପାରାଦୀପ ନିର୍ବାଚନମଣ୍ଡଳୀ କଂଗ୍ରେସ ନେତା ନିରଞ୍ଜନ ନାୟକ, ପ୍ରଦେଶ କଂଗ୍ରେସ କମିଟି ସଭ୍ୟ ଦେବ ପ୍ରସାଦ ନାୟକ,ପୌରାଧ୍ୟକ୍ଷା ଅର୍ଚ୍ଚନା ସିଂହ, ପୂର୍ବତନ ପୌରାଧ୍ୟକ୍ଷ ବିପ୍ଳବ ଚୌଧୁରୀ, ବରିଷ୍ଠ କଂଗ୍ରେସ ନେତା ବିଶ୍ବଜିତ ଦାସ, ଆର୍ଯ୍ୟ କୁମାର ଲେଙ୍କା ପ୍ରମୁଖ ଜିଲ୍ଲା କଂଗ୍ରେସ ର ନେତୃବୃନ୍ଦ
ତଣ୍ଡିକୁଳ ପଚାଂୟତ ସ୍ଥିତ ସାରଣା ଗ୍ରାମର ଅଦିନିଆ ବର୍ଷାରେ ଶସ୍ଯ ହାନୀ ର କ୍ଷତି ସହି ନପାରି ମୃତ ଯୁବ ଚାଷୀ କୃତିବାଶ ସ୍ବାଇଁ ର ପରିବାର କୁ ଭେଟି ସମବେଦନା ଜଣାଇବା ସହିତ ୧ ଲକ୍ଷ ଟକାଂ ର ଆର୍ଥିକ ସହାୟତା ରାଶି ପ୍ରଦାନ କରିଛନ୍ତି । ଏତଦବ୍ଯତୀତ ଘଟଣା ସ୍ଥଳରେ ଉପସ୍ଥିତ ଶତାଧିକ ଚାଷୀ ମାନକୁଂ ଭେଟି ସେମାନକଂ ର ସମସ୍ଯା ସମ୍ବନ୍ଧରେ ଅବଗତ ହୋଇଥିଲେ। ପରେ ଜଗତସିଂହପୁର ସ୍ଥିତ ସକ୍ରିଟ୍ ହାଉସ୍ ରେ ଜିଲ୍ଲା କଂଗ୍ରସ ତରଫରି ଆୟୋଜିତ ସମ୍ବାଦିକ ସମ୍ମୀଳନୀ କୁ ସମ୍ବନ୍ଧୋନ କରି କୃଷକ ମାନକଂ ସମସ୍ଯା ପଛରେ କଂଗ୍ରେସ ଦଳ ସବୁବେଳେ ରହି ଆସିଛି ଏବଂ ଆଗକୁ ମଧ୍ଯ ରହିବ ବୋଲି ଇଂ ମୋକିମ୍ ପ୍ରତିଶୃତି ଦେଇଥିଲେ ତତସହିତ ଚାଷୀ ଏବଂ ଭାଗ ଚାଷୀ ଉଭୟ କୁଂ କିପରି ପ୍ରଯ୍ଯାପ୍ତ ସହାୟତ ମିଳିବ ସେଥିପାଇଁ ସରକାର ତୁରନ୍ତ ଖସଡା ପ୍ରସ୍ତୁତ କରିବା ପାଇଁ ଦାବି ଉପସ୍ଥାପନା କରିଥିଲେ । କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ୍ ଚାଷୀ ମାନକଂର ବିଭିନ୍ନ ସମସ୍ଯା ଗୁଡିକୁ ବିଧାନସଭା ରେ ଉଦ୍ଧାପନ କରି ସମସ୍ଯା ର ତୁରନ୍ତ ସମାଧାନ ପାଇଁ ସରକାର କଂ ଉପରେ ଚାପ ସୃଷ୍ଟି କରିବେ ବୋଲି କହିଥିଲେ।
ରାଜ୍ଯ କୃଷକ ସେଲ୍ ର ସଭାପତି ଜଗତସିଂହପୁର ଚାଷୀ ତଥା ଅନ୍ଯ ଜିଲ୍ଲା ର ଚାଷୀ ମାନକଂର ଏକ ତଥ୍ଯମୂଳକ ଡାଟା ପ୍ରଦାନ କରି ସମସ୍ଯା ଗୁଡିକ ର ସମାଧାନ ପାଇଁ ସରକାର କଂ ନିକଟରେ ଦାବି ଉପସ୍ଥାପନା କରିଥିଲେ ତତସହିତ ଚାଷୀ ମାନକଂର ବିଭିନ୍ନ ସମସ୍ଯା କୁ ନେଇ ପିସିସି କୃଷକ ସେଲ୍ ରାଜ୍ଯ ସ୍ତରରେ ତୀବ୍ର ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଥିଲେ ।
ଏହି କାର୍ଯ୍ୟକ୍ରମରେ ବରିଷ୍ଠ କଂଗ୍ରେସ ନେତା ବିକ୍ରମ ପରିଡ଼ା,ସର୍ବେଶ୍ଵର ପଣ୍ଡା,ମହାନୀ ଚରଣ ରାଉତ, ଦୀପ୍ତିରାଣୀ ପ୍ରଧାନ,ମାନସ ରଥ, ଆର୍ତ୍ତତ୍ରାଣ ପଣ୍ଡା, , ପ୍ରଶାନ୍ତ ଦାସ , ଅଶ୍ବିନୀ ସ୍ବାଇଁ , ବେଦଦ୍ଯୁତି ପୃଷ୍ଟି , ନିହାର ଦାସ, ସାଇ ପ୍ରଭଜଂନ ମହାପାତ୍ର, ରବିନ୍ଦ୍ର ମଲ୍ଲିକ, ନାଥ କାଣ୍ତି, ନୂତନ ତ୍ରିପାଠୀ,କୃଷ୍ଣଚନ୍ଦ୍ର ପ୍ରଧାନ, ନିହାର ଦାସ,,ଇମତିୟାଜ ଖାଁ,ସେଖ୍ ସାମସୁଦିନ, ଆର୍ଶୀବାଦ ତ୍ରିପାଠୀ,‌ ପ୍ରମୁଖ ଉପସ୍ଥିତ ଥିଲେ।

Leave A Comment

All fields marked with an asterisk (*) are required