Search for:
  • Home/
  • ରାଜ୍ୟ/
  • ନବୀନ ସରକାର ଛାତ୍ରମାନଙ୍କର ଗଣତାନ୍ତ୍ରିକ ଅଧିକାର କ୍ଷୁର୍ଣ୍ଣ କରୁଛନ୍ତି- ୟାସିର

ନବୀନ ସରକାର ଛାତ୍ରମାନଙ୍କର ଗଣତାନ୍ତ୍ରିକ ଅଧିକାର କ୍ଷୁର୍ଣ୍ଣ କରୁଛନ୍ତି- ୟାସିର

Spread the love

Loading

ଛାତ୍ର ବିଜୁ ଜନତା ଦଳ ୨୩ ବର୍ଷରେ ଓଡ଼ିଶାର ଛାତ୍ର ସମାଜ

ପାଇଁ ମୁହଁ ଖୋଲି ନାହିଁ!

ନବୀନ ସରକାର ଛାତ୍ରମାନଙ୍କର ଗଣତାନ୍ତ୍ରିକ ଅଧିକାର କ୍ଷୁର୍ଣ୍ଣ    କରୁଛନ୍ତି- ୟାସିର

ଭୁବନେଶ୍ୱର ତା. ୧୪.୭- ଆଜି ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ୟାସିର ନୱାଜ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ୨୩ ବର୍ଷର ନବୀନ ସରକାର ସଂପୂର୍ଣ୍ଣ ଭାବରେ ଛାତ୍ର ସ୍ୱାର୍ଥ ବିରୋଧି ବୋଲି ପ୍ରମାଣିତ । ଓଡ଼ିଶାର ଛାତ୍ରଛାତ୍ରୀମାନଙ୍କୁ କେବଳ ବିଜୁ ଜନତା ଦଳ ସରକାର ଭୁଆଁ ବୁଲାଉଛନ୍ତି ଏବଂ ବିଜୁ ଛାତ୍ର ଜନତା ଦଳ ଆଜି ପର୍ଯ୍ୟନ୍ତ ଓଡ଼ିଶାର ଛାତ୍ରମାନଙ୍କର ସ୍ୱାର୍ଥ ପାଇଁ ମୁହଁ ଖୋଲି
ନାହାନ୍ତି । କେବଳ ବିଜୁ ଜନତା ଦଳ ସରକାରର ଏକ ଗୋଡ଼ାଣିଆ ଅନୁଷ୍ଠାନ ଭାବେ ପରିଚିତି ସୃଷ୍ଟି କରିଛି ।
ଜଣେ ଛାତ୍ର ପାଠପଢ଼ାର ସମାପ୍ତି ପରେ ନିଯୁକ୍ତି ଖୋଜେ । ମାତ୍ର ବର୍ଷକୁ ୨ଲକ୍ଷ ନିଯୁକ୍ତି ପ୍ରତିଶୃତି ଦେଇଥିବା ନବୀନ ସରକାର ଏପର୍ଯ୍ୟନ୍ତ ତାଙ୍କର ପ୍ରତିଶୃତି ପୂରଣରରେ ସମର୍ଥ ହୋଇନାହାନ୍ତି । ଏଭଳି ପରିସ୍ଥିତିରେ ଛାତ୍ର ବିଜେଡ଼ି ନବୀନ ସରକାରର ଗୁଣ କୀର୍ତନ କରୁଛି ।ବିରୋଧି ଦଳ ମାନଙ୍କର କଣ୍ଠରୋଧ କରିବାପାଇଁ ନବୀନ ସରକାର ୫ବର୍ଷ ହେଲା ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ମାନଙ୍କରେ ଛାତ୍ର ସଂସଦ ନିର୍ବାଚନକୁ ସଂପୂର୍ଣ୍ଣ ଭାବରେ ବନ୍ଦ କରିଦେଇଛି । ନିର୍ବାଚନ କରିବାପାଇଁ ଛାତ୍ର ବିଜେଡ଼ି ଏପର୍ଯ୍ୟନ୍ତ ନିଜ ସରକାର ପାଖରେ ଦାବି କଲେଣିକି? ଗୋଟିଏ ପଟେ ନିର୍ବାଚନ ବନ୍ଦ କରିଦେଉଥିବା ବେଳେ ଅନ୍ୟପଟେ ବିଜେଡ଼ି ପକ୍ଷରୁ କ୍ୟାମ୍ପସ କମିଟି ଗଠନ କରିବା ଦୁର୍ଭାଗ୍ୟଜନକ । ବିଜୁ ଛାତ୍ର ଜନତା ଦଳ ପକ୍ଷରୁ କୁହାଯାଇଥିଲା
କ୍ୟାମ୍ପସ କମିଟିର ଉଦ୍ଦେଶ୍ୟ ହେଉଛି କଲେଜରେ ଶୃଙ୍ଖଳା ରଖିବା, ଦୁର୍ନୀତିକୁ ବିରୋଧ କରିବା, ଅଣଛାତ୍ର ପ୍ରବେଶ
ରୋକିବା, ନିଶାମୁକ୍ତ କ୍ୟାମ୍ପସ ଗଠନ କରିବା ଏବଂ ଛାତ୍ରମାନଙ୍କର ସ୍ୱାର୍ଥସାଧନ ପାଇଁ କାମ କରିବା । କିନ୍ତୁ ବିଜୁ
ଛାତ୍ର ଜନତା ଦଳର କ୍ୟାମ୍ପସ କମିଟି ବାସ୍ତବ କ୍ଷେତ୍ରରେ ଯେଉଁ କାର୍ଯ୍ୟ କରୁଛି ତାହାକୁ ଓଡ଼ିଶାବାସୀ ଦେଖୁଛନ୍ତି ।
ଆଜି ବିଜୁ ଛାତ୍ର ଜନତା ଦଳର କ୍ୟାମ୍ପସ କମିଟିର ଦୌରାତ୍ମ୍ୟରେ କଲେଜର ଏବଂ ୟୁନିର୍ଭସିଟିର ଛାତ୍ରୀମାନେ ଅସୁରକ୍ଷିତ । ବିଜୁ ଛାତ୍ର ଜନତା ଦଳ କ୍ୟାମ୍ପସ କମିଟିର ସଭ୍ୟମାନେ କ୍ୟାମ୍ପସରେ ଆତଙ୍କରାଜ ଚଳାଇଛନ୍ତି ।
ସରକାର ଏହାକୁ ଦମନ କରୁ ନାହାନ୍ତି ଏବଂ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ନେତୃତ୍ୱ ଏହାକୁ ଦେଖି ଚୁପ ବସିଛନ୍ତି ।
ଭୁବନେଶ୍ୱର ବିଜେବି କଲେଜର ଛାତ୍ରୀ ରୁଚିକା ମହାନ୍ତି କାହା ଚାପରେ ଆତ୍ମହତ୍ୟା କଲା ସେହି ଘଟଣାର ଅସଲ ରହସ୍ୟକୁ
ଚାପି ଦିଆଯାଇଛି । ରୁଚିକା ମହାନ୍ତିର ମା’କୁ ବିଜେବି କଲେଜ ଫାଟକ ପାଖରୁ ପୋଲିସ ଘୋଷାଡ଼ି ଘୋଷାଡ଼ି ଆଣିଲାବେଳେ ବିଜୁ ଛାତ୍ର ବିଜେଡ଼ି ଥିଲା କେଉଠି? ରୁଚିକା ମହାନ୍ତିକୁ ଆତ୍ମହତ୍ୟା
କରିବାପାଇଁ ପରିସ୍ଥିତି ସୃଷ୍ଟିକରିଥିବା ଅପରାଧି ଛାତ୍ରୀମାନଙ୍କୁ ବିଜେଡ଼ି ସରକାର / ବିଜୁ ଛାତ୍ର ଜନତା ଦଳ କାହିଁକି ଘଂଟ ଘୋଡ଼ାଇଛି ।ଖଲିଖୋଟ କଲେଜ ଏବଂ ବିନାୟକ ଆଚାର୍ଯ୍ୟ କଲେଜରେ ଛାତ୍ର ବିଜେଡ଼ି କ୍ୟାମ୍ପସ କମିଟିର କର୍ମକର୍ତମାନେ କିଭଳି ଛାତ୍ରୀମାନଙ୍କୁ ଅସଦାଚରଣ କରିଛନ୍ତି ତାହା ଏ ରାଜ୍ୟ ଦେଖିଛି । ଖଲିକୋଟ କଲେଜରେ କ୍ୟାମ୍ପସ କମିଟିର କନ୍‌ଭେନର କିଭଳି ଭାବରେ ଜଣେ ଛାତ୍ରୀକୁ ନିର୍ଯ୍ୟାତନ ଦେଲା । ତାହା କ’ଣ ଏ ଛାତ୍ର ସମାଜ ଭୁଲିଯିବେକି? ବଲାଙ୍ଗୀରର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ଛାତ୍ରୀ ତଂଟିକଟା ଘଟଣାରେ ଛାତ୍ର ବିଜେଡ଼ି ମୁହଁ ଖୋଲିଲାଣିକି?ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଜାଲ ସାର୍ଟିଫିକେଟରେ ଆଡମିଶନ ଚାଲିଛି । ଏହି ସ୍କାମରେ ଛାତ୍ର ବିଜେଡ଼ି ଓ ଯୁବ ବିଜେଡ଼ିର କର୍ମକର୍ତା ସଂପୃକ୍ତ । ଆନ୍ଦୋଳନ ହେଲାପରେ ମଧ୍ୟ ସରକାରଙ୍କ ପକ୍ଷରୁ ଆଖିଦୃଶିଆ କାର୍ଯ୍ୟକ୍ରମ ଗ୍ରହଣ କରାଗଲା ନାହିଁ । ଯେଉଁଠି ଛାତ୍ର ବିଜେଡ଼ିର କର୍ମକତାମାନେ ଜାଲସାର୍ଟିଫିକେଟ କାରବାରରେ ସଂପୃକ୍ତ ସେଠି ଏ ସଂଗଠନର ଛାତ୍ର ମାନଙ୍କ କ’ଣ କାମ ରାଜ୍ୟବାସୀ ଜାଣି ରଖନ୍ତୁ ।
ରମାଦେବୀ ବିଶ୍ୱବିଦ୍ୟାଳୟର ନୂଆ ପାଚେରୀ ଭୁଷୁଡ଼ିବା ଘଟଣା, ବାଙ୍କି ସ୍ୱୟଂଶାସିତ ମହାବିଦ୍ୟାଳୟର ଖେଳପଡ଼ିଆର ନୂଆ ଗ୍ୟାଲେରି ଭୂଷୁଡିବା ଘଟଣା ଏବଂ ସାରା ରାଜ୍ୟରେ ଶିକ୍ଷାନୁଷ୍ଠାନର ଭିର୍ତିଭୂମି ନିର୍ମାଣରେ ଯେଉଁ ଦୁର୍ନୀତି ହେଉଛି ତା ବିରୋଧରେ ଛାତ୍ର ବିଜେଡ଼ି ପଦୁଟିଏ ମୁହଁ ଖୋଲିଲାଣିକି?
ଏବେ କେନ୍ଦ୍ର ସରକାରଙ୍କର ରିପୋର୍ଟ ଅନୁସାରେ ଓଡ଼ିଶାର ସ୍କୁଲ ଶିକ୍ଷାବ୍ୟବସ୍ଥା ଚରକ୍ସଲକ୍ଟକ୍ସଜ୍ଞବଦ୍ଭମର ଏକ୍ସବୟସଦ୍ଭଶ ସଦ୍ଭୟରଙ୍ଘ ରେ ୧୪ ସ୍ଥାନରୁ ୨୪ ସ୍ଥନାରେ ପଂହଚିଛି । ମାତ୍ର ଓଡ଼ିଶାରେ ୫ଟି ସ୍କୁଲର ପ୍ରଚାର ଚାଲିଛି । ଓଡ଼ିଶାର ସ୍କୁଲ ଶିକ୍ଷା
ବ୍ୟବସ୍ଥାର ଅସଲ ଅବସ୍ଥାଟି କ’ଣ ତାହା କେନ୍ଦ୍ର ସରକାର ଖୋଲିଦେଇଛନ୍ତି । ଅଧାସଂଖ୍ୟକ ଅଧ୍ୟାପକରେ ଓଡ଼ିଶାରେ
ବିଶ୍ୱବିଦ୍ୟାଳୟ, ସ୍ୱୟଂଶାସିତ ମହାବିଦ୍ୟାଳୟ ଚାଲିଛି । ଶିକ୍ଷାନୁଷ୍ଠାନର ଭିର୍ତିଭୂମି ଦୁର୍ବଳ । ପାନୀୟ ଜଳ ବ୍ୟବସ୍ଥା
ନାହିଁ । ମହିଳା ଶୌଚାଳୟ ପରିତ୍ୟକ୍ତ ଅବସ୍ଥାରେ ପଡ଼ିଛି । ଛାତ୍ରାବାସ ମାନଙ୍କର ପରିବେଶ ଅସ୍ୱାସ୍ଥ୍ୟକର । ସେଠାରେଯେଉଁ ଖାଦ୍ୟ ମିଳୁଛି ତାହା ଅଖାଦ୍ୟ ବୋଲି ବହୁ ଛାତ୍ରଛାତ୍ରୀ ଅଭିଯୋଗ କରୁଛନ୍ତି । କରୋନା ସମୟରେ ସ୍କୁଲ,କଲେଜ ହେଉନଥିବା ବେଳେ ପ୍ରାଇଭେଟ ସ୍କୁଲ ଓ କଲେଜର ମାଲିକମାନେ ଅଭିଭାବକମାନଙ୍କ ଠାରୁ ତଂଟି ଚିପି ଅର୍ଥଆଦାୟ କରୁଥିବା ବେଳେ ଛାତ୍ର ବିଜେଡ଼ି ନୀରବ ଥିଲା କାହିଁକି?ବିଧାନ ସଭାରେ ଉଚ୍ଚ ଶିକ୍ଷାମନ୍ତ୍ରୀ ରଖିଥିବା ଉତର ଅନୁଯାୟୀ ଓଡ଼ିଶାର ୫୧ଟି ସରକାରୀ ଡିଗ୍ରୀ କଲେଜରେ ୪୪.୮୦ପ୍ରତିଶତ ଶିକ୍ଷକ ପଦବୀ ଖାଲି ପଡ଼ିଛି । ରାଜ୍ୟରେ ସରକାରୀ ଡିଗ୍ରୀ କଲେଜରେ ସମୁଦାୟ ୨୩୦୬ ଟି ମଞ୍ଜୁରପ୍ରାପ୍ତଶିକ୍ଷକ ପଦବୀ ଥିବା ବେଳେ ସେଥିରୁ ୧୦୩୩ଟି ପଦବୀ ଖାଲି ପଡ଼ିଛି । ସେହିଭଳି ଇସୟରୟ ଡିଗ୍ରୀ କଲେଜରେମଞ୍ଜୁୂରିପ୍ରାପ୍ତ ସମୁଦାୟ ୬୪୯୯ଟି ପଦବୀ ଥିବା ବେଳେ ୧୮୫୮ ଟି ପଦବୀ ଖାଲି ପଡ଼ିଛି । ଏତଦ୍‌ଭିନ୍ନ ସରକାରୀକଲେଜରେ ମଞ୍ଜୁରିପ୍ରାପ୍ତ ୨୯୩୬ ଘକ୍ଟଦ୍ଭ ଞରବମଷସଦ୍ଭଶ ପଦବୀରୁ ୧୯୫୪ଟି ପଦବୀ ଖାଲି ପଡ଼ିଛି । ଶିକ୍ଷକ ପଦବୀ ଅଭାବରୁ ନାକ(ଘଇଇଉ) ମାନ୍ୟତାରେ ଓଡ଼ିଶାର ବିଶ୍ୱବିଦ୍ୟାଳୟ ଦୁର୍ବଳସ୍ଥିତିରେ ଅଛି । ୨୦୨୧ ରେ ଟଘଟଝଉଙ ର ରିପୋର୍ଟରେ ଓଡ଼ିଶାରେ ୩୧୯୭ ସରକାରୀ ଓ ପ୍ରାଇଭେଟ ସ୍କୁଲରେ ମାତ୍ର ଜଣେ ଜଣେ ଶିକ୍ଷକ ରହିଛନ୍ତି । ଏହା ଶିକ୍ଷାଅଧିକାର ଆଇନର ବିରୋଧି ।

ଓଡ଼ିଶାର ୧୨ଟି ବିଶ୍ୱବିଦ୍ୟାଳୟରେ ୧ହଜାରରୁ ଉଦ୍ଧ୍ୱର୍ ଶିକ୍ଷକ ପଦବୀ ଖାଲି ପଡ଼ିଛି । ଅର୍ଥାତ ସମୁଦାୟ
ମଞ୍ଜୁରୀପ୍ରାପ୍ତ ପଦବୀର ୫୭ ପ୍ରତିଶତ ଖାଲି ପଡ଼ିଛି । ଏପରିକି ରେଭେନ୍ସା ବିଶ୍ୱବିଦ୍ୟାଳୟରେ ମଞ୍ଜୁରପ୍ରାପ୍ତ ଶିକ୍ଷକ
ପଦବୀର ଅଧା ପଦବୀ ଖାଲି ପଡ଼ିଛି । ବିଜେଡ଼ି ସରକାର ଛାତ୍ରଛାତ୍ରୀ ମାନଙ୍କ ପାଇଁ ପର୍ଯ୍ୟପ୍ତ ଶିକ୍ଷକ ଯୋଗାଇ
ଦେଉନଥିବା ବେଳେ ବିଜୁ ଛାତ୍ର ଜନତା ଦଳ ବିଜେଡ଼ି ସରକାର ଆଗରେ ମୁହଁ ଖୋଲିଛନ୍ତିକି? ମୂଳକଥାଟି ହେଉଛି
ଆଜିର ଛାତ୍ର ବିଜେଡ଼ି କାର୍ଯ୍ୟକାରେଣୀରେ ଏସବୁ ପ୍ରସଙ୍ଗ ଉଠିଛି ନା ନାହିଁ । ଯଦି ନ ଉଠିଛି ତେବେ ଏ
ରାଜ୍ୟର ଛାତ୍ରମାନଙ୍କର ସ୍ୱାର୍ଥ ଦୃଷ୍ଟିରୁ ବିଜୁ ଛାତ୍ର ଜନତା ଦଳର କାର୍ଯ୍ୟାକାରିଣୀ ଏ ସଂପର୍କରେ ଆଲୋଚନା କରୁ
ଏବଂ ଛାତ୍ରସ୍ୱାର୍ଥ ପାଇଁ ରାଜ୍ୟ ସରକାର ଆଗରେ ମୁହଁ ଖୋଲୁ ।
ଆଜିର ସାମ୍ବାଦିକ ସମ୍ମିଳନୀରେ ରାଷ୍ଟ୍ରୀୟ ଛାତ୍ରକଂଗ୍ରେସର ସଂପାଦିକା ସୁଶ୍ରୀ ଅନୁଲେଖା ବୋଷା ଉପସ୍ଥିତ ରହି
ଓଡ଼ିଶାରେ ଛାତ୍ର ସଂସଦ ନିର୍ବାଚନ ଦାବି କରିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ପିସିସି ସାଧାରଣ ସଂପାଦକ ପ୍ରକାଶ
ମିଶ୍ର ମଧ୍ୟ ଉପସ୍ଥିତ ଥିଲେ ।

Leave A Comment

All fields marked with an asterisk (*) are required