Search for:
  • Home/
  • ରାଜ୍ୟ/
  • ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେପି ପ୍ରତିନିଧିମଣ୍ଡଳୀ

ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେପି ପ୍ରତିନିଧିମଣ୍ଡଳୀ

Spread the love

Loading

ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେପି ପ୍ରତିନିଧିମଣ୍ଡଳୀ
କଂଗ୍ରେସର ମିଛ ଭିଡିଓର ପ୍ରଚାର ପ୍ରସାର ଦାୟୀତ୍ୱ ନେଇଛି ବିଜେଡି: ଦିଲୀପ ମଲ୍ଲିକ
 ନିର୍ବାଚନ ଆସିଲେ ବିଜେଡି କୁମ୍ଭୀର କାନ୍ଦଣା କାନ୍ଦେ
 ନିଜ ହୀନ ସ୍ୱାର୍ଥ ଚରିତାର୍ଥ କରିବା ପାଇଁ ନିର୍ବାଚନ ସମୟରେ ସରଳ ଆଦିବାସୀ ଓ ଦଳିତମାନଙ୍କ ମନରେ ବିଷ ଭରିବା ପାଇଁ ହୀନ ପ୍ରୟାସ କରୁଛି ବିଜେଡି
 ଜାତୀୟ ସ୍ତରରେ କଂଗ୍ରେସ ଦଳ ଓ ଓଡ଼ିଶାରେ ବିଜେଡି ବର୍ତମାନ ଗୋଟିଏ ଡଙ୍ଗାରେ ବସି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କର ନକଲି ଭିଡିଓ ନେଇ ଅପପ୍ରଚାର କରୁଛନ୍ତି
 ପ୍ରଦୀପ ମାଝୀଙ୍କୁ ଗିରଫ କରିବା ସହିତ ଓ ମୂଳ ଚକ୍ରାନ୍ତକାରୀ ପାଣ୍ଡିଆନଙ୍କୁ ଏଭଳି ସମ୍ବଦନଶୀଳ ଘଟଣାରେ ତଦନ୍ତ ପରିସରଭୁକ୍ତ କରାଯାଉ
ଭୁବନେଶ୍ୱର, ତା.୦୧/୦୫: ବିଜେଡି ଆଦିବାସୀ, କୃଷକ, ଦଳିତ ଓ ଓବିସି ବିରୋଧୀ ବୋଲି ଓଡ଼ିଶାବାସୀ ଜାଣିଛନ୍ତି । ପୂର୍ବରୁ ବିଜେଡି ଆଦିବାସୀଙ୍କ ଜମିକୁ ଚଂଚକତା କରି ପୁଞ୍ଜୀପତିମାନଙ୍କୁ ବିକ୍ରି କରିବା ପାଇଁ ଚକ୍ରାନ୍ତ କରିଥିଲା ଯାହାକୁ ନେଇ ବିଜେପି ବିଧାନସଭା ଭିତରେ ଓ ବାହାରେ ପ୍ରତିବାଦ କରିଥିଲା । ନିର୍ବାଚନକୁ ଦୃଷ୍ଟିରେ ରଖି ସାମୟିକ ଭାବେ ନିଷ୍ପତିରୁ ଓହରି ଯାଇଛି ସତ, କିନ୍ତୁ ନିର୍ବାଚନ ପରେ ପୁଣି ଅସଲ ରୂପ ଦେଖାଇବ ବିଜେଡି । ବାସ୍ତବରେ ଆଦିବାସୀବିରୋଧୀ ବିଜେଡି ନିଜ ହୀନ ସ୍ୱାର୍ଥ ଚରିତାର୍ଥ କରିବା ପାଇଁ ନିର୍ବାଚନ ସମୟରେ ଆଦିବାସୀମାନଙ୍କ ମନରେ ବିଷ ଭରିବା ପାଇଁ ପ୍ରୟାସ କରୁଛି । ଜାତୀୟ ସ୍ତରରେ କଂଗ୍ରେସ ଦଳ ଓ ଓଡ଼ିଶାରେ ବିଜେଡି ବର୍ତମାନ ଗୋଟିଏ ଡଙ୍ଗାରେ ବସି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କର ନକଲି ଭିଡିଓ ନେଇ ଅପପ୍ରଚାର କରୁଛନ୍ତି । ଆଜି କଂଗ୍ରେସ ମିଛ ଭିଡିଓ ପ୍ରସ୍ତୁତ କରୁଛି ଏବଂ ଏହାର ପ୍ରଚାର ପ୍ରସାର ଦାୟୀତ୍ୱ ନେଇଛି ବିଜେଡି । ବିଜୁ ଜନତା ଦଳର ନବରଙ୍ଗପୁରର ସାଂସଦ ପ୍ରାର୍ଥୀ ପ୍ରଦୀପ ମାଝୀ ଏକ ନିର୍ବାଚନୀ ସଭାରେ ଗୃହମନ୍ତ୍ରୀ ଅମିତ ଶାହଙ୍କ ଏହି ନକଲି ଭିଡିଓ ଦେଖାଇ ବିଜେପିକୁ ଭୋଟ ନଦେବା ପାଇଁ କହୁଛନ୍ତି । ଏହା କେବଳ ଆଚରଣ ବିଧିର ଘୋର ଉଲଘଂନ ନୁହେଁ ବରଂ ଆଦିବାସୀମାନଙ୍କୁ ହିଂସା କରିବା ପାଇଁ ଉସୁକାଇବାର ଅପଚେଷ୍ଟା । ବିଜେପି ସଂରକ୍ଷଣ ହଟେଇ ଦେବ ବୋଲି ତଥାକଥିତ ଗୁମାସ୍ତା ଓ ବିଜେଡିର ନବରଙ୍ଗପୁର ବିଜେଡି ପ୍ରାର୍ଥୀ ପ୍ରଦୀପ ମାଝୀ ଚିତ୍କାର କରି କହୁଛନ୍ତି । ଯାହା ସଂପୂର୍ଣ୍ଣ ମିଛ ଓ ଭିତିହୀନ । କେବଳ ମିଛ କହି ଭୋଟ ନେବାର ଉଦ୍ୟମ କରୁଛନ୍ତି । ଏହି ପ୍ରସଙ୍ଗକୁ ନେଇ ରାଜ୍ୟ ମୁଖପାତ୍ର ଦିଲୀପ ମଲ୍ଲିକଙ୍କ ନେତୃତ୍ୱରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ପ୍ରଦୀପ ମାଝୀଙ୍କୁ ଗିରଫ କରିବା ସହିତ ଓ ମୂଳ ଚକ୍ରାନ୍ତକାରୀ ପାଣ୍ଡିଆନଙ୍କୁ ଏଭଳି ସମ୍ବେଦନଶୀଳ ଘଟଣାରେ ତଦନ୍ତ ପରିସରଭୁକ୍ତ କରିବାକୁ ଦାବି କରିଛନ୍ତି ।
ନିର୍ବାଚନ ହାରିବା ଭୟରେ ବିଜୁ ଜନତା ଦଳର ନେତାମାନେ ସରଳ ଅଦିବାସୀ ଓ ଦଳିତମାନଙ୍କ ମନରେ ବିଷ ଭରିବାର ହୀନ ପ୍ରୟାସ କରୁଛନ୍ତି । ଯେଉଁଥିରେ କି ସେମାନେ ଆଦୌ ସଫଳ ହେବେନାହିଁ । ଯେଉଁ ବିଜୁ ଜନତା ଦଳ ଗତ ପଂଚାୟତ ଓ ପୌର ନିର୍ବାଚନରେ ଆଦିବାସୀମାନଙ୍କୁ ସେମାନଙ୍କର ନିର୍ଦ୍ଧିଷ୍ଟ ଅଂଚଳ ଛାଡି ସମଗ୍ର ରାଜ୍ୟରେ ନିର୍ବାଚନ ଲଢିବାର ସୁଯୋଗରୁ ବଂଚିତ କରିଥିଲା । ସେହି ଦଳର ଆଦିବାସୀ ପ୍ରିତି କେତେ ତାହା ଆଦିବାସୀ ବର୍ଗ ଭଲଭାବେ ଜାଣିଛନ୍ତି । ଧାରାବାହିକ ଭାବେ ଦେଖା ଦେଇଛି ମୁଖ୍ୟମନ୍ତ୍ରୀ ଓ ତାଙ୍କ ଦଳ ଦଳିତ ଓ ଆଦିବାସୀମାନଙ୍କୁ ସେମାନଙ୍କର ସାମାଜିକ, ଆର୍ଥିକ ଓ ଶିକ୍ଷା କ୍ଷେତ୍ରରେ ଥିବା ସାମ୍ବିଧାନିକ ଅଧିକାରକୁ ମଳିମକଚି ଦେଇ କେବଳ ଭୋଟ ସର୍ବସ୍ୱ ରାଜନୀତି କରିଆସିଛି । ନିର୍ବାଚନ ଆସିଲେ ବିଜେଡି କୁମ୍ଭୀର କାନ୍ଦଣା କାନ୍ଦେ ବୋଲି ଶ୍ରୀ ମଲ୍ଲିକ କହିଛନ୍ତି ।
ବାସ୍ତବରେ ଉଭୟ କଂଗ୍ରେସ ଓ ବିଜେଡି ସଂରକ୍ଷଣ ବିରୋଧୀ । ସଂରକ୍ଷଣକୁ ପସନ୍ଦ କରେ ନାହିଁ ବୋଲି କହିଥିଲେ ପ୍ରଥମ ପ୍ରଧାନମନ୍ତ୍ରୀ ସ୍ୱର୍ଗତଃ ଜବାହାରଲାଲ ନେହେରୁ । ପଛୁଆ ବର୍ଗଙ୍କ ସଂରକ୍ଷଣକୁ ବିରୋଧ କରି ବିଜୁ ପଟ୍ଟନାୟକ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ବିଜେପି ସଂରକ୍ଷଣ ହଟେଇ ଦେବ ବୋଲି ତଥାକଥିତ ଗୁମାସ୍ତା ଓ ବିଜେଡିର ନବରଙ୍ଗପୁର ବିଜେଡି ପ୍ରାର୍ଥୀ ପ୍ରଦୀପ ମାଝୀ ଚିତ୍କାର କରି କହୁଛନ୍ତି । ଯାହା ସଂପୂର୍ଣ୍ଣ ମିଛ ଓ ଭିତିହୀନ । କେବଳ ମିଛ କହି ଭୋଟ ନେବାର ଉଦ୍ୟମ କରୁଛନ୍ତି ବୋଲି ଶ୍ରୀ ମଲ୍ଲିକ କହିଛନ୍ତି ।
ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ସ୍ୱର୍ଗତଃ ଅଟଳ ବିହାରୀ ବାଜପେୟୀଙ୍କ ମନ୍ତ୍ରୀମଣ୍ଡଳରେ ପ୍ରଥମ ଥର ପାଇଁ ଆଦିବାସୀ କଲ୍ୟାଣ ମନ୍ତ୍ରାଳୟ ଗଠନ ହୋଇଥିଲା । ବର୍ତମାନର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଆଦିବାସୀଙ୍କ କଲ୍ୟାଣ ଓ ବିକାଶ ପାଇଁ ଯୁଗାନ୍ତକାରୀ ପଦକ୍ଷେପ ନେଇଛନ୍ତି । ପ୍ରଥମ ଥର ପାଇଁ ଜଣେ ଆଦିବାସୀ ସଂପ୍ରଦାୟର ମହିଳାଙ୍କୁ ସମ୍ବିଧାନର ସର୍ବୋଚ୍ଚ ସ୍ଥାନ ରାଷ୍ଟ୍ରପତି ପଦବୀରେ ଅଳଙ୍କୃତ କରିଛନ୍ତି । ସେହିପରି ମୋଦି ସରକାର ଓବିସି କମିସନଙ୍କୁ ସାମ୍ବିଧାନିକ ମର୍ଯ୍ୟାଦା ଦେଇଛନ୍ତି ବୋଲି ଶ୍ରୀ ମଲ୍ଲିକ କହିଛନ୍ତି ।
ଏହି ପ୍ରତିନିଧିମଣ୍ଡଳୀରେ ରାଜ୍ୟ ମୁଖପାତ୍ର ସତ୍ୟବ୍ରତ ପଣ୍ଡା, ଉର୍ମିଳା ମହାପାତ୍ର, ରାଜ୍ୟ ନିର୍ବାଚନ ସେଲ୍ ସଂଯୋଜକ ଜୟନ୍ତ ଜେନା, ଅନୁସୂଚିତ ଜାତିମୋର୍ଚ୍ଚାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ସୁଶାନ୍ତ ମଲ୍ଲିକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଶୋକ ସେଠୀ, ଖୋର୍ଦ୍ଧା ଜିଲ୍ଲା ମୋର୍ଚ୍ଚା ସଭାପତି ଶିବ ପ୍ରସାଦ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Comment

All fields marked with an asterisk (*) are required