Search for:
  • Home/
  • ରାଜ୍ୟ/
  • ମଧ୍ୟ ଆସନ ପ୍ରାର୍ଥୀ ବୁନୁ ଓରଫ ଅନନ୍ତ ନାରାୟଣ ଜେନା କିପରି ବିଜୟ ଲାଭ କରିବେ, ସେ ନେଇ ତାଙ୍କର ମୁଣ୍ଡ ବିନ୍ଧା

ମଧ୍ୟ ଆସନ ପ୍ରାର୍ଥୀ ବୁନୁ ଓରଫ ଅନନ୍ତ ନାରାୟଣ ଜେନା କିପରି ବିଜୟ ଲାଭ କରିବେ, ସେ ନେଇ ତାଙ୍କର ମୁଣ୍ଡ ବିନ୍ଧା

Spread the love

Loading

ଭୁବନେଶ୍ୱର:ନିଜ ଚିନ୍ତା ଛାଡି ବିଧାୟକ ସୁଶାନ୍ତ ରାଉତ ଓରଫ ବାପୁ ଏବେ ଭୁବନେଶ୍ୱର ମଧ୍ୟ ନିର୍ବାଚନ ଆସନରେ ମୁଣ୍ଡ ପୁରାଇଛନ୍ତି । ମଧ୍ୟ ଆସନ ପ୍ରାର୍ଥୀ ବୁନୁ ଓରଫ ଅନନ୍ତ ନାରାୟଣ ଜେନା କିପରି ବିଜୟ ଲାଭ କରିବେ, ସେ ନେଇ ତାଙ୍କର ମୁଣ୍ଡ ବିନ୍ଧା ଆରମ୍ଭ ହୋଇଛି । ନିଜ ଅଞ୍ଚଳରେ ଅସନ୍ତୁଷ୍ଟଙ୍କୁ ମ୍ୟାନେଜ ନକରି, ବାପୁ ମଧ୍ୟ ଆସନରେ ମୁଣ୍ଡ ଖେଳାଇବାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀରେ ବୁନୁଙ୍କୁ ଘୋର ବିରୋଧ କରାଯାଉଛି । ୱିଇ ଫର ଭୁବନେଶ୍ୱର ସଂଗଠନ ସମେତ ଆଶାୟୀ ପ୍ରାର୍ଥୀ ଅମରେଶ ଜେନା, ରୁଦ୍ର ନାରାୟଣ ସାମନ୍ତରାୟ ବିରୋଧ କରୁଥିବାରୁ ବୁନୁ ଶିବିର ଚିନ୍ତାଶୀଳ ହୋଇପଡିଛି । ଏହାର ସମାଧାନ ପାଇଁ ବୁନୁ ଦଳ ଓ ବାପୁଙ୍କ ଶରଣ ପଶିଛନ୍ତି । ଦଳ ପକ୍ଷରୁ ଅମରେଶ ଓ ରୁଦ୍ରଙ୍କୁ ଡାକି ଏକ ପ୍ରକାର ମ୍ୟାନେଜ କରାଯାଇଥିବା ବେଳେ ୱିଇ ଫର ଭୁବନେଶ୍ୱର ଓ କେତେକ ଅସନ୍ତୁଷ୍ଟ ପୂର୍ବତନ କର୍ପୋରେଟରଙ୍କୁ କିଏ ବୁଝାଇବ, ତାହାକୁ ନେଇ ବୁନୁ ଚିନ୍ତାରେ ପଡିଯାଇଥିଲେ ।

ଏହି ଦାୟିତ୍ୱ ବାପୁ ହିଁ ତୁଲାଇ ପାରିବେ ବୋଲି ସେ ଜାଣିବାକୁ ପାଇଥିଲେ । ପରେ ସେ ବାପୁଙ୍କ ପ୍ରାର୍ଥୀପତ୍ର ଦାଖଲରେ ସାମିଲ ହୋଇ ତାଙ୍କର ପ୍ରିୟପାତ୍ର ହୋଇଥିଲେ । ପ୍ରାର୍ଥୀପତ୍ର ଦାଖଲରେ ବୁନୁ ସାମିଲ ହେବା ପରେ ବାପୁଙ୍କ ଦରଦ ବଢିଥିଲା । ପରେ ସେ ନିଜ ନିର୍ବାଚନ ମଣ୍ଡଳୀର ଅସନ୍ତୁଷ୍ଟ ନେତାଙ୍କୁ ମନାଇବା ପରିବର୍ତ୍ତେ ମଧ୍ୟ ଆସନରେ ମୁଣ୍ଡ ପୁରାଇଥିଲେ । ଅସନ୍ତୁଷ୍ଟ କର୍ପୋରେଟର, ପୂର୍ବତନ କର୍ପୋରେଟର ଓ ୱିଇ ଫର ଭୁବନେଶ୍ୱର ସଦସ୍ୟଙ୍କୁ ଡାକି ବୁଝାସୁଝା କରୁଛନ୍ତି । ‘ମୋ ଜୀବନ ପଛେ ନର୍କେ ପଡିଥାଉ, ଜଗତେ ଉଦ୍ଧାର ହେଉ…’ ନିତୀରେ ବାପୁ ନିଜ ଚିନ୍ତା ଛାଡି ମଧ୍ୟ ନିର୍ବାଚନ ମଣ୍ଡଳୀରେ ମୁଣ୍ଡ ଖେଳାଇ ଚର୍ଚ୍ଚାକୁ ଆସିଛନ୍ତି ।

ଅନ୍ୟପକ୍ଷରେ ବାପୁଙ୍କ ଉତ୍ତର ନିର୍ବାଚନ ମଣ୍ଡଳୀରେ ଅସନ୍ତୋଷ ବଢିବାରେ ଲାଗିଛି । ଗତ କର୍ପୋରେଟର ନିର୍ବାଚନ ସମୟରେ ସଠିକ ପ୍ରାର୍ଥୀ ଚୟନ ନହେବାରୁ ତୃଣମୂଳ ସଂଗଠନରେ ଫାଟ ସୃଷ୍ଟି ହୋଇଥିଲା । ବାପୁଙ୍କ ଭୂଲ ନିଷ୍ପତ୍ତି ଯୋଗୁଁ ବିଜେଡି କେତେକ କର୍ପୋରେଟର ସିଟ୍ ହାତଛଡା କରିଥିଲା । ସେହି ଫାଟ ଏବେ ବଢିବାରେ ଲାଗିଛି । କେତେକ ୱାର୍ଡକୁ ଯାଇ ବାପୁ ଏହାର ସମାଧାନ କରିବାକୁ ଚେଷ୍ଠା କରିଥିଲେ ମଧ୍ୟ ତାହା ସଫଳ ହୋଇପାରିନାହିଁ । କାରଣ ଯେଉଁମାନଙ୍କର କର୍ପୋରେଟର ଟିକେଟ କଟିଥିଲା, ସେମାନେ ଏବେ ବିଜେପି ପ୍ରାର୍ଥୀ ପ୍ରିୟଦର୍ଶୀ ମିଶ୍ରଙ୍କୁ ସମର୍ଥନ କରୁଛନ୍ତି । ଯଦି ଏଭଳି ସ୍ଥିତି ଶେଷ ପର୍ଯ୍ୟନ୍ତ ଲାଗି ରହେ, ତେବେ ବିଜେଡି ପାଇଁ ସମସ୍ୟା ହେବା ନିଶ୍ଚିତ ବୋଲି

Leave A Comment

All fields marked with an asterisk (*) are required