୧୦୦ କୋଟିର କାମ ପାଇଁ ହେଉଥିଲା ଡିଲ୍!
କୋଟିଏ ଟଙ୍କା ସହ ଆଦିତ୍ୟ ଇନଫ୍ରା ମାଲିକଙ୍କୁ ଧରିଲା ସିବିଆଇ ୧୦୦ କୋଟିର କାମ ପାଇଁ ହେଉଥିଲା ଡିଲ୍!
ଭୁବନେଶ୍ୱର: ଶନିବାର ରାତିରେ ହୋଟେଲ ମେ’ ଫେୟାର ସାମନାରୁ ୪ ଜଣ ବ୍ୟକ୍ତିଙ୍କୁ ଉଠାଇ ନେଇଛି ସିବିଆଇ । ୨ ଜଣ ହୋଟେଲ ସାମନାରେ ପାର୍କିଂ ହୋଇଥିବା ଏକ ମର୍ସିଡିଜ୍ କାର୍ ଭିତରେ ବସିଥିବା ବେଳେ ଅନ୍ୟ ଦୁଇ ଜଣ ହୋଟେଲ ଭିତରେ ସେମାନଙ୍କୁ ଅପେକ୍ଷା କରିଥିବା କୁହାଯାଉଛି । କାର୍ ରୁ କୋଟିଏରୁ ଅଧିକ ଟଙ୍କା ଏବଂ ବିପୁଳ ସୁନା ଅଳଙ୍କାର ଠାବ ହୋଇଥିବା ଜଣାପଡ଼ିଛି । ନୟାପଲ୍ଲୀ ପୁଲିସ ସହଯୋଗରେ ସିବିଆଇର ଏହି ରେଡ୍ କୁ ନେଇ ହଟଚମଟ ସୃଷ୍ଟି ହୋଇଛି ।
ଅନ୍ୟ ଏକ ସୂତ୍ରର ଖବର ଅନୁଯାୟୀ, ଆଦିତ୍ୟ ଦେବ ଇନଫ୍ରା ପ୍ରାଇଭେଟ୍ ଲିମିଟେଡକୁ ସରକାରୀ ଅନୁଗ୍ରହ ଦେବା ପଛରେ ଜଣେ ବରିଷ୍ଠ ତଥା ପ୍ରଭାବଶାଳୀ ଅଧିକାରୀଙ୍କର ସଂପୃକ୍ତି ରହିଛି । ୧୦୦ କୋଟି ଟଙ୍କାର କାମକୁ ସଂସ୍ଥା ହାତରେ ଟେକି ଦେବା ଯୋଜନାରେ ସଂପୃକ୍ତ ବରିଷ୍ଠ ଅଧିକାରୀଙ୍କର ମୁଖ୍ୟ ଭୂମିକା ଥିବା ଚର୍ଚ୍ଚା ହେଉଛି ।ତେବେ ଏ ସମ୍ପର୍କରେ ଠୋସ୍ ତଥ୍ୟ ମିଳିପାରିନାହିଁ । ଖୁବ୍ ଶୀଘ୍ର ସିବିଆଇ ଏହାର ଖୁଲାସା କରିବ ବୋଲି ଜଣାପଡ଼ିଛି ।