Search for:
  • Home/
  • ରାଜ୍ୟ/
  • ପିଜିଆଇଏମଇଆର୍‌ ଏବଂ କ୍ୟାପିଟାଲ ହସ୍ପିଟାଲରେ କର୍ମଶାଳା

ପିଜିଆଇଏମଇଆର୍‌ ଏବଂ କ୍ୟାପିଟାଲ ହସ୍ପିଟାଲରେ କର୍ମଶାଳା

Spread the love

Loading

ପିଜିଆଇଏମଇଆର୍‌ ଏବଂ କ୍ୟାପିଟାଲ ହସ୍ପିଟାଲରେ କର୍ମଶାଳା

ଭୁବନେଶ୍ବର, ୦୮.୦୭ : ପିଜିଆଇଏମଇଆର୍‌ ଏବଂ କ୍ୟାପିଟାଲ ହସ୍ପିଟାଲର ଅସ୍ଥିଶଲ୍ୟ ବିଭାଗ ଆନୁକୂଲ୍ୟରେ ଅସ୍ଥିକର୍କଟ ସମ୍ବନ୍ଧିତ ଏକ କର୍ମଶାଳା ଆଜି ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି। ଏହାକୁ ଓଡ଼ିଶା ଅର୍ଥୋପେଡିକ ଆସୋସିଏସନର ସଭାପତି ସସ୍କାର ରାଓ, ପିଜିଆଇଏମ୍‌ଇଆର୍‌ର ନିର୍ଦ୍ଦ‌େଶିକା ପ୍ରଫେସର୍‌ ନିବେଦିତା ପାଣି, ହସ୍ପିଟାଲ ନିର୍ଦ୍ଦ‌େଶକ ଡା. ଲକ୍ଷ୍ମୀଧର ସାହୁ ଉଦ୍‌ଘାଟନ କରିଥିଲେ। ବିଭାଗ ମୁଖ୍ୟ ଡା. ବିଶ୍ବଜିତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ ଓ ରଜ୍ୟବାହାରର ବହୁ ଅସ୍ଥିଶଲ୍ୟ ବିଶେଷଜ୍ଞ ଯୋଗ ଦେଇଥିଲେ। ବିଶେଷଜ୍ଞମାନେ କହିଥିଲେ ଯେ ଅସ୍ଥି କର୍କଟକୁ ପ୍ରାରମ୍ଭିକ ପର୍ଯ୍ୟାୟରୁ ନିରୂପଣ ଓ ଚିକିତ୍ସା କରାଯାଇପାରିଲେ, ରୋଗୀଟିଏ ଏଥିରୁ ସଂପୂର୍ଣ୍ଣ ଆରୋଗ୍ୟ ଲାଭ କରିପାରିବ। ଏବେ ବୈଜ୍ଞାନିକମାନେ ବିଭିନ୍ନ ମେସିନ୍‌ ଆବିଷ୍କାର କରୁଥିବାରୁ ଆଗାମୀ ଦିନରେ ଏହି ଅସ୍ଥି କର୍କଟର ଚିକିତ୍ସା ଲାଗି ଶରୀରରୁ ଅଙ୍ଗପ୍ରତ୍ୟଙ୍ଗ ଅଲଗ‌ା‌ କରିବା ଆବଶ୍ୟକ ପଡ଼ିବ ନାହିଁ। କର୍ମଶାଳାରେ ଡା. କେ.ଆର୍‌ ମହାପାତ୍ରଙ୍କ ସମେତ ପିଜିଆଇ ଛାତ୍ରଛାତ୍ରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।

Leave A Comment

All fields marked with an asterisk (*) are required