Search for:
  • Home/
  • ରାଜ୍ୟ/
  • ବିଧାନସଭାରେ ୬ ଟି ସିଏଜି ରିପୋର୍ଟ ଉପସ୍ଥାପିତ

ବିଧାନସଭାରେ ୬ ଟି ସିଏଜି ରିପୋର୍ଟ ଉପସ୍ଥାପିତ

Spread the love

Loading

ଭୁବନେଶ୍ୱର -ଆଜି ଅପରାହ୍ନରେ ଚଳିତ ବିଧାନସଭାରେ 6ଟି ସିଏଜି ରିପୋର୍ଟ ଉପସ୍ଥାପିତ ହୋଇ ଯାଇଅଛି l ଭାରତର ନିୟନ୍ତ୍ରକ ତଥା ମହଲେଖାପରୀକ୍ଷକଙ୍କ 2022 ମାର୍ଚ୍ଚରେ ସମାପ୍ତ ବର୍ଷପାଇଁ ଓଡିଶା ସରକାରଙ୍କ ସମ୍ପର୍କିତ ଅନୁପାଳନ ସମୀକ୍ଷା ପ୍ରତିବେଦନ, ଅନୁସୂଚିତ ଅଂଚଳରେ ଜମି ପରିଚାଳନା,2023 ମାର୍ଚ୍ଚରେ ସମାପ୍ତ ବର୍ଷପାଇଁ ରାଜ୍ୟର ଆର୍ଥିକ ସ୍ଥିତିର ପ୍ରତିବେଦ ଉପରେ ସିଏଜି ରିପୋର୍ଟ ଓଡିଶା ବିଧାନସଭାରେ ଆଜି ଉପସ୍ଥାପିତ ହୋଇ ଯାଇଅଛି I ଏହା ପରେ ପ୍ରଧାନ ମହାଲେଖାକାର କାର୍ଯ୍ୟାଳୟ ପକ୍ଷରୁ ପ୍ରଧାନ ମହାଲେଖାକାର ରାଜ କୁମାର ,ମହାଲେଖାକାର ବିଶ୍ୱନାଥ ସିଂହ ଜାଡନ ଅଡିଟ ପୁସ୍ତିକା ଉନ୍ମୋଚନ କରିବା ସହ ଖବରଦାତା ମାନଙ୍କୁ ସିଏଜି ରିପୋର୍ଟ ସୂଚନା ପ୍ରଦାନ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ଉପ-ମହାଲେଖାକାର ତାନ୍ୟା ଆମ୍ବାସ୍ତା, ଶୁଭମ ସ୍ୱାମୀ,ସଚିନ କ୍ରିଷ୍ଣା କୌଶିକ, ଏସ. ରାଧିକା, ବରିଷ୍ଠ ଲେଖା ପରୀକ୍ଷା ଅଧିକାରୀ ସୁକାନ୍ତ ମଲ୍ଲ, ଅରୁଣ କୁମାର ସେଠୀ, ଅଶୋକ କୁମାର ନନ୍ଦ,ଶ୍ରୀ ଶ୍ରୀମନ୍ତ ପଣ୍ଡା,ବି.ଏନ ଦାସ ନିରଞ୍ଜନ ପଣ୍ଡା, ହୃଦୟ ରଞ୍ଜନ ବିଶ୍ୱାଳ, ଚିତ୍ରସେନ ମହାନ୍ତି,ଚିନ୍ମୟ ହୋତା ଉପସ୍ଥିତ ଥିଲେ l

Leave A Comment

All fields marked with an asterisk (*) are required