Search for:
  • Home/
  • ରାଜ୍ୟ/
  • ଦରଦାମ ବୃଦ୍ଧି ପ୍ରସଙ୍ଗରେ ନବୀନ ବାବୁଙ୍କ ବକ୍ତବ୍ୟ ଶୋଭା ପାଉ ନାହିଁ :ଦିଲୀପ ମହାନ୍ତି

ଦରଦାମ ବୃଦ୍ଧି ପ୍ରସଙ୍ଗରେ ନବୀନ ବାବୁଙ୍କ ବକ୍ତବ୍ୟ ଶୋଭା ପାଉ ନାହିଁ :ଦିଲୀପ ମହାନ୍ତି

Spread the love

Loading

ଦରଦାମ ବୃଦ୍ଧି ପ୍ରସଙ୍ଗରେ ନବୀନ ବାବୁଙ୍କ ବକ୍ତବ୍ୟ ଶୋଭା ପାଉ ନାହିଁ :ଦିଲୀପ ମହାନ୍ତି

 ଚିଠି ଲେଖି ଦେଇ ନିଜ ମୁଣ୍ଡରୁ ଦୋଷ ଛଡାଇବା ନବୀନ ବାବୁଙ୍କ ପୁରୁଣା ଅଭ୍ୟାସ
 ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଖାଉଟିଙ୍କ ସମସ୍ୟା ପ୍ରତି ଯଥେଷ୍ଟ ଯତ୍ନବାନ ଓ ଜାଗ୍ରତ ଅଛନ୍ତି
 ଖାଉଟିଙ୍କ ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର ଠୋସ ପଦକ୍ଷେପ ଗ୍ରହଣ କରୁଛନ୍ତି ଏବଂ ଆଗାମୀ ଦିନରେ ଏହାର ସୁଫଳ ରାଜ୍ୟବାସୀ ଦେଖିବାକୁ ପାଇବେ

ଭୁବନେଶ୍ୱର,ତା.୨୬/୦୭: ନିଜ ୨୫ ବର୍ଷ ଶାସନରେ ଓଡିଶାକୁ କୈାଣସି କ୍ଷେତ୍ରରେ ଆତ୍ମନିର୍ଭରଶୀଳ ରାଜ୍ୟ ଭାବେ ଗଢି ତୋଳିନାହାନ୍ତି ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧିନ ବିଜେଡି ସରକାର । ବିଶେଷ ଭାବେ ନିତ୍ୟ ବ୍ୟବହାର୍ଯ୍ୟ ଖାଦ୍ୟ ଶସ୍ୟ ପାଇଁ ଓଡିଶା ରାଜ୍ୟ ଅନ୍ୟ ରାଜ୍ୟ ଉପରେ ନିର୍ଭରଶୀଳ । ବିଜେଡି ଶାସନ କାଳରେ ଆରମ୍ଭ ହୋଇଥିବା ଆଳୁ ମିଶନର ବିଫଳତା ଏଥି ପାଇଁ ସଂପୂର୍ଣ୍ଣ ଦାୟୀ । ସେହିପରି ନିଜର ଦୀର୍ଘ ଶାସନ କାଳରେ ଗୋଟିଏ ହେଲେ ନୂତନ ଶୀତଳ ଭଣ୍ଡାର ନିର୍ମାଣ କରିବାରେ ଅସମର୍ଥ ହୋଇଛି ବିଜେଡି । ଦରଦାମ ବୃଦ୍ଧି ପ୍ରସଙ୍ଗରେ ବର୍ତମାନର ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କ ବକ୍ତବ୍ୟ ଶୋଭା ପାଉ ନାହିଁ ଏବଂ ସମାନ ପ୍ରସଙ୍ଗରେ ବିଜେଡି ଦଳର ବକ୍ତବ୍ୟ ଅତ୍ୟନ୍ତ ହାତ୍ସ୍ୟାସ୍ପଦ ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ଦିଲୀପ ମହାନ୍ତି କହିଛନ୍ତି ।
ସେହିପରି ଚିଠି ଲେଖି ଦେଇ ନିଜ ମୁଣ୍ଡରୁ ଦୋଷ ଛଡାଇବା ନବୀନ ବାବୁଙ୍କ ପୁରୁଣା ଅଭ୍ୟାସ, ଯାହା ବର୍ତମାନ ବି ଜାରୀ ରହିଛି । ଅନ୍ୟ ପଟେ ମାତ୍ର ଦେଢ ମାସ ତଳେ ଦାୟୀତ୍ୱ ନେଇଥିବା ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଖାଉଟିଙ୍କ ସମସ୍ୟା ପ୍ରତି ଯଥେଷ୍ଟ ଯତ୍ନବାନ ଓ ଜାଗ୍ରତ ଅଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ବିଭାଗୀୟ ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ର ତତକ୍ଷଣାତ ହସ୍ତକ୍ଷେପ କରି କଳାବଜାରୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଖାଉଟିଙ୍କ ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର ଠୋସ ପଦକ୍ଷେପ ଗ୍ରହଣ କରୁଛନ୍ତି ଏବଂ ଆଗାମୀ ଦିନରେ ଏହାର ସୁଫଳ ରାଜ୍ୟବାସୀ ଦେଖିବାକୁ ପାଇବେ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

 

Leave A Comment

All fields marked with an asterisk (*) are required