ମିଥ୍ୟା କେସ ବିରୁଦ୍ଧରେ ପୋଲିସ କମିଶନର ଙ୍କୁ ଭେଟିଲା ରେଭେନ୍ସା ହେରିଟେଜ ଫୋରମ୍ l
ରେଭେନ୍ସା ନାମ ପରିବର୍ତ୍ତନ ଆନ୍ଦୋଳନ l
ମିଥ୍ୟା କେସ ବିରୁଦ୍ଧରେ ପୋଲିସ କମିଶନର ଙ୍କୁ ଭେଟିଲା ରେଭେନ୍ସା ହେରିଟେଜ ଫୋରମ୍ l
ଭୁବନେଶ୍ୱର:୨୦.୦୯.୨୪ରେଭେନ୍ସା ବିଶ୍ବବିଦ୍ୟାଳୟର ନାମ ପରିବର୍ତ୍ତନ ବିରୁଦ୍ଧରେ କଟକ ଠାରେ ଅନୁଷ୍ଠିତ ମଶାଲ ଶୋଭାଯାତ୍ରା ରେ ଯୋଗ ଦେଇଥିବା ରେଭେନ୍ସା ବିଶ୍ବବିଦ୍ୟାଳୟର ପୂର୍ବତନ ଛାତ୍ର ନେତାଙ୍କ ବିରୁଦ୍ଧରେ ହୋଇଥିବା ପୋଲିସ କେସ ବିରୁଦ୍ଧରେ ଆଜି ଆଜି ରେଭେନ୍ସା ହେରିଟେଜ ଫୋରମ୍ ପକ୍ଷରୁ ଦୈତ୍ୟ ନଗରୀ ର ପୋଲିସ କମିଶନର ଏକ ପ୍ରତିନିଧି ଦଳ ଭେଟିଛନ୍ତି l
ଫୋରମ୍ ର ସଂଯୋଜକ ଶ୍ରୀ ସୁଦର୍ଶନ ଦାସ ଙ୍କ ନେତୃତ୍ଵ ରେ ଶ୍ରୀ ବଦ୍ରିନାରାୟଣ ମହାନ୍ତି, ମନୋଜ ସାହୁ, ସଞ୍ଜୀବ ପତ୍ରୀ, ଲେଲିନ ମହାନ୍ତି, ତପନ ମିଶ୍ର, ଗଣେଶ ତ୍ରିପାଠୀ ପ୍ରମୁଖ ପୋଲିସ କମିଶନର ଙ୍କୁ ଆଜି ସନ୍ଧ୍ୟାରେ ଭେଟି ଆଲୋଚନା କରିଥିଲେ l
ପ୍ରକାଶ ଥାଉ କି ରେଭେନ୍ସା ବିଶ୍ବବିଦ୍ୟାଳୟର ପୂର୍ବତନ ଛାତ୍ର ନେତା ଶ୍ରୀ ବ୍ୟୋମକେଶ ରାୟ, ଶ୍ରୀ ଲେନିନ ମହାନ୍ତି ଓ ବବି ଖlନ ଙ୍କ ବିରୁଦ୍ଧରେ କଟକର ମାଲଗୋଦାମ ଥାନା ରେ ଏତେଲା ଦିଆ ଯାଇଛି l ଉଦ୍ଦେଶ୍ୟ ପ୍ରଣୋଦିତ ଭାବରେ ଆନ୍ଦୋଳନ କୁ ଭଣ୍ଡୁର କରିବା ପାଇଁ ଏହିଭଳି ମିଥ୍ୟା କେଶ ପୂର୍ବତନ ଛାତ୍ର ନେତା ବିରୁଦ୍ଧରେ ଦିଆ ଯାଇଛି l ଏପରିକି ସେମାନଙ୍କ ବିରୁଦ୍ଧରେ ଅସ୍ତ୍ର ଶସ୍ତ୍ର ଆଇନ ମଧ୍ୟ ଲାଗୁ କରାଯାଇଛି l ଏହା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ବୋଲି ପ୍ରତିନିଧି ଦଳ କହିଥିଲେ l
ଉତ୍ତରରେ ପୋଲିସ କମିଶନର ରୁଜୁ ହୋଇଥିବା କେଶ ର ନିରପେକ୍ଷ ତଦନ୍ତ ହେବ l ଜଣେ ଏତଲା ଦାଖଲ କଲା ଅର୍ଥ ନୁହଁ ଅଭିଯୁକ୍ତ କେଶ ଲାଗୁ ହୋଇଯିବ l ପୋଲିସ ତଦନ୍ତ କରି ସତ୍ୟାସତ୍ୟ କୁ ଜାଣିଲା ପରେ ହିଁ ଅଭିଯୁକ୍ତ ଙ୍କ ବିରୁଦ୍ଧରେ କେଶ ହୁଏ l ସେ ନିରପେକ୍ଷ ତଦନ୍ତର ପ୍ରତିଶ୍ରୁତି ଦେବା ସହିତ ପୋଲିସ ମିଛରେ କାହାକୁ ହଇରାଣ କରିବ ନାହିଁ ବୋଲି କହିଥିଲେ l