Search for:
  • Home/
  • ରାଜ୍ୟ/
  • ହଟିଲା ତ୍ରୁଟିପୂର୍ଣ୍ଣ ବ୍ରିଟିଶ୍ ଅମଳର ଆଇପିସି- ସିଆର୍‌ପିିସି- ଆଇଇଏ ଆଇନ

ହଟିଲା ତ୍ରୁଟିପୂର୍ଣ୍ଣ ବ୍ରିଟିଶ୍ ଅମଳର ଆଇପିସି- ସିଆର୍‌ପିିସି- ଆଇଇଏ ଆଇନ

Spread the love

Loading

ଆଜିଠାରୁ ଆରମ୍ଭ ହେଲା ଭାରତୀୟ ନ୍ୟାୟ ସଂହିତା

ତ୍ୱରିତ ନ୍ୟାୟିକ ପ୍ରକ୍ରିୟା ପାଇଁ ଯୁଗାନ୍ତକାରୀ ପଦକ୍ଷେପ: ମନମୋହନ ସାମଲ

 ହଟିଲା ତ୍ରୁଟିପୂର୍ଣ୍ଣ ବ୍ରିଟିଶ୍ ଅମଳର ଆଇପିସି- ସିଆର୍‌ପିିସି- ଆଇଇଏ ଆଇନ

ଭୁବନେଶ୍ୱର, ତା.୦୧/୦୭: ଭାରତର ନ୍ୟାୟିକ ଓ ଦଣ୍ଡ ବିଧାନ ପ୍ରକ୍ରିିୟାରେ ଏବେ ନୂଆ ଯୁଗ ଆରମ୍ଭ ହୋଇଛି । ବ୍ରିିଟିଶ ଅମଳରୁ ପ୍ରଚଳିତ ହୋଇ ଆସୁଥିବା ଇଣ୍ଡିଆନ ପେନାଲ କୋଡ୍‌(ଆଇପିସି), କ୍ରିମିନାଲ ପ୍ରୋସିଡିୟର କୋଡ୍‌(ସିଆର୍‌ପିସି) ଏବଂ ଇଣ୍ଡିଆନ ଏଭିଡେନ୍ସ ଆକ୍ଟ ଏବେ ଇତିହାସ ପାଲଟିଯାଇଛି । ସ୍ୱାଧୀନ ଭାରତର ନିଜସ୍ୱ ଆଇନ ପ୍ରକ୍ରିୟା ଏହାର ସ୍ଥାନ ନେଇଛି । ଯଶ୍ୱସ୍ୱୀ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଅଣାଯାଇଥିବା ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଓ ଭାରତୀୟ ସାକ୍ଷ୍ୟ ଅଧିନିୟମ(ଆଇଇଏ) ଆଜିଠାରୁ ଲାଗୁ ହୋଇଛି । ଏହାଦ୍ୱାରା ପୀଡ଼ିତମାନେ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ନ୍ୟାୟ ପାଇପାରିବେ । ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ।
ଶ୍ରୀ ସାମଲ କହିଛନ୍ତି, ଏହି ନୂତନ ଆଇନ୍ ଦ୍ୱାରା ନ୍ୟାୟିକ ପ୍ରକ୍ରିୟା ତ୍ୱରାନ୍ୱିତ ହେବା ସହ ନାଗରିକମାନଙ୍କ ମାମଲାର ଠିକ୍ ସମୟରେ ବିଚାର ହୋଇପାରିବ । କୌଣସି ଘଟଣା ସମ୍ପର୍କରେ ଯେକୌଣସି ଥାନାରେ ଏଫ୍‌ଆଇଆର୍ ଦିଆଯାଇପାରିବ । ଏପରିକି ଜଣେ ଚାହିଁଲେ ଅନ୍‌ଲାଇନ୍ ଜରିଆରେ ଏଫ୍‌ଆଇଆର୍ ଦେଇପାରିବ । ମହିଳା, ଶିଶୁଙ୍କ ମାମଲାକୁ ପୋଲିସ ଯେପରି ପ୍ରାଥମିକତା ଦେଇ କାର୍ଯ୍ୟାନୁଷ୍ଠାନ ନେବ ସେଥିପାଇଁ ଏହି ଆଇନ୍‌ରେ ବ୍ୟବସ୍ଥା ହୋଇଛି । ଏଭଳି ମାମଲାରେ ଆଜୀବନ କାରଦଣ୍ଡ ସହ ମୃତ୍ୟୁ ଦଣ୍ଡ ଦେବା ପାଇଁ ପ୍ରାବଧାନ ରହିଛି । ଦେଶ ବିରୋଧି ଆଇନ୍‌ର ମୁକାବିଲା ପାଇଁ କଠୋରଦଣ୍ଡ ବିଧାନ କରାଯାଇଛି । ଅଭିଯୋଗର ୯୦ ଦିନ ଭିତରେ ଅଭିଯୁକ୍ତଙ୍କୁ ତଦନ୍ତ ରିପୋର୍ଟର ନକଳ ପ୍ରଦାନ କରାଯିବା ପାଇଁ ବ୍ୟବସ୍ଥା ହୋଇଛି । ଶୁଣାଣି ଶେଷ ହେବାର ୪୫ ଦିନ ଭିତରେ ରାୟ ପ୍ରକାଶ ପାଇବ । ଏହାଦ୍ୱାରା ନାରଗିକମାନଙ୍କୁ ତ୍ୱରିତ ନ୍ୟାୟ ମିଳିପାରିବ । ଦୀର୍ଘ ୭୫ ବର୍ଷ ଧରି ଭାରତରେ ପ୍ରଚଳିତ ହୋଇ ଆସୁଥିବା ତ୍ରୁଟିପୂର୍ଣ୍ଣ ବ୍ରିଟିଶ ଅମଳର ଆଇନକୁ ହଟାଇ ଯେଉଁ ଐତିହାସିକ, ବୈପ୍ଲବିକ, ଯୁଗାନ୍ତକାରୀ ପରିବର୍ତନ କରାଯାଇଛିି, ସେଥିପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ରାଜ୍ୟବାସୀଙ୍କ ତରଫରୁ ଶ୍ରୀ ସାମଲ କୃତଜ୍ଞତା ଜଣାଇଛନ୍ତି ।

 

Leave A Comment

All fields marked with an asterisk (*) are required