୨୦ରୁ ୪ ଦିନିଆ ଦାଣ୍ଡିଆ କାର୍ଣ୍ଣିଭାଲ।
୨୦ ରୁ ୪ ଦିନିଆ ଦାଣ୍ଡିଆ କାର୍ଣ୍ଣିଭାଲ।
ଭୁବନେଶ୍ୱର ୬/୧୦.୨୩: ନେଟୱର୍କ ଇଭେଣ୍ଟ ଆଣ୍ଡ ପ୍ରମୋସନ ଏବଂ କ୍ରିଷ୍ଟାଲ କ୍ରାଉନର ମିଳିତ ସହଯୋଗରେ ଏକ ୪ ଦିନିଆ ଦାଣ୍ଡିଆ କାର୍ଣ୍ଣିଭାଲ -୨୦୨୩ ଚଳିତ ବର୍ଷ ଅକ୍ଟୋବର ୨୦ରୁ ଆୟୋଜିତ ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ କ୍ରିଷ୍ଟାଲ କ୍ରାଉନଠାରେ ଏକ ଖବରଦାତା ସମ୍ମିଳନୀର ଆୟୋଜନ କରାଯାଇଥିଲା। ଉକ୍ତ ସମ୍ମିଳନୀରେ କ୍ରିଷ୍ଟାଲ କ୍ରାଉନର ନିର୍ଦ୍ଦେଶକ ସୂର୍ଯ୍ୟ ପରିଡାଙ୍କ ସମେତ ଜିଏମ ପ୍ରକାଶ ମଙ୍ଗରାଜ , ଅଭିନେତ୍ରୀ ପୁପୁଲ ଭୂୟାଁ ଏବଂ ନେଟୱର୍କ ଇଭେଣ୍ଟ ଆଣ୍ଡ ପ୍ରମୋସନର ଏମଡି ଚନ୍ଦନ ନାୟକ ପ୍ରମୁଖ ଉପସ୍ଥିତ ରହି ଦାଣ୍ଡିଆ କାର୍ଣ୍ଣିଭାଲ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଥିଲେ। ଉଲ୍ଲେଖଯୋଗ୍ୟ , ୨୦୨୩ ଅକ୍ଟୋବର୨୦ରୁ ୨୩ ପର୍ଯ୍ୟନ୍ତ ଏହି କାର୍ଣ୍ଣିଭାଲ ହୋଟେଲ କ୍ରିଷ୍ଟାଲ କ୍ରାଉନ ଠାରେ ଆୟୋଜିତ ହେବାକୁ ଯାଉଛି।