Search for:
  • Home/
  • ରାଜ୍ୟ/
  • ସାମାଜିକ ଗଣମାଧ୍ୟମରେ ଓଡ଼ିଶାର ଶାସନ ବ୍ୟବସ୍ଥାକୁ ନେଇ ଓଡ଼ିଆ ଉଦ୍ୟମୀଙ୍କ ଲିଖିତ କବିତା ପଢି ଚିନ୍ତାପ୍ରକଟ କଲେ କେନ୍ଦ୍ରମନ୍ତ୍ରୀ  

ସାମାଜିକ ଗଣମାଧ୍ୟମରେ ଓଡ଼ିଶାର ଶାସନ ବ୍ୟବସ୍ଥାକୁ ନେଇ ଓଡ଼ିଆ ଉଦ୍ୟମୀଙ୍କ ଲିଖିତ କବିତା ପଢି ଚିନ୍ତାପ୍ରକଟ କଲେ କେନ୍ଦ୍ରମନ୍ତ୍ରୀ  

Spread the love

Loading

ସାମାଜିକ ଗଣମାଧ୍ୟମରେ ଓଡ଼ିଶାର ଶାସନ ବ୍ୟବସ୍ଥାକୁ ନେଇ ଓଡ଼ିଆ ଉଦ୍ୟମୀଙ୍କ ଲିଖିତ କବିତା ପଢି ଚିନ୍ତାପ୍ରକଟ କଲେ କେନ୍ଦ୍ରମନ୍ତ୍ରୀ  

ଓଡ଼ିଶାର ଶାସନ ବ୍ୟବସ୍ଥାକୁ ନେଇ ଯୁବବର୍ଗ ଓ ଉଦ୍ୟମୀଙ୍କ ମନରେ ଆନ୍ଦୋଳିତ ପ୍ରଶ୍ନ ମୋତେ ଚିନ୍ତିତ କରିଛି- ଧର୍ମେନ୍ଦ୍ର ପ୍ରଧାନ

ଶାକ୍ୟସିଂହ ମହାପାତ୍ର କବିତା ମାଧ୍ୟମରେ ଓଡ଼ିଶାର ଶାସନ ଓ ସାମାଜିକ ବ୍ୟବସ୍ଥା ଉପରେ ଥିବା ନିଜର ଉଦବେଗ ଓ ଅଭିବ୍ୟକ୍ତିକୁ ପ୍ରକାଶ କରିଛନ୍ତି
ତାଙ୍କର କବିତା ପଢିବା ପରେ ବ୍ୟାସକବି ଫକୀରମୋହନ ସେନାପତି ୧୯୦୮ ମସିହାରେ ତାଙ୍କ ‘ଅରଟ’ ପ୍ରବନ୍ଧରେ ଲେଖିଥିବା ଏକ ପଦ୍ୟ ମନେପଡିଲା
ଫକୀରମୋହନ ଲେଖିଥିଲେ “ଓଳି ତଳେ ଲୁଣ କୋଟିଏ ମହଣ, ଆଉ ମୋହ କଥା ଶୁଣ, ବୋଇଲେ କି ହେବ, ଖାଇବାକୁ ହେବ ଲିଭରୋପୁଲ୍‌ରୁ ଲୁଣ” । “ମାଞ୍ଚେଷ୍ଟର ତନ୍ତୀ ଲୁଗା ବୁଣୁଛନ୍ତି, ତୁମ୍ଭ ମାନଙ୍କ ସକାଶେ, ବୁଡୁ ତନ୍ତୀ ବଂଶ ହେଉ ସର୍ବନାଶ, ଯାଆନ୍ତୁ ସେ ବନବାସେ”

ଭୁବନେଶ୍ୱର, ଅଗଷ୍ଟ ୨୪- କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମାଜିକ ଗଣମାଧ୍ୟମରେ ଜଣେ ଓଡ଼ିଆ ଉଦ୍ୟମୀ ଶାକ୍ୟସିଂହ ମହାପାତ୍ରଙ୍କ ଦ୍ୱାରା ଓଡ଼ିଶାର ଶାସନ ଓ ସାମାଜିକ ବ୍ୟବସ୍ଥାକୁ ନେଇ ଲିଖିତ ଏକ କବିତା ପଢିବା ପରେ ଚିନ୍ତାବ୍ୟକ୍ତ କରିଛନ୍ତି ।  

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି ଯେ ଶ୍ରୀ ମହାପାତ୍ର କବିତା ମାଧ୍ୟମରେ ଓଡ଼ିଶାର ଶାସନ ଓ ସାମାଜିକ ବ୍ୟବସ୍ଥା ଉପରେ ଥିବା ନିଜର ଉଦବେଗ ଓ ଅଭିବ୍ୟକ୍ତିକୁ ପ୍ରକାଶ କରିଛନ୍ତି । ତାଙ୍କର ଏହି କବିତା ପଢିବା ପରେ ବ୍ୟାସକବି ଫକୀରମୋହନ ସେନାପତି ୧୯୦୮ ମସିହାରେ ତାଙ୍କ ‘ଅରଟ’ ପ୍ରବନ୍ଧରେ ଲେଖିଥିବା ଏକ ପଦ୍ୟ ମନେପଡିଲା ।  ଫକୀରମୋହନ ଲେଖିଥିଲେ “ଓଳି ତଳେ ଲୁଣ କୋଟିଏ ମହଣ, ଆଉ ମୋହ କଥା ଶୁଣ, ବୋଇଲେ କି ହେବ, ଖାଇବାକୁ ହେବ ଲିଭରୋପୁଲ୍‌ରୁ ଲୁଣ” ।  “ମାଞ୍ଚେଷ୍ଟର ତନ୍ତୀ ଲୁଗା ବୁଣୁଛନ୍ତି, ତୁମ୍ଭ ମାନଙ୍କ ସକାଶେ, ବୁଡୁ ତନ୍ତୀ ବଂଶ ହେଉ ସର୍ବନାଶ, ଯାଆନ୍ତୁ ସେ ବନବାସେ” । ବର୍ତ୍ତମାନ ଆମ ରାଜ୍ୟରେ ଯୁବବର୍ଗ ଓ ଉଦ୍ୟମୀଙ୍କ ମନରେ ଏହିଭଳି ଆନ୍ଦୋଳିତ ହେଉଥିବା ପ୍ରଶ୍ନ ମୋତେ ଚିନ୍ତିତ କରିଛି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି ।

Leave A Comment

All fields marked with an asterisk (*) are required