ମୁନିଗୁଡା ଅଞ୍ଚଳରେ ପୁଣି ଲାଗିଲା ମାଓବାଦୀ ବ୍ୟାନର ଓ ପୋଷ୍ଟର l
ମୁନିଗୁଡା ଅଞ୍ଚଳରେ ପୁଣି ଲାଗିଲା ମାଓବାଦୀ ବ୍ୟାନର ଓ ପୋଷ୍ଟର l
(ମନ୍ତ୍ରୀ ଓ ନେତାଙ୍କୁ ଟାର୍ଗେଟ କରି ଚେତାବନୀ)
ଭୁବନେଶ୍ୱର:ମୁନିଗୁଡା,୨୪/୮ ରାୟଗଡା ଜିଲ୍ଲା ମୁନିଗୁଡା ଥାନା ଅନ୍ତର୍ଗତ ରାମନାକୁପୁଲି ଛକରେ ମାଓବାଦୀଙ୍କ ତରଫରୁ ବ୍ୟାନର ଓ ପୋଷ୍ଟର ଲାଗିଥିବା ବେଳେ ଏଥିରେ ମନ୍ତ୍ରୀ ଓ ନେତାଙ୍କୁ ଟାର୍ଗେଟ କରି ଚେତାବନୀ ଦିଆଯାଇଥିବା
ଦେଖାଯାଇଛି l ଉକ୍ତ ପୋଷ୍ଟରରେ ରାୟଗଡା ଜିଲ୍ଲାରେ ନିର୍ଦ୍ଧଷ ଲୋକ ଓ ଜନ ଆନ୍ଦୋଳନକାରୀଙ୍କୁ ରାତି ଅଧିଆ ଓ ବାଟଘାଟରୁ ଉଠାଇନେବା, ଲୁଚାଇମାଡ଼ ଦେବା,ମିଛ କେଶ ପକାଇ ଜେଲରେ ରଖିବା ବନ୍ଦ କର l ଜେଲରେ ଥିବା ସମସ୍ତ ବନ୍ଦୀଙ୍କୁ ତୁରନ୍ତ ଖୋଲାସ କର l ନଚେତ ଏସବୁ ଚକ୍ରାନ୍ତ ପଛରେ ଦାୟୀ ଥିବା ବିଜେଡି ନେତା ଜଗନ୍ନାଥ ସାରକା, ନାକିଟି ଭାସ୍କର,ସୁଧୀର ଦାସଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବ୍ୟାନର ଓ ପୋଷ୍ଟରରେ ସିପିଆଇ (ମାଓବାଦୀ) ବାଘୁନା ଡିଭିଜିନାଲ କମିଟି ତରଫରୁ ଲାଗିଥିବା ଉଲ୍ଲେଖ ରହିଛି। ଖବର ପାଇଁ ବ୍ୟାନର ଓ ପୋଷ୍ଟର ଗୁଡିକୁ ପୁଲିସ ପହଞ୍ଚି ଜବତ କରିଥିବା ଜଣାପଡିଛି l