Search for:
  • Home/
  • ରାଜ୍ୟ/
  • ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଇଁ ପ୍ରସ୍ତୁତି ଶେଷ

ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଇଁ ପ୍ରସ୍ତୁତି ଶେଷ

Spread the love

Loading

ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଇଁ ପ୍ରସ୍ତୁତି ଶେଷ, ସୁରକ୍ଷା ଦାୟିତ୍ବରେ ୧୫ ପ୍ଲାଟୁନ୍‌ ପୁଲିସ ଫୋର୍ସ ଓ ଶହେ ଅଫିସର

ଭୁବନେଶ୍ୱର: ରାତି ପାହିଲେ ଦେଶ ପାଳିବ ୭୭ ତମ ସ୍ୱାଧୀନତା ଦିବସ । ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ଉତ୍ସବ ପାଇଁ ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଶେଷ ହୋଇଛି ପ୍ରସ୍ତୁତି। ଗତକାଲି ଫୁଲ୍ ଡ୍ରେସ ରିହର୍ସଲ ଶେଷ ହୋଇଥିବା ବେଳେ ଆଜି ସୁରକ୍ଷା ବ୍ୟବସ୍ଥାକୁ ଯାଞ୍ଚ କରାଯାଇଛି।ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସର ପତାକା ଉତ୍ତୋଳନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାକୁ ନେଇ ସୁରକ୍ଷା ବ୍ୟବସ୍ଥା କଡାକଡ଼ି କରିଛି ପୁଲିସ। ସମ୍ପୂର୍ଣ୍ଣ ଉତ୍ସବ ସ୍ଥଳକୁ ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ମଧ୍ୟରେ ରଖାଯାଇଛି।

ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ସୁରକ୍ଷା ଦାୟିତ୍ୱରେ ୧୫ ପ୍ଲାଟୁନ ଫୋର୍ସ ଓ ଶହେ ଅଫିସର ରହିବେ। ଏଥି ସହିତ ଡଗ୍ ସ୍କ୍ବାର୍ଡ, ବୋମା ନିଷ୍କ୍ରିୟକାରୀ ଦଳ, ଡଗ୍‌-କ୍ୟାଚର୍‌ ଟିମ୍‌ ଉପସ୍ଥିତ ରହି ସୁରକ୍ଷା ବ୍ୟବସ୍ଥାକୁ ଯାଞ୍ଚ କରିବେ। ସମାରୋହ ପାଇଁ ପାଞ୍ଚସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।ଭୁବନେଶ୍ବର ଡିସିପିଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନାରେ ଅତିରିକ୍ତ ଡିସିପି, ଏସିପି, ଇନ୍ସପେକ୍ଟର, ସବ୍ଇନ୍ସପେକ୍ଟର୍‌ ସୁରକ୍ଷା ବ୍ୟବସ୍ଥା ପରିଚାଳନା କରିବେ। ଟ୍ରାଫିକ୍‌ ପରିଚାଳନା ପାଇଁ ୩ ସ୍ତରରେ ବନ୍ଦୋବସ୍ତ କରାଯାଇଛି ।ଏହାସହ ବୋମା ନିଷ୍କ୍ରିୟକାରୀ ଦଳ, ସାର୍ପ ସୁଟର୍‌, ସାଦା ପୋଷାକଧାରୀ ପୁଲିସ, କୁଇକ୍ ରେସପନ୍ସ ଟିମ୍ (କ୍ୟୁଆରଟି) ମୁତୟନ ରହିବେ। ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଦର୍ଶନୀ ପଡିଆ ଏବଂ ସଂଯୋଗ କରୁଥିବା ସମସ୍ତ ରାସ୍ତାକୁ ସିଲ୍ କରି ଦିଆଯାଇଛି। ଏହାସହ ପ୍ୟାରେଡ଼ ସ୍ଥଳକୁ ସମ୍ପୂର୍ଣ୍ଣ ଭାବେ ସିସିଟିଭି ନିୟନ୍ତ୍ରଣକୁ ନିଆଯାଇଛି। ପ୍ୟାରେଡ଼ ସ୍ଥଳ ନିକଟରେ ଶହେରୁ ଉର୍ଦ୍ଧ୍ବ ସିସି କ୍ୟାମରା ଖଞ୍ଜା ଯାଇଛି। କଣ୍ଟ୍ରୋଲ୍‌ ରୁମ୍‌ରୁ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରାଯାଉଛି । ସେପଟେ ସ୍ୱାଧୀନତା ଦିବସ ପୂର୍ବରୁ ହୋଟେଲ, ଲଜ୍ ଗୁଡି଼କରେ ବ୍ୟାପକ ଚେକିଂ ଓ ଛକ ବଜାର ମାନଙ୍କରେ ବ୍ଲକିଂ କୁ ବଳବତ୍ତର କରାଯାଉଥିବା ସୂଚନା ଦେଇଛନ୍ତି ପୁଲିସ କମିଶନର।

Leave A Comment

All fields marked with an asterisk (*) are required