Search for:
  • Home/
  • ରାଜ୍ୟ/
  • ରାଜ୍ୟ କ୍ୟାବିନେଟ୍ ରେ ୧୯ ପ୍ରସ୍ତାବ ମଂଜୁର

ରାଜ୍ୟ କ୍ୟାବିନେଟ୍ ରେ ୧୯ ପ୍ରସ୍ତାବ ମଂଜୁର

Spread the love

Loading

ନୂଆ’ ଓଡ଼ିଶା ଯୋଜନାକୁ କ୍ୟାବିନେଟ୍ ମୋହର
ରାଜ୍ୟ କ୍ୟାବିନେଟ୍ ରେ ୧୯ ପ୍ରସ୍ତାବ ମଂଜୁର

ଭୁବନେଶ୍ୱର: ଆସନ୍ତା ୩ ବର୍ଷ ମଧ୍ୟରେ ରାଜ୍ୟରେ ପ୍ରତିବର୍ଷ ୧ ଲକ୍ଷ ଯୁବକ ଯୁବତୀଙ୍କୁ ଦକ୍ଷ କରିବା ପାଇଁ ୩୮୫ କୋଟି ଟଙ୍କା ବ୍ୟୟରେ ନୂତନ ଉନ୍ନତ ଅଭିଲାଷା(ନୂଆ) ଓଡ଼ିଶା ଯୋଜନା ଉପରେ କ୍ୟାବିନେଟ୍ ମୋହର ଲାଗିଛି । ଉନ୍ନତମାନର ପ୍ରଶିକ୍ଷଣ ପ୍ରଦାନ, ଶିଳ୍ପ ସଂଯୋଗକୁ ପ୍ରୋତ୍ସାହନ ଏବଂ ଦକ୍ଷ ମାନବ ସମ୍ବଳ ସୃଷ୍ଟି କରିବା ହେଉଛି ଏହି ଯୋଜନାର ଲକ୍ଷ୍ୟ ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ୍ ବୈଠକର ଏହି ନିଷ୍ପତ୍ତି ସଂକ୍ରାନ୍ତରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ସୂଚନା ଦେଇଛନ୍ତି ।
ନୂଆ ଓଡ଼ିଶା ଯୋଜନା ହସ୍ତଶିଳ୍ପ, ହସ୍ତତନ୍ତ, କୃଷି ଇତ୍ୟାଦି ପାରମ୍ପରିକ କ୍ଷେତ୍ରରେ ନୂଆ ଜ୍ଞାନ କୌଶଳର ବ୍ୟବହାରରେ ଥିବା ଦକ୍ଷତା ବ୍ୟବଧାନକୁ ଦୂର କରିବାରେ ସହାୟକ ହେବ । ଏଥିରେ ଯୁବବର୍ଗଙ୍କ ପାଇଁ ନୂତନ ଦକ୍ଷତା, ବିଦ୍ୟମାନ ଛାତ୍ରଛାତ୍ରୀଙ୍କ ପାଇଁ ଆଡ୍ ଅନ୍ ସ୍କିଲ୍ ପାଠ୍ୟକ୍ରମ, ଉଚ୍ଚ ଅନୁଷ୍ଠାନରେ ଯୁବକମାନଙ୍କ ପାଇଁ ଡିଜିଟାଲ ଓ ଇ-ପାଠ୍ୟକ୍ରମ, ବିଭିନ୍ନ ଅନୁଷ୍ଠାନରେ ଛାତ୍ରଛାତ୍ରୀଙ୍କ ପାଇଁ ନିଯୁକ୍ତି ଦକ୍ଷତା ଇତ୍ୟାଦି ରଖାଯିବ ।ରାଜ୍ୟର ୩୦ଟି ଯାକ ଜିଲ୍ଲାରେ ଥିବା ଆଇଟିଆଇ ପଲିଟେକ୍ନିକ୍ ସରକାରୀ ଦକ୍ଷତା ଅନୁଷ୍ଠାନ, ଶିକ୍ଷାନୁଷ୍ଠାନ, କ୍ଲଷ୍ଟର୍(ଏମଏସଏମଇ, କୃଷି, ହସ୍ତଶିଳ୍ପ ଇତ୍ୟାଦି) ମାଧ୍ୟମରେ ଦକ୍ଷତା, ରିସ୍କିଲିଂ ଏବଂ ଅପସ୍କିଲିଂ ସୁଯୋଗ ଯୋଗାଇ ଦିଆଯିବ ।
ଓଡ଼ିଶା ଅର୍ଥନୈତିକ ସଶକ୍ତିକରଣ ଦିଗରେ ଦକ୍ଷତା ମାଧ୍ୟମରେ ରାଜ୍ୟବାସୀଙ୍କ ଜୀବନରେ ପରିବର୍ତ୍ତନ ସୁନିଶ୍ଚିତ କରିବା ପାଇଁ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତାର ଏହା ପ୍ରତିଫଳନ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି ।ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ ରାଜ୍ୟର ୪୩୭୩ ଟି ବ୍ୟାଙ୍କ ବିହୀନ ଗ୍ରାମ ପଞ୍ଚାୟତରେ ସିଏସପି ପ୍ଲସ୍ ବ୍ୟାଙ୍କିଙ୍ଗ୍ ଆଉଟଲେଟ୍ ମାଧ୍ୟମରେ ବ୍ୟାଙ୍କ ସେବା ଯୋଗାଇ ଦିଆଯିବ । ଏଥିପାଇଁ ୫୦୦ କୋଟି ଟଙ୍କା ଖର୍ଚ୍ଚ ହେବ । ବ୍ୟାଙ୍କିଙ୍ଗ୍ ସେବା ପାଇଁ ରାଜ୍ୟ ସରକାର ୫ ବର୍ଷ ପର୍ଯ୍ୟନ୍ତ ନିଶୁଳ୍କ ଗୃହ ପ୍ରଦାନ କରିବେ । ଏହା ବ୍ୟତୀତ ରାଜ୍ୟ ସରକାର ଏକକାଳୀନ ସ୍ଥାୟୀ ଖର୍ଚ୍ଚ ଏବଂ ୩ ବର୍ଷ ପାଇଁ ଆବର୍ତ୍ତୀ(ରିକରିଂ) ଖର୍ଚ୍ଚ ବହନ କରିବେ ।ସେହିଭଳି ଓଡ଼ିଶା ମିଲେଟ୍ ମିଶନ୍ ପାଇଁ ରାଜ୍ୟ କ୍ୟାବିନେଟ୍ ୨୦୨୩-୨୪ ରୁ ୨୦୨୬-୨୭ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ୨,୬୮୭.୪୫୮୭ କୋଟି ଟଙ୍କା ଅନୁମୋଦନ କରିଛନ୍ତି ।
ଏହାକୁ ମିଶାଇ ରାଜ୍ୟ କ୍ୟାବିନେଟ୍ ରେ ମୋଟ ୧୯ ପ୍ରସ୍ତାବକୁ ମଂଜୁରୀ ମିଳିଛି ।

Leave A Comment

All fields marked with an asterisk (*) are required