Search for:
  • Home/
  • ରାଜ୍ୟ/
  • ଜାଲ ସାର୍ଟିଫିକେଟ ଯୋଗୁଁ ଶିକ୍ଷୟିତ୍ରୀ ନିଲମ୍ବିତ, ଥାନାରେ ଏତଲା

ଜାଲ ସାର୍ଟିଫିକେଟ ଯୋଗୁଁ ଶିକ୍ଷୟିତ୍ରୀ ନିଲମ୍ବିତ, ଥାନାରେ ଏତଲା

Spread the love

Loading

ଜାଲ ସାର୍ଟିଫିକେଟ ଯୋଗୁଁ ଶିକ୍ଷୟିତ୍ରୀ ନିଲମ୍ବିତ, ଥାନାରେ ଏତଲା

ଭୁବନେଶ୍ୱର:ଭଦ୍ରାକ,୧୦।୮: ପୁଣି ଧରାପଡିଲା ଜାଲ ସାର୍ଟିଫିକେଟ ଦେଇ ଚାକିରି କରିଥିବା ଜଣେ ଶିକ୍ଷୟତ୍ରୀ । ଏମିତି ଘଟଣା ପଦାକୁ ଆସିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକର ନାୟକାଣିଡିହି ପଞ୍ଚାୟତର କରଞ୍ଜଆଡିଆ ସରକାରୀ ନୋଡାଲ ହାଇସ୍କୁଲର ଶିକ୍ଷୟତ୍ରୀ ରେବତୀ ଜେନାଙ୍କ ନିଲମ୍ବନ ପରେ । ଜାଲ ସାର୍ଟିଫିକେଟ ଦେଇ ୨୦୦୫ ମସିହାର ଶିକ୍ଷାସହାୟକ ଭାବେ ଚାକିରି ଆରମ୍ଭ କରିଥିଲେ । କରଞ୍ଜଆଡିଆ ସରକାରୀ ନୋଡାଲ ହାଇସ୍କୁଲର ଶିକ୍ଷୟତ୍ରୀ ଭାବେ କାର୍ଯ୍ଯରତ ରେବତୀ ଜେନାଙ୍କ ଜାଲ ସାର୍ଟିଫିକେଟ ଜଣାପଡିବା ପରେ ବାସୁଦେବପୁର ବ୍ଲକ ଶିକ୍ଷାଧିକାରୀ ଜଗବନ୍ଧୁ ସାହୁ ଶିକ୍ଷୟତ୍ରୀଙ୍କୁ ନିଳମ୍ବିତ କରିଛନ୍ତି । ଶିକ୍ଷୟତ୍ରୀଙ୍କ ବିରୋଧରେ ବିଇଓ ନାୟକାଣିଡିହି ଥାନାରେ ଏତଲା ମଧ୍ୟ କରିଛନ୍ତି । ତାଙ୍କର ଚାକିରି କାର୍ଯ୍ୟକାଳ ମଧ୍ଯରେ ସରକାରଙ୍କ ରାଜକୋଷରୁ ନେଇଥିବା ୩୯ ଲକ୍ଷ ୨୩ ହଜାର ୮୩୭ ଟଙ୍କା ଫେରସ୍ତ ପାଇଁ ଲେଖା ଯାଇଛି । କିଛିଦିନ ପୂର୍ବରୁ ଏହି ବ୍ଲକ ଅଧିନ ବୀଣାପଦା ହାଇସ୍କୁଲର ଶିକ୍ଷକ ସୁଦର୍ଶନ ଦାସ ଜାଲ ସାର୍ଟିଫିକେଟ ଧରା ପଡିବା ପରେ ଚାକିରିରୁ ନିଲମ୍ବିତ ହେବା ସହିତ ବାସୁଦେବପୁର ଥାନାରେ ବ୍ଲକ ଶିକ୍ଷାଧିକାରୀ(ବିଇଓ) ଏତାଲା ଦେଇଥିଲେ ।ବାସୁଦେବପୁର ବ୍ଲକର ଶହ ଶହ ଶିକ୍ଷକ ଜାଲ ସାର୍ଟିଫିକେଟ ଦେଇ ଚାକିରି କରିଛନ୍ତି । ବିଧିବଦ୍ଧ ଭାବେ ତଦନ୍ତ ହେଲେ ଏହି ନକଲି ଶିକ୍ଷକ ଙ୍କ କାରନାମା ପଦାକୁ ଆସି ପାରନ୍ତା ବୋଲି କୁହାଯାଉଛି ।

Leave A Comment

All fields marked with an asterisk (*) are required