ଶିମିଳିପାଳରେ ହାତୀ ଛୁଆ ମୃତ୍ୟୁ
ଶିମିଳିପାଳରେ ହାତୀ ଛୁଆ ମୃତ୍ୟୁ
ଭୁବନେଶ୍ୱର:ବାରିପଦା- ଶିମିଳିପାଳ ଅଭୟାରଣ୍ୟରେ ହାତୀ ଛୁଆର ମୃତ୍ୟଦେହ ଠାବ ହୋଇଛି। ବନ ବିଭାଗ ପକ୍ଷରୁ ପେଟ୍ରୋଲିଂ ସମୟରେ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଜେନାବିଲ ରେଞ୍ଜ ଅଞ୍ଚଳରୁ ମୃତ୍ୟ ଦେହ ଉଦ୍ଧାର କରାଯାଇଛି। ୧ବର୍ଷର ହାତୀ ଛୁଆଟିର ସଂକ୍ରମଣ ଜନିତ ମୃତ୍ୟୁ ଘଟିଥିବା ତଦନ୍ତରୁ ଜଣାପଡିଛି। ଏନେଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ତଥା ଆଞ୍ଚଳିକ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ଡ଼ଃ ପ୍ରକାଶ ଚାନ୍ଦ ଗୋଗିନେନି ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ, ରବିବାର ସକାଳ ସମୟରେ ପେଟ୍ରୋଲିଂ ବେଳେ ହାତୀ ଛୁଆର ମୃତ୍ୟଦେହ ଠାବ ହୋଇଥିଲା। ଏନେଇ ବନବିଭାଗର ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଖବର ପ୍ରଦାନ କରାଯାଇଥିଲା। ଘଟଣାସ୍ଥଳରେ ପଶୁ ଡାକ୍ତର ଟିମ ସହିତ ଅଧିକାରୀ ମାନେ ପହଁଚି ତଦନ୍ତ କରିଥିଲେ। ହାତୀ ଛୁଆର ମଳଦ୍ୱାରରେ ପୂର୍ବରୁ ସଂକ୍ରମଣ ହୋଇଥିଲା। ତେବେ ସଂକ୍ରମଣ ମାତ୍ରା ବୃଦ୍ଧି ପାଇଁ ଜୀବାଣୁରେ ଘେରି ଯାଇଥିଲା। ଏହାକୁ ନେଇ ହାତୀ ଛୁଆର ମୃତ୍ୟୁ ହୋଇଛି ବୋଲି ବିଭାଗୀୟ ସୂଚନା ପ୍ରଦାନ କରାଯାଇଛି। ଶବ ବ୍ୟବଚ୍ଛେଦ କରାଯିବା ପରେ ଶେଷକୃତ୍ୟ କରାଯାଇଛି ବୋଲି ସୂଚନା ମିଳିଛି।