ଉପଜିଲ୍ଲାପାଳଙ୍କ ଆଶ୍ରୟସ୍ଥଳି ପରିଦର୍ଶନ,ଲୋକଙ୍କୁ ଦିଆଯିବ ରନ୍ଧା ଖାଦ୍ୟ
କେନ୍ଦୁଝର ଜିଲ୍ଲାର ହାଟଡିହି ବ୍ଲକରୁ 90 ଲୋକଙ୍କୁ ସୁରକ୍ଷିତ ସ୍ଥାନଙ୍କୁ ସ୍ଥାନାନ୍ତର,ଜିଲ୍ଲାପାଳ ଏବଂ ଉପଜିଲ୍ଲାପାଳଙ୍କ ଆଶ୍ରୟସ୍ଥଳି ପରିଦର୍ଶନ,ଲୋକଙ୍କୁ ଦିଆଯିବ ରନ୍ଧା ଖାଦ୍ୟ
ଭୁବନେଶ୍ୱର: କେନ୍ଦୁଝର/ହାତଡିହି-କେନ୍ଦୁଝର ଜିଲ୍ଲାରେ ପ୍ରବଳ ବର୍ଷା ଏବଂ ବୈତରଣୀ ନଦୀରେ ଜଳସ୍ଥର ବୃଦ୍ଧି କାରଣରୁ ପ୍ରଶାସନକୁ ଚିନ୍ତା ବଢାଇଛି।ତେଣୁ ହାଟଡିହି ବ୍ଲକର ତିନୋଟି ସ୍ଥାନନରେ ଆଶ୍ରୟସ୍ଥଳ କରାଯାଇ 90 ଲୋକଙ୍କୁ ସ୍ଥାବନ୍ତର କରାଯାଇଥିବା ଜଣାପଡିଛି। କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେ,ଆନନ୍ଦପୁର ଉପଜିଲ୍ଲାପାଳ ଅନୀଲ କୁମାର ସେଠୀ,ସେଠାକାର ତହସିଲଦାର ଓ ବିଡ଼ିଓ ଟୁକୁଣା,ଆଇତିପୁର,ନୂଆଗାଁ ଅଞ୍ଚଳକୁ ଯାଇ ଲୋକଙ୍କୁ ବୁଝାସୁଝାକରି ଆଶ୍ରୟ ସ୍ଥଳକୁ ନେଇଛନ୍ତି। ଆଇତୀପୁର,ଟୁକୁଣା,ଏବଂ ନୂଆଗାଁରେ 90 ଜଣଙ୍କୁ ରଖାଯାଇ ରନ୍ଧାଖାଦ୍ୟ ବ୍ୟବସ୍ଥା କରାଯାଉଥିବା ସୂଚନା ମିଳିଛି। ପରିସ୍ଥିତି ଜଟିଳ ହେଲେ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯିବବୋଲି ପ୍ରଶାସନ କହିଛି।
କେନ୍ଦୁଝର ଜିଲ୍ଲାର ହାଟଡିହି ବ୍ଲକରୁ 90 ସମେତ ଜିଲ୍ଲାର ବିଭିନ୍ନ ସ୍ଥାନରୁ 313 ଲୋକଙ୍କୁ ସୁରକ୍ଷିତ ସ୍ଥାନଙ୍କୁ ସ୍ଥାନାନ୍ତର,2011 ଲୋକ ବର୍ଷା କାରଣରୁ ପ୍ରଭାବିତ,208 ଘର ଭାଙ୍ଗିଲା,106 ଗର୍ଭବତୀମହିଳାଙ୍କୁ ନିରାପଦ ସ୍ଥାନଙ୍କୁ ସ୍ଥାବନ୍ତର , ଉପଜିଲ୍ଲାପାଳଙ୍କ ଆଶ୍ରୟସ୍ଥଳି ପରିଦର୍ଶନ,ଲୋକଙ୍କୁ ଦିଆଯିବ ରନ୍ଧା ଖାଦ୍ୟ କେନ୍ଦୁଝର/ହାତଡିହି-କେନ୍ଦୁଝର ଜିଲ୍ଲାରେ ପ୍ରବଳ ବର୍ଷା ଏବଂ ବୈତରଣୀ ନଦୀରେ ଜଳସ୍ଥର ବୃଦ୍ଧି କାରଣରୁ ପ୍ରଶାସନକୁ ଚିନ୍ତା ବଢାଇଛି।ତେଣୁ ହାଟଡିହି ବ୍ଲକର ତିନୋଟି ସ୍ଥାନନରେ ଆଶ୍ରୟସ୍ଥଳ କରାଯାଇ 90 ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି। ଅନ୍ୟପକ୍ଷରେ ଜିଲ୍ଲାର ବିଭିନ୍ନ 313 ଜଣଙ୍କୁ ସୁରକ୍ଷିତ ସ୍ଥାନକୁସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି। କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେ,ଆନନ୍ଦପୁର ଉପଜିଲ୍ଲାପାଳ ଅନୀଲ କୁମାର ସେଠୀ,ସେଠାକାର ତହସିଲଦାର ଓ ବିଡ଼ିଓ ଟୁକୁଣା,ଆଇତିପୁର,ନୂଆଗାଁ ଅଞ୍ଚଳକୁ ଯାଇ ଲୋକଙ୍କୁ ବୁଝାସୁଝାକରି ଆଶ୍ରୟ ସ୍ଥଳକୁ ନେଇଛନ୍ତି। ଆଇତୀପୁର,ଟୁକୁଣା,ଏବଂ ନୂଆଗାଁରେ 90 ଜଣଙ୍କୁ ରଖାଯାଇ ରନ୍ଧାଖାଦ୍ୟ ବ୍ୟବସ୍ଥା କରାଯାଉଥିବା ସୂଚନା ମିଳିଛି। ପରିସ୍ଥିତି ଜଟିଳ ହେଲେ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯିବବୋଲି ପ୍ରଶାସନ କହିଛି। ପ୍ରଶାସନର ସୂଚନା ଅନୁସାରେ ପ୍ରବଳ ବର୍ଷାରେ ଜିଲ୍ଲାର 13ଟି ବ୍ଲକ ଏବଂ 5 ପୋୖରାଞ୍ଚଳ ପ୍ରଭାବିତ ହୋଇଥିବାବେଳେ ଜିଲ୍ଲାର 72 ଟି ପଞ୍ଚାୟତ ଓ 25 ଟି ୱାର୍ଡ ଡଭାବିତ ହୋଇଛନ୍ତି।ସମୁଦାୟ ଜିଲ୍ଲାରେ 2011 ଲୋକ ପ୍ରଭାବିତ ହୋଇଛନ୍ତି। ବର୍ଷାରେ ଜିଲ୍ଲାର 208 ଘର ଭାଙ୍ଗିଛି। 313 ଜଣଙ୍କୁ ନିରାପଦ ଆଶ୍ରୟସ୍ଥଳକୁ ନିଆଯାଇଛି। 495ଟି ପଲିଥିନ ବଣ୍ଟନ ହୋଇଥିବା କୁହାହାଇଛି।ଏବଂ 106 ଗର୍ଭବତୀ ମହିଳାଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଥିବାବେଳେ ବର୍ଷାକାରଣରୁ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିବାବେକେ ଗୋଟିଏ ଗୃହପାଳିତ ପଶୁର ମୃତ୍ୟୁ ଘଟିଥିବା ପ୍ରଶାସନ ସୂଚନା ପ୍ରଦାନ କରାଯାଇଛି।