Search for:
  • Home/
  • ରାଜ୍ୟ/
  • ଦୁଇଦିନ ତଳେ ପଦୋନ୍ନତି ପାଇଛନ୍ତି ବାବୁ।

ଦୁଇଦିନ ତଳେ ପଦୋନ୍ନତି ପାଇଛନ୍ତି ବାବୁ।

Spread the love

Loading

ଯନ୍ତ୍ରୀଙ୍କର ୮୫ ପ୍ଲଟ୍, ୫ ମହଲା କୋଠା
ଦୁଇଦିନ ତଳେ ପଦୋନ୍ନତି ପାଇଛନ୍ତି ବାବୁ
ଭୁବନେଶ୍ୱର:ଜୁଲାଇ ଶେଷ ସପ୍ତାହରେ ଭିଜିଲାନସ୍ ର ଦୁଇଟି ଚଢ଼ଉ ସମସ୍ତଙ୍କର ଆଖି ଖୋସି ଦେଇଥିଲା । ବଲାଙ୍ଗୀର ଲୋୟର ସୁକତେଲ ପ୍ରକଳ୍ପର ମୁଖ୍ୟ ନିର୍ମାଣ ଇଞ୍ଜିନିୟର ସୁନୀଲ କୁମାର ରାଉତଙ୍କର ୫ଟି ଅଟ୍ଟାଳିକା ଓ ଫ୍ଲାଟ୍ ବ୍ୟତୀତ ୩୪ଟି ପ୍ଲଟ୍ ଠାବ ହୋଇଥିଲା ବେଳେ ଅବକାରୀ ବିଭାଗର ଯୁଗ୍ମ କମିସନର ରାମଚନ୍ଦ୍ର ମିଶ୍ରଙ୍କର ୬ଟି ଅଟ୍ଟାଳିକା, ଦୁଇଟି ଫ୍ଲାଟ୍ ଛଡ଼ା ୫୨ ଟି ପ୍ଲଟ୍ ଠାବ କରିଥିଲା ଭିଜିଲାନସ୍ । ମାତ୍ର ଆଜି ଭିଜିଲାନସ୍ ର ଆଉ ଏକ ଚଢ଼ଉରେ ଜଣେ ଯନ୍ତ୍ରୀଙ୍କର ୮୫ଟି ପ୍ଲଟ୍ ଠାବ ହୋଇଛି । ଏହି ବଡ଼ ମାଛ ହେଉଛନ୍ତି କେନ୍ଦୁଝର ଜିଲ୍ଲା ସାଳପଡ଼ାସ୍ଥିତ ଆନନ୍ଦପୁର ବ୍ୟାରେଜ୍ ପ୍ରକଳ୍ପର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ପ୍ରଭାସ କୁମାର ପ୍ରଧାନ ।
ଭିଜିଲାନସ୍ ଟିମ୍ ତାଙ୍କର ୭ଟି ଜାଗାରେ ଚଢ଼ଉ କରି ଅଚଳାଚଳ ସମ୍ପତ୍ତି ଠାବ କରିଛି । ସେଥିମଧ୍ୟରେ ଅଛି ଏକ ପାଞ୍ଚମହଲାର ସୁରମ୍ୟ ଅଟ୍ଟାଳିକା, ଗୋଟିଏ ମାର୍କେଟ୍ କମ୍ପ୍ଲେକ୍ସ, ୮୫ ପ୍ଲଟ୍, ୩୩୫ ଗ୍ରାମ ସୁନା, ୭୮ ଲକ୍ଷ ବ୍ୟାଙ୍କ ଡିପୋଜିଟ୍ ଏବଂ ନଗର ୧୧ ଲକ୍ଷ ୭୦ ହଜାର ଟଙ୍କା । ତଦନ୍ତ ଜାରି ରହିଥିବାରୁ ଅଧିକ ସମ୍ପତ୍ତି ଠାବ ହେବାର ସମ୍ଭାବନା ଅଛି ।
ବାବୁଙ୍କର କେଉଁ କେଉଁ ଜାଗାରେ କେତେ ସମ୍ପତ୍ତି ଅଛି, ଟିକେ ନଜର ପକାଇ ଦିଅନ୍ତୁ ।
୧.ଜଳେଶ୍ୱରଠାରେ ୧୨,୫୦୦ ବର୍ଗଫୁଟ୍ ଜାଗା ଉପରେ ୫ ମହଲା ବିଶିଷ୍ଟ ସୁରମ୍ୟ ଅଟ୍ଟାଳିକା
୨. ଜଳେଶ୍ୱରଠାରେ ୬ ହଜାର ବର୍ଗଫୁଟ୍ ରୁ ଅଧିକ ଜାଗା ଉପରେ ମାର୍କେଟ୍ କମ୍ପ୍ଲେକ୍ସ
୩.ଜଳେଶ୍ୱରରେ ୮୦ଟି ପ୍ଲଟ୍ । ପୁରୀ ଜିଲ୍ଲା ଢ଼େଲାଙ୍ଗରେ ୪ଟି ପ୍ଲଟ୍ ଏବଂ ପଶ୍ଚିମବଙ୍ଗର ସୁନାକନିଆରେ ଗୋଟିଏ ପ୍ଲଟ୍ । ଏଗୁଡ଼ିର ରେଜିଷ୍ଟ୍ରଡ୍ ସେଲ୍ ଡିଡ୍ ପରିମାଣ ୨ କୋଟି ୭ ଲକ୍ଷରୁ ଅଧିକ ଦର୍ଶାଯାଇଥିଲେ ମଧ୍ୟ ପ୍ରକୃତ ମୂଲ୍ୟ ଏହାଠାରୁ ଢ଼େର୍ ଅଧିକ ବୋଲି ଆକଳନ କରାଯାଇଛି ।
ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ପ୍ରଭାସ ପ୍ରଧାନଙ୍କ ବିରୋଧରେ ପୂର୍ବରୁ ମାଳ ମାଳ ଦୁର୍ନୀତି ଅଭିଯୋଗ ଥିଲେ ମଧ୍ୟ ରାଜ୍ୟ ସରକାର ଦୁଇଦିନ ତଳେ ତାଙ୍କୁ ସହକାରୀ ମୁଖ୍ୟଯନ୍ତ୍ରୀ ଭାବେ ପଦୋନ୍ନତି ଦେଇଛନ୍ତି । କେନ୍ଦୁଝରରେ ସେ ଯୋଗଦେବା ପୂର୍ବରୁ ଭିଜିଲାନସ୍ ତାଙ୍କ ଉପରେ ଚଢ଼ଉ କରିଛି । ତାଙ୍କ ନିଜ ଘର ଜଳେଶ୍ୱର ।

Leave A Comment

All fields marked with an asterisk (*) are required